ଟେଷ୍ଟିଂ କିଟ୍‌ ଅଭାବକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଟେଷ୍ଟିଂ କିଟ୍‌ ଅଭାବକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ଟ୍ୱିଟ୍ କରି ପ୍ରଦୀପ୍ତ କହିଛନ୍ତି ଯେ, କଳାହାଣ୍ଡି-ନୂଆପଡା ଜିଲ୍ଲାରେ ବର୍ତ୍ତମାନ କରୋନା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କଲାଣି । ଛତିଶଗଡକୁ ଲାଗିଥିବା ଅଂଚଳମାନଙ୍କରେ କରୋନା ହୁ ହୁ ହୋଇ ବଢୁଛି । ଏପରି ସ୍ଥିତିରେ ଟେଷ୍ଟିଂ କିଟର ଅଭାବ ପରିସ୍ଥିତିକୁ ଆହୁରି ସଙ୍ଗୀନ କରୁଛି। ଦୁଇ ଜିଲ୍ଲାରେ […]

Pradipta Naik

Tapas Behera
  • Published: Saturday, 17 April 2021
  • , Updated: 17 April 2021, 06:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଟେଷ୍ଟିଂ କିଟ୍‌ ଅଭାବକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ଟ୍ୱିଟ୍ କରି ପ୍ରଦୀପ୍ତ କହିଛନ୍ତି ଯେ, କଳାହାଣ୍ଡି-ନୂଆପଡା ଜିଲ୍ଲାରେ ବର୍ତ୍ତମାନ କରୋନା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କଲାଣି । ଛତିଶଗଡକୁ ଲାଗିଥିବା ଅଂଚଳମାନଙ୍କରେ କରୋନା ହୁ ହୁ ହୋଇ ବଢୁଛି ।

ଏପରି ସ୍ଥିତିରେ ଟେଷ୍ଟିଂ କିଟର ଅଭାବ ପରିସ୍ଥିତିକୁ ଆହୁରି ସଙ୍ଗୀନ କରୁଛି। ଦୁଇ ଜିଲ୍ଲାରେ କରୋନା ଟେଷ୍ଟ ସଠିକ ମାତ୍ରାରେ ହୋଇ ପାରୁନଥିବାରୁ ଲୋକମାନେ ଭୟଭୀତ ହେଉଛନ୍ତି । ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ରାୟପୁର, ବିଶାଖାପାଟଣା ଯାଉଛନ୍ତି । ଏ ପରିସ୍ଥିତିରେ ବାହାରକୁ ଯାଇ ଆଉ ଅଧିକ ସଂକ୍ରମଣକୁ ନିମନ୍ତ୍ରଣ କରିବା ସହ ସମାନ ବୋଲି ପ୍ରଦୀପ୍ତ କହିଛନ୍ତି ।

https://twitter.com/pradiptanaikbjp/status/1383298100974870528?s=20

ତା’ଛଡ଼ା RTPCR ଟେଷ୍ଟରେ ରିପୋର୍ଟ ଆସିଲା ବେଳକୁ ୪ରୁ ୫ ଦିନ ଚାଲିଯାଉଛି।  ଯାହା ଫଳରେ ଅସାବଧାନତା କାରଣରୁ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ତେଣୁ ରାଜ୍ୟ ସରକାର ତୁରନ୍ତ Antigen ଟେଷ୍ଟିଂ କିଟ୍‌ ଯୋଗାଇ ଦିଅନ୍ତୁ ବୋଲି ପ୍ରଦୀପ୍ତ ଦାବି କରିଛନ୍ତି । ବର୍ତ୍ତମାନ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନକୁ ୧୦ ଜଣଙ୍କର, ଭବାନୀପାଟଣାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ସର୍ବାଧିକ ୨୫ଜଣଙ୍କର ପରୀକ୍ଷା କରାଯାଉଛି ।

ଏହା ସମୁଦ୍ରକୁ ଶଙ୍ଖେ । ଏଣୁ ଏହାକୁ ବଢ଼ାଇବାକୁ ସେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି । ଛତିଶଗଡରେ ଲକଡାଉନ ହେବା ପରଠାରୁ ଶ୍ରମିକ ମାନେ ଆସି ନିଜ ଗାଁରେ ରହିଲେଣି । ଯଦି ଜିଲ୍ଲାରେ ବ୍ୟାପକ ଟେଷ୍ଟିଂର ସୁବିଧା କରାନଯାଏ ତାହେଲେ ସାଧାରଣ ଲୋକମାନେ ଟେଷ୍ଟିଂ କରିପାରିବେ ନାହିଁ କି କୋଭିଡର ଚିକିତ୍ସା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

Related story