‘କରୋନା’ ନେଇ ଜିଲ୍ଲାପାଳଙ୍କ ସହ କଥା ହେଲେ ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ସେ କୋରାପୁଟ, ଗଜପତି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବୁଝିଲେ। ଅତି ଗୁରୁତ୍ୱର ସହ ଘଟଣାକୁ ନେଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ଅର୍ଥାତ ଗତ ୨୮ ତାରିଖରେ ରାଜ୍ୟପାଳ ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କଥା […]

ganesh-lal

ganesh-lal

Manoranjan Sial
  • Published: Monday, 30 March 2020
  • Updated: 30 March 2020, 07:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ସେ କୋରାପୁଟ, ଗଜପତି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବୁଝିଲେ। ଅତି ଗୁରୁତ୍ୱର ସହ ଘଟଣାକୁ ନେଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ଅର୍ଥାତ ଗତ ୨୮ ତାରିଖରେ ରାଜ୍ୟପାଳ ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ।

ଓଡ଼ିଶାରେ ‘କରୋନା’ରେ ୩ ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଦେଶରେ ୨୯ ଜଣଙ୍କ ଜୀବନ ଯାଇଛି। ୧୦୦୦ରୁ ଅଧିକ ‘କରୋନା’ରେ ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ମଧ୍ୟ ରହିଛନ୍ତି। ସ୍ଥିତିକୁ ଦେଖି କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଯାହା ଫଳରେ ଗରିବ ଓ ଖଟିଖିଆଙ୍କ ଅବସ୍ଥା ଜଟିଳ ହୋଇଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ହେଲ୍‌ପଲାଇନ୍ ନମ୍ୱର ଜାରି କରିଛନ୍ତି। ଏପରିକି ପ୍ରତ୍ୟେକ ପଞ୍ଚାୟତର ଭୋଜନର ବ୍ୟବସ୍ଥା କରିଛନ୍ତି। ତେବେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ କେତେଦୂର କାର୍ଯ୍ୟକାରୀ ହେଉଛି, ସେ ସମ୍ପର୍କରେ ଜାଣିବା ପାଇଁ ଆଜି ରାଜ୍ୟପାଳ କେତେକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos