ମୋ ସ୍ୱାମୀଙ୍କୁ ଝିଅ ଯୋଗାଇ ଦେବାକୁ କହୁଥିଲେ ଡିସିପି: ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ

ୋଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ତଳିଆ କର୍ମଚାରୀଙ୍କୁ ଝିଅ ଯୋଗାଇବା ପାଇଁ ବାଧ୍ୟ କରୁଛନ୍ତି ।  ARMRD DCP ବିଜୟ କୁମାର ସାହୁଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଣେ ସିପାହୀଙ୍କ ପତ୍ନୀ । ସେ ଅଭିଯୋଗ କରିଛନ୍ତି ଯେ, ଝିଅ ଯୋଗାଇବା ପାଇଁ ତାଙ୍କ ସ୍ୱାମୀଙ୍କୁ ବାଧ୍ୟ କରାଯାଉଥିଲା । ନମାନିବାରୁ ତାଙ୍କୁ ଟ୍ରାନ୍ସଫର କରିବା ସହ ଚାକିରିରୁ ବାହାର କରିବା ପାଇଁ ଧମକ ଦିଆଯାଉଥିଲା । […]

ynm-56

Tapas Behera
  • Published: Monday, 05 April 2021
  • , Updated: 05 April 2021, 04:13 PM IST

ୋଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ତଳିଆ କର୍ମଚାରୀଙ୍କୁ ଝିଅ ଯୋଗାଇବା ପାଇଁ ବାଧ୍ୟ କରୁଛନ୍ତି ।  ARMRD DCP ବିଜୟ କୁମାର ସାହୁଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଣେ ସିପାହୀଙ୍କ ପତ୍ନୀ । ସେ ଅଭିଯୋଗ କରିଛନ୍ତି ଯେ, ଝିଅ ଯୋଗାଇବା ପାଇଁ ତାଙ୍କ ସ୍ୱାମୀଙ୍କୁ ବାଧ୍ୟ କରାଯାଉଥିଲା । ନମାନିବାରୁ ତାଙ୍କୁ ଟ୍ରାନ୍ସଫର କରିବା ସହ ଚାକିରିରୁ ବାହାର କରିବା ପାଇଁ ଧମକ ଦିଆଯାଉଥିଲା ।

ସିପାହୀ ନିହାର ରଂଜନ ନାୟକ ୩ ଦିନ ତଳେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିହାରଙ୍କ ପତ୍ନୀ, ଭଉଣୀ, ମା' ଓ ପୁଅ ପୁଲିସ କମିଶନରଙ୍କୁ ଭେଟିଛନ୍ତି । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି।

ସିପାହୀ ନିହାର ରଂଜନ ନାୟକଙ୍କ ପତ୍ନୀ କହିଛନ୍ତି, ARMRD DCP ବିଜୟ କୁମାର ସାହୁ ମୋ ସ୍ୱାମୀଙ୍କୁ ନିର୍ଯାତନା ଦେଉଛନ୍ତି। ଆଜି ମୋ ସ୍ୱାମୀ ହସ୍‌ପିଟାଲରେ ପଡ଼ିଛନ୍ତି। ମୋ ସଂସାର ପାଇଁ କ'ଣ ଡିସିପି ବିଜୟ କୁମାର ସାହୁ ଦାୟୀ ରହିବେ? ସପ୍ତମ ବାଟାଲିୟନ ଫ୍ୟାମିଲି ୱେଲଫେୟାର ଚାର୍ଜରେ ମୋ ସ୍ୱାମୀ ଅଛନ୍ତି। ସେଠାକୁ ଅନେକ ହାବିଲଦାର ଓ ସିପାହୀମାନଙ୍କର ସ୍ତ୍ରୀ ଓ ଝିଅ ହସ୍ତତନ୍ତ ଟ୍ରେନିଂ ପାଇଁ ଆସନ୍ତି। ଡିସିପି ବିଜୟ କୁମାର ସାହୁଙ୍କର ଖରାପ ମନୋଭାବ ଥିଲା। ମୋ ସ୍ୱାମୀଙ୍କ ଜରିଆରେ ସେ ଝିଅ ଚାହୁଁଥିଲେ। ହେଲେ ମୋ ସ୍ୱାମୀ  ତାହା ନମାନିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ARMRDDCP ବିଜୟ କୁମାର ସାହୁ  କହିଛନ୍ତି। ସେ କହିଛନ୍ତି, ନିହାର ରଞ୍ଜନ ହେଉଛନ୍ତି ଜଣେ ସିପାହୀ। ସେ ୮ ବର୍ଷ ଗୋଟିଏ ସଂସ୍ଥାରେ ଥିଲେ। ତାଙ୍କୁ ବଦଳି କରାଯାଇଥିବାରୁ ସେଥିରୁ ବର୍ତ୍ତିବା ପାଇଁ ମୋ ନାମରେ ଏମିତି ଏକ କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି। ଆଉ ଏଥିରେ ସେ ନିଜ ସ୍ତ୍ରୀଙ୍କୁ ମାଧ୍ୟମ କରିଛନ୍ତି।

https://youtu.be/jz8gf2jQsXU

Related story