ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୩ ମନ୍ତ୍ରୀଙ୍କୁ ପୁରୀ ପଠାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରଥଯାତ୍ରା ପାଇଁ ସୁପି୍ରମକୋର୍ଟ ସର୍ତ୍ତମୂଳକ ଅନୁମତି ଦେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି। ଏହାସହିତ ପବିତ୍ର ରଥଯାତ୍ରାର ସୁପରିଚାଳନା ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ୩ଜଣ ମନ୍ତ୍ରୀ ଯଥା ଆଇନ, ସ୍ୱାସ୍ଥ୍ୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, […]

naveen-patnik

Manoranjan Sial
  • Published: Monday, 22 June 2020
  • , Updated: 22 June 2020, 07:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରଥଯାତ୍ରା ପାଇଁ ସୁପି୍ରମକୋର୍ଟ ସର୍ତ୍ତମୂଳକ ଅନୁମତି ଦେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି। ଏହାସହିତ ପବିତ୍ର ରଥଯାତ୍ରାର ସୁପରିଚାଳନା ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ୩ଜଣ ମନ୍ତ୍ରୀ ଯଥା ଆଇନ, ସ୍ୱାସ୍ଥ୍ୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଳନ କରିବା ପାଇଁ ଅନୁମତି ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହିତ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ରଥଯାତ୍ରା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପୁରା ପ୍ରସ୍ତୁତି କରିଛନ୍ତି। ଠିକ ସମୟରେ ରଥ ଅନୁକୂଳ ଓ ନିର୍ମାଣ କାର୍ଯ୍ୟ ସରିଛି। ଠାକୁରଙ୍କ ସବୁ ରୀତିନୀତି ଠିକ୍ ଭାବେ ଚାଲିଛି। ସେଥିପାଇଁ ସେ ସେବାୟତ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏବେ କୋଭିଡ-୧୯ ଯୋଗୁ ସାରା ବିଶ୍ୱ ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ। କୋଭିଡ୍ ପରିସ୍ଥିତିରେ ରଥଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅତି ସାବଧାନତାର ସହ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରମ୍ପରା ସହିତ ଜନସ୍ୱାସ୍ଥ୍ୟ ପ୍ରତି ଉଚିତ୍ ଧ୍ୟାନ ଦେଇ ରଥଯାତ୍ରା ପାଳନ କରିବାକୁ ପଡ଼ିବ। ସାରା ବିଶ୍ୱର ନଜର ଏବେ ଓଡ଼ିଶା ଉପରେ ରହିଛି । ଶୃଙ୍ଖଳା ସହିତ ସାମାଜିକ ଦୂରତ୍ୱ ଓ ଗାଇଡଲାଇନକୁ ପାଳନ କରି ଠାକୁରଙ୍କ ନୀତିକାନ୍ତି କିଭଳି କରାଯାଏ ତା’ର ନିଦର୍ଶନ ସାରା ବିଶ୍ୱକୁ ଦେଖାଇବାକୁ ପଡ଼ିବ।

ପ୍ରଶାସନ ମଧ୍ୟ ସବୁ ପ୍ରସ୍ତୁତି କରିସାରିଛି। ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ପୁରୀକୁ ପଠାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ରାଜ୍ୟ ସରକାରଙ୍କ ୩ଜଣ ମନ୍ତ୍ରୀ ଓ ଯୋଜନା ଉପାଧ୍ୟକ୍ଷଙ୍କୁ ପୁରୀରେ କ୍ୟାମ୍ପ କରି ରଥଯାତ୍ରାର ଉତ୍ତମ ପରିଚାଳନା ତଦାରଖ ନିମନ୍ତେ ନିଦେ୍ର୍ଧଶ ଦେଇଛନ୍ତି। ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେମାନେ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବେ। ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସମେତ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତୁରନ୍ତ ପୁରୀ ଯାଇ ସେଠାରେ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ କ୍ୟାମ୍ପ କରି ରହିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି।

ପୁରୀବାସୀଙ୍କୁ କୋଭିଡ୍ ଗାଇଡଲାଇନ ପାଳନ କରି ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Related story