‘କରୋନା’ ଯୋଗୁ ଦୁର୍ଦ୍ଦିନରେ କଟୁଛି ରିକ୍ସା ଚାଳକଙ୍କ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ଯୋଗୁଁ ଦୁର୍ଦ୍ଦିନରେ ରିକ୍ସା ଚାଳକ। ଏବେ ରିକ୍ସ ଗଡ଼ୁନଥିବାରୁ ଖାଇବାକୁ ଦୁଇ ଓଳି ପାଉ ନାହାନ୍ତି। କାରଣ ପେଡାଲ୍ ବୁଲିଲେ ଏମାନଙ୍କ ପେଟ ପୂରେ ଓ ଜୀବନର ଗାଡ଼ି ଆଗକୁ ଗଡେ। ହେଲେ ଲକ୍‌ଡାଉନ୍ ଯୋଗୁଁ ମାସେରୁ ଅଧିକ ସମୟ ହେଲାଣି ନା ଠିକରେ ରିକ୍ସା ଗଡୁଛି ନା ଦୁଇଓଳି ଦୁଇ ମୁଠା ଦାନା ଯୋଗାଡ଼ ହୋଇ ପାରୁଛି। ମହାମାରୀ ‘କରୋନା’କୁ ଏହି ରିକ୍ସା ଚାଳକମାନେ ଭଲକରି ଜାଣନାହାନ୍ତି ସତ। ହେଲେ […]

riksa

riksa

Manoranjan Sial
  • Published: Monday, 27 April 2020
  • Updated: 27 April 2020, 08:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ଯୋଗୁଁ ଦୁର୍ଦ୍ଦିନରେ ରିକ୍ସା ଚାଳକ। ଏବେ ରିକ୍ସ ଗଡ଼ୁନଥିବାରୁ ଖାଇବାକୁ ଦୁଇ ଓଳି ପାଉ ନାହାନ୍ତି। କାରଣ ପେଡାଲ୍ ବୁଲିଲେ ଏମାନଙ୍କ ପେଟ ପୂରେ ଓ ଜୀବନର ଗାଡ଼ି ଆଗକୁ ଗଡେ। ହେଲେ ଲକ୍‌ଡାଉନ୍ ଯୋଗୁଁ ମାସେରୁ ଅଧିକ ସମୟ ହେଲାଣି ନା ଠିକରେ ରିକ୍ସା ଗଡୁଛି ନା ଦୁଇଓଳି ଦୁଇ ମୁଠା ଦାନା ଯୋଗାଡ଼ ହୋଇ ପାରୁଛି।

ମହାମାରୀ ‘କରୋନା’କୁ ଏହି ରିକ୍ସା ଚାଳକମାନେ ଭଲକରି ଜାଣନାହାନ୍ତି ସତ। ହେଲେ ସଚେତନତାର କଥା ଶୁଣି ଯଥାସମ୍ଭବ ଜୀବିକାର ମାଧ୍ୟମ ରିକ୍ସାକୁ ପରିସ୍କାର ରଖିବାକୁ ଭୁଲୁ ନାହାନ୍ତି। ଯାତ୍ରୀ ନଥିଲେ ମଧ୍ୟ ରିକ୍ସା ସିଟ୍‌କୁ ପାଣି ଢ଼ାଳି ନିୟମିତ ପରିସ୍କାର କରୁଛନ୍ତି। ଯେଉଁ ୫୨ ବଜାର ୫୩ ଗଳିର ସହର କଟକରେ ରାତି ପାହିଲେ ଏମାନଙ୍କୁ ଖୋଜା ପଡ଼େ, ଆଜି ସେମାନେ ଅଲୋଡ଼ା। ‘କରୋନା’ ପାଇଁ ଗାଡ଼ି ମୋଟର ଚାଲୁନି କି ବଡ଼ ମେଡିକାଲକୁ ଆଗଭଳି ରୋଗୀ ଆସୁନାହାନ୍ତି। ତେଣୁ ରୋଜଗାରର ବାଟ ପୂରା ବନ୍ଦ।

ସେମିତି ଅବସ୍ଥା ପର୍ଯ୍ୟଟନର ସହର ପୁରୀରେ। ଯେଉଁଠି ଦିନବେଳା ଫୁରସତ୍ ମିଳେନି, ସେଠି ଏବେ ଭୋକ ଉପାସରେ ସେହି ରିକ୍ସାରେ ଶୋଇ ଶୋଇ ଦିନ ବିତୁଛି। ଗାଡ଼ି ଚାଲୁଥିଲେ ଗାଁକୁ ଚାଲି ଯାଇଥାନ୍ତେ, ହେଲେ ତାହା ବି ଅସମ୍ଭବ ହେଉନି ବୋଲି କହିଛନ୍ତି ଜଣେ ରିକ୍ସା ଚାଳକ।

ଠିକ୍‌ ସେମିତି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବ୍ରହ୍ମପୁରର ପୁରୁଣା ରିକ୍ସାବାଲା କବୀରା ନାଏକ। ଯେନତେନ ପ୍ରକାରେ ମୁଠେ ଅଧେ ପଖାଳରେ ପେଟ ସିନା ପୁରିଯାଉଛି। ହେଲେ ଆଗକୁ ଚଳିବା ସମ୍ଭବ ନୁହେଁ। କାରଣ ମାସେ ହେଲାଣି ଜୀବୀକା ଠପ୍। ଗୋଟିଏ ପଟେ ଯାତ୍ରୀ ଆସୁନାହାନ୍ତି ତ ଅନ୍ୟପଟେ ଲକ୍‌ଡାଉନ୍‌ କଟକଣା। ଦୀର୍ଘ ୪୦ ବର୍ଷର ଅଭିଜ୍ଞତାରେ କେବେ ବି ଏଭଳି ସ୍ଥିତିର ସାମ୍ନା କରିନାହାନ୍ତି। କବୀରାଙ୍କ ଭଳି ସମାନ ଅବସ୍ଥା କୋରା ନାୟକଙ୍କର। ରିକ୍ସା ଯେତେ ଦିନ ଛିଡ଼ା ହେବ, ପେଟ ପାଟଣା ଚିନ୍ତା ସେତିକି ବଢିବ। ହେଲେ ଯେଉଁମାନେ ପରିବାର ଓ ପିଲା ଛୁଆଙ୍କ ଭୋକର ଜ୍ୱାଳା ସହି ନପାରି ରିକ୍ସା ଧରି ରାସ୍ତାକୁ ବାହାରିଛନ୍ତି ଉଦୁଉଦିଆ ଖରାରେ ଏମିତି ଯାତ୍ରୀଙ୍କୁ ଚାହିଁ ଚାହିଁ ଆଖିରୁ ପାଣି ମରୁଛି। ତେଣୁ ଏ ବିପଦ ବେଳରେ ସରକାର ସେମାନଙ୍କ ପ୍ରତି ସଦୟ ହୋଇ ସହାୟତା ଦେବାକୁ କରିଛନ୍ତି ଗୁହାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story