ଓଡ଼ିଶାରେ କୌଣସି ଦାଦନ ଶ୍ରମିକ ଚାଲି ଚାଲି ଯିବେନି : ପୁଲିସ୍ ଡିଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମା ଭିତରେ କୌଣସି ଦାଦନ ଶ୍ରମିକ ଆଉ ଚାଲି ଚାଲି ଯିବେନି। ସେମାନେ ଯେକୌଣସି ରାଜ୍ୟର ବାସିନ୍ଦା ହୋଇଥାନ୍ତୁ ଯଦି ଓଡ଼ିଶା ସୀମାରେ ପ୍ରବେଶ କରନ୍ତି ସେମାନଙ୍କ ଖାଇବା ଓ ଯିବାର ବନ୍ଦୋବସ୍ତ ରାଜ୍ୟ ସରକାର କରିବେ ବୋଲି ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ଆଜି ନିୟମିତ ବୁଲେଟିନରେ ପୁଲିସ ଡିଜି ଅଭୟ କହିଛନ୍ତି ଯେ, ଓଡ଼ିଶା ସୀମା ଭିତରେ ଯେଭଳି କୌଣସି ରାଜ୍ୟର ଦାଦନ ଶ୍ରମିକ ଚାଲି ଚାଲି ନଯିବେ […]

migrate

migrate

Manoranjan Sial
  • Published: Friday, 15 May 2020
  • Updated: 15 May 2020, 06:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମା ଭିତରେ କୌଣସି ଦାଦନ ଶ୍ରମିକ ଆଉ ଚାଲି ଚାଲି ଯିବେନି। ସେମାନେ ଯେକୌଣସି ରାଜ୍ୟର ବାସିନ୍ଦା ହୋଇଥାନ୍ତୁ ଯଦି ଓଡ଼ିଶା ସୀମାରେ ପ୍ରବେଶ କରନ୍ତି ସେମାନଙ୍କ ଖାଇବା ଓ ଯିବାର ବନ୍ଦୋବସ୍ତ ରାଜ୍ୟ ସରକାର କରିବେ ବୋଲି ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

ଆଜି ନିୟମିତ ବୁଲେଟିନରେ ପୁଲିସ ଡିଜି ଅଭୟ କହିଛନ୍ତି ଯେ, ଓଡ଼ିଶା ସୀମା ଭିତରେ ଯେଭଳି କୌଣସି ରାଜ୍ୟର ଦାଦନ ଶ୍ରମିକ ଚାଲି ଚାଲି ନଯିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଓଡ଼ିଶାର ଶ୍ରମିକମାନେ ଯଦି ରାଜ୍ୟର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ଯିବାକୁ ଚାହୁଁଥାନ୍ତି ସେମାନଙ୍କ ନିମନ୍ତେ ମଧ୍ୟ ସରକାରଙ୍କ ପକ୍ଷରୁ ଯାତାୟତର ଆବଶ୍ୟକ ବନ୍ଦୋବସ୍ତ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆବଶ୍ୟକ ଅର୍ଥ ପୁଲିସକୁ ଦିଆଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ୧୨ଟି ଚେକ୍ ପଏଣ୍ଟ ବାଟ ଦେଇ ଏବେ ଓଡ଼ିଶା ଭିତରକୁ ଗାଡ଼ି ଓ ଲୋକମାନେ ଆସୁଛନ୍ତି। ବିଶେଷକରି ଲୋକମାନେ ରାଜ୍ୟର ଦକ୍ଷିଣ ଭାଗରୁ ଉତ୍ତର ଭାଗକୁ ଆସୁଛନ୍ତି। ଅନ୍ୟ ରାଜ୍ୟର ଲୋକମାନେ ବି ଓଡ଼ିଶା ସୀମା ମଧ୍ୟ ଦେଇ ଚାଲି ଚାଲି ନିଜ ରାଜ୍ୟକୁ ଯାଉଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଣିକି ସମସ୍ତଙ୍କୁ ଓଡ଼ିଶା ସୀମା ଭିତରେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ  ପହଂଚାଇବାର ବନ୍ଦୋବସ୍ତ କରାଯିବ। ଯଦି କୌଣସି ଦାଦନ ଶ୍ରମିକ ଅବା କୌଣସି ଲୋକ ଚାଲି ଚାଲି ଆସୁଥାନ୍ତି ସେମାନେ ଚାହିଁଲେ ନିକଟସ୍ଥ ଥାନାରେ ପହଂଚି ପୁଲିସର ସହାୟତା ନେଇପାରିବେ। ପୁଲିସ୍ ସେମାନଙ୍କୁ ରାଜ୍ୟ ଭିତରେ ଓଡ଼ିଶା ସୀମାରେ ପହଂଚିବାର ବ୍ୟବସ୍ଥା କରିବ। ଏବେ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଏଥିପାଇଁ ଆବଶ୍ୟକ ବନ୍ଦୋବସ୍ତ ହୋଇଛି। ଯଦି କେହି ଦାଦନ ଶ୍ରମିକ ରହିଥାନ୍ତି ଓ ଚାଲିଚାଲି ଅବା ସାଇକେଲରେ ଯାଉଥାନ୍ତି ତା’ହେଲେ ସେମାନଙ୍କୁ ଯାତାୟତର ସୁବିଧା ପୁଲିସ୍ ପକ୍ଷରୁ ଯୋଗାଇ ଦିଆଯିବ। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଦି ରାଜ୍ୟର ଦାଦନ ଶ୍ରମିକ ଓ ଲୋକଙ୍କୁ ମଧ୍ୟ ଓଡ଼ିଶା ଭିତରେ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ରାଜ୍ୟର ବିଶେଷକରି ଗରିଶୋଳା, କୋରେଡ଼ା ଓ ସୋହେଲା ଗେଟ୍ ଦେଇ  ଏବେ ଅଧିକାଂଶ ଦାଦନ ଶ୍ରମିକ ଆସୁଛନ୍ତି । ସେଠାରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ରାଜ୍ୟର ମୋଟ ୧୨ଟି ରୁଟ୍ ବାଟ ଦେଇ ମୋଟ ୪୩୭୨ଟି ଚାରିଚକିଆ ଯାନ ଓଡ଼ିଶା ଭିତରକୁ ଆସିଛନ୍ତି। ଏଥିରେ ୧୩୪୯ଟି ବସ୍ ସାମିଲ ଅଛି। ସର୍ବାଧିକ ୫୦୦ ବସ୍ ସୋହେଲା ଓ ଗିରିଶୋଳା ଗେଟ୍ ଦେଇ ଆସିଛି। ସେହିପରି ଲକ୍ଷ୍ମଣନାଥ ଗେଟ୍ ଦେଇ ୧୪୬୦ଟି ଚାରିଚକିଆ ଯାନ ଓଡ଼ିଶା ଭିତରକୁ ଆସିଛି ବୋଲି ଡିଜି ଅଭୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story