ଅନଶନରେ ବସିଲେ କଣ୍ଟାବାଞ୍ଜି ବିଧାୟକ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ  ବ୍ଲକ ପତ୍ରପାଲି (କ) ମଣ୍ଡିରେ ୨୭୬୧ କୁଇଣ୍ଟାଲ ଧାନ ଓ ଗୋଇମୁଣ୍ଡ ମଣ୍ଡିରେ ୨୭୧୯  କୁଇଣ୍ଟାଲ ଧାନ ଓ ଗତ ଦୁଇ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପତ୍ରପାଲି (କ) ମଣ୍ଡିରେ  ୩୦୦୦ କୁଇଣ୍ଟାଲ ଓ ଗୋଇମୁଣ୍ଡ ମଣ୍ଡିରେ ୨୫୦୦ କୁଇଣ୍ଟାଲ  କୁଇଣ୍ଟାଲ ଧାନ ପଡ଼ିରହିଛି । ଗତ ୯ ତାରିଖ ଦିନ ଏହି ଦୁଇ ମଣ୍ଡିକୁ ପରିଦର୍ଶନ କରିଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ଆସନ୍ତା […]

6hn

Tapas Behera
  • Published: Friday, 12 February 2021
  • , Updated: 12 February 2021, 09:17 PM IST

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ  ବ୍ଲକ ପତ୍ରପାଲି (କ) ମଣ୍ଡିରେ ୨୭୬୧ କୁଇଣ୍ଟାଲ ଧାନ ଓ ଗୋଇମୁଣ୍ଡ ମଣ୍ଡିରେ ୨୭୧୯  କୁଇଣ୍ଟାଲ ଧାନ ଓ ଗତ ଦୁଇ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପତ୍ରପାଲି (କ) ମଣ୍ଡିରେ  ୩୦୦୦ କୁଇଣ୍ଟାଲ ଓ ଗୋଇମୁଣ୍ଡ ମଣ୍ଡିରେ ୨୫୦୦ କୁଇଣ୍ଟାଲ  କୁଇଣ୍ଟାଲ ଧାନ ପଡ଼ିରହିଛି । ଗତ ୯ ତାରିଖ ଦିନ ଏହି ଦୁଇ ମଣ୍ଡିକୁ ପରିଦର୍ଶନ କରିଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା।

ଆସନ୍ତା ୧୨ ତାରିଖ ଭିତରେ ମଣ୍ଡିରୁ ଧାନ ନ ଉଠିଲେ ସନ୍ଧ୍ୟା ୪ ଟାରୁ ଆମରଣ ଅନଶନରେ ବସିବା ପାଇଁ କହିଥିଲେ ବିଧାୟକ। ତେବେ ଆଜି ମଣ୍ଡିରୁ ଧାନ ନ ଉଠିବାରୁ ଅନଶନରେ ବସିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା।  ରାସ୍ତା ଉପରେ ଧାନ ବସ୍ତାକୁ ରଖି ଚାଷୀ ମାନେ  ମୁରିବାହାଲରୁ ବଙ୍ଗୋମୁଣ୍ଡା  ରାସ୍ତାକୁ  ଅବରୋଧ କରିଛନ୍ତି l ଯାହା ଫଳରେ ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି lବିଧାୟକଙ୍କ ଏହି ଅନଶନକୁ ପତ୍ରାପାଲି  ଓ ଗୋଇମୁଣ୍ଡର ଶହ ଶହ ଚାଷୀ ସମର୍ଥନ କରିଛନ୍ତି l

ଏହି ଦୁଇ ମଣ୍ଡିରେ  ମିଲର୍ସ ଆସି ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ଆଠ ରୁ ଦଶ  କିଲୋ କଟନୀ ଅଭିଯୋଗ ହୋଇଥିଲା।  କିଛି ଦିନ ତଳେ ମଣ୍ଡି  ସେଟ୍ରେଟାରୀଙ୍କ ଧାନ କିଣାରେ ଭୁଲ ପରଚେଜ ଯୋଗୁଁ ସସପେଣ୍ଡ ହୋଇଥିଲେ l ଯାହା ଫଳରେ ଚାଷୀଙ୍କ ଟୋକନ  ଲେପ୍‌ସ ହୋଇ ମଣ୍ଡିରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ପଡିରହିଛି l ଶୀଘ୍ର ମଣ୍ଡିରୁ  ଧାନ ନ ଉଠିବା ଯାଏଁ ଅନଶନ ଜାରି ରହିବ ବୋଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି l

Related story