ମହିଳାଙ୍କ ଶରୀରରେ ସବାର ହୋଇ ଭୂତ କହୁଛି ନାବାଳିକା ହତ୍ୟାର ରହସ୍ୟ !

ନୟାଗଡ଼(ଓଡ଼ିଶା ରିପୋର୍ଟର): ନକରାତ୍ମକ ଶକ୍ତି ତଥା ଭୂତପ୍ରେତକୁ ନେଇ ଅନେକ ସମୟରେ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। କେହି ଏହାକୁ ବିଶ୍ୱାସ କରନ୍ତି ତ ଆଉ କିଏ କରନ୍ତି ନାହିଁ। କୁହାଯାଏ ନକରାତ୍ମକ ଶକ୍ତି ବା ଆତ୍ମା ଜୀବିତ ବ୍ୟକ୍ତିଙ୍କ ଠାରୁ ସବୁବେଳେ ଦୂରତ୍ୱ ବଜାୟ ରଖିଥାନ୍ତି। ହେଲେ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଆମେ ସତ ବୋଲି ମାନିବାକୁ ବାଧ୍ୟ ହୋଇଥାନ୍ତି। ସୋଶାଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି, […]

Nayagarh000

Tapaswini Nayak
  • Published: Friday, 31 July 2020
  • , Updated: 31 July 2020, 04:59 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ନକରାତ୍ମକ ଶକ୍ତି ତଥା ଭୂତପ୍ରେତକୁ ନେଇ ଅନେକ ସମୟରେ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। କେହି ଏହାକୁ ବିଶ୍ୱାସ କରନ୍ତି ତ ଆଉ କିଏ କରନ୍ତି ନାହିଁ। କୁହାଯାଏ ନକରାତ୍ମକ ଶକ୍ତି ବା ଆତ୍ମା ଜୀବିତ ବ୍ୟକ୍ତିଙ୍କ ଠାରୁ ସବୁବେଳେ ଦୂରତ୍ୱ ବଜାୟ ରଖିଥାନ୍ତି। ହେଲେ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ, ଯାହାକୁ ଆମେ ସତ ବୋଲି ମାନିବାକୁ ବାଧ୍ୟ ହୋଇଥାନ୍ତି। ସୋଶାଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁ ଭିଡିଓରେ ପ୍ରେତାତ୍ମା ଏକ ନାବାଳିକା ହତ୍ୟା ପଛର କାହାଣୀ ବଖାଣୁଛି। ଏହି ଘଟଣାଟି ନୟାଗଡ଼ ସଦର ଥାନା ଅର୍ନ୍ତଗତ ଯଦୁପୁର ଅଞ୍ଚଳର।
ଏହି ଭିଡିଓରେ ମହିଳାଙ୍କ ମୁହଁରେ ଶୁଭୁଛି ଗାଁର ଜଣେ ନାବାଳିକା ଅପହରଣ ଓ ହତ୍ୟା ପଛର କାହାଣୀ। କୁହାଯାଉଛି, ମହିଳାଙ୍କ ଶରୀରରେ ସବାର ହୋଇଛି ସେହି କୁନି ଝିଅର ପ୍ରେତାତ୍ମା।

ମିଳିଥିବା ସୂଚନା ଅନୁସାରେ, ଗତ ୧୪ ତାରିଖରେ ଯଦୁପୁର ଅଞ୍ଚଳର ୫ ବର୍ଷର ଝିଅ ପରୀ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା। ୧୦ ଦିନ ପରେ ଏକ ବସ୍ତା ଭିତରୁ ମିଳିଥିଲା ମୃତଦେହର କିଛି ଅଂଶବିଶେଷ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ହେଲେ ତଦନ୍ତରେ ଏଯାଏ ସେମିତି କିଛି ଅଗ୍ରଗତି ହୋଇନାହିଁ। ପୁଲିସ୍ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନାହିଁ। ଏହାରି ଭିତରେ ଗାଁର ଜଣେ ମହିଳା ଅସ୍ୱାଭାବିକ ଆଚରଣ ସହ ପରୀକୁ ଅପହରଣ ପରେ ତଣ୍ଟ ଚିପି ହତ୍ୟା କରାଯାଇଥିବର ବୟାନ ବାଜି କରୁଛନ୍ତି। ଲୋକେ କହୁଛନ୍ତି ନାବାଳିକା ପରୀର ଅତୃପ୍ତ ଆତ୍ମା ମହିଳାଙ୍କ ଶରୀରରେ ସବାର ହୋଇ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରୁଛି।

ମହିଳାଙ୍କ ଶରୀରରେ ସବାର ହୋଇ ପ୍ରେତାତ୍ମାର ଏପରି ବୟାନବାଜି ମାମଲାରେ ଆଣିଛି ଟ୍ୱିଷ୍ଟ। ହ୍ୱାଟ୍ସଆପରେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଏହି ଭୂତ ସବାରର ରୋମାଞ୍ଚଭରା କାହାଣୀ।

Related story