ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଉଭୟ ବିଜେଡି ଓ ବିଜେପିକୁ ୭ଟି ପ୍ରଶ୍ନ ପଚାରିଛନ୍ତି। ଦେଶର ପରିସଂଖ୍ୟାନ ନେଇ ବିଭିନ୍ନ ଏଜେନ୍ସି ରିପୋର୍ଟ ପ୍ରକାଶ କରୁଛନ୍ତି। କାହା ମଧ୍ୟରୁ କେଉଁ ଏଜେନ୍ସିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶ୍ୱାସ କରୁଛନ୍ତି ?
ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ୭୦ଟି ପୁରସ୍କାର ପାଇଥିବା ବେଳେ କେନ୍ଦ୍ର ତାଙ୍କୁ କେଉଁ ଆଧାରରେ ପୁରସ୍କାର ଦେଇଛି ? ଜିଏସଟି ଆଦାୟ, ବେକାରୀ ସମସ୍ୟା, ନିଯୁକ୍ତି, ବ୍ୟାଙ୍କ ଉପରରୁ ଲୋକଙ୍କ ଭରସା କମିବା, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ ଉଠାଇ ପ୍ରଶ୍ନବାଣରେ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ । ତେବେ କଂଗ୍ରେସର ଅଭିଯୋଗ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।