‘କୋଟି କୋଟି ଶ୍ରଦ୍ଧାଳୁଙ୍କ ଡାକ ଶୁଣିଲେ ମହାପ୍ରଭୁ’

ପୁରୀ(ଓଡ଼ିଶା ରିପୋର୍ଟର): କୋଟି କୋଟି ଶ୍ରଦ୍ଧାଳୁଙ୍କ ଡାକ ଶୁଣିଲେ ମହାପ୍ରଭୁ। ଭାବଗ୍ରାହୀ ମହାପ୍ରଭୁ ଅଗଣିତ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ। ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି କହିଛନ୍ତି, ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟର ସମୀକ୍ଷା କରି ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଛନ୍ତି। ତେଣୁ ସୁପ୍ରିମକୋର୍ଟଙ୍କ ନିକଟରେ ମୁଁ ଋଣୀ। ମହାପ୍ରଭୁଙ୍କ ରଥଯାତ୍ରାକୁ ସଫଳ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ ଦେବେ […]

jagannath

Manoranjan Sial
  • Published: Monday, 22 June 2020
  • , Updated: 22 June 2020, 07:29 PM IST

ପୁରୀ(ଓଡ଼ିଶା ରିପୋର୍ଟର): କୋଟି କୋଟି ଶ୍ରଦ୍ଧାଳୁଙ୍କ ଡାକ ଶୁଣିଲେ ମହାପ୍ରଭୁ। ଭାବଗ୍ରାହୀ ମହାପ୍ରଭୁ ଅଗଣିତ ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ। ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଗଜପତି କହିଛନ୍ତି, ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟର ସମୀକ୍ଷା କରି ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଛନ୍ତି। ତେଣୁ ସୁପ୍ରିମକୋର୍ଟଙ୍କ ନିକଟରେ ମୁଁ ଋଣୀ। ମହାପ୍ରଭୁଙ୍କ ରଥଯାତ୍ରାକୁ ସଫଳ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ ଦେବେ ବୋଲି ମଧ୍ୟ ଆଶା ପ୍ରକାଶ କରିଛନ୍ତି।”

ମହାମାରୀ ‘କରୋନା’ ପାଇଁ ରଥଯାତ୍ରାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହା ସତ୍ତ୍ୱେ ଶ୍ରୀମନ୍ଦିରରେ ସ୍ନାନଯାତ୍ରା ସମ୍ପନ୍ନ ହୋଇଥିଲା। ଏପରିକି ବିଳମ୍ୱରେ ହେଲେ ମଧ୍ୟ ରଥ ନିର୍ମାଣ ଆରମ୍ଭ ହୋଇଥିଲା। ତେଣୁ ରଥଯାତ୍ରା ହେବ ବୋଲି ଆଶା କରାଯାଉଥିଲା। ହେଲେ ଏହା ଭିତରେ ରଥଯାତ୍ରାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଥିଲା।

ଗତ ୧୮ ତାରିଖରେ ସୁପ୍ରିମକୋର୍ଟରେ ଏହାକୁ ବିଚାର କରିଥିଲେ। ହେଲେ ଏଥିରେ ରାଜ୍ୟ ସରକାର ଉପଯୁକ୍ତ ଯୁକ୍ତି ଉପସ୍ଥାପନ କରିନଥିଲେ। ଯେଉଁଥିପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ ବୋବଡେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ପାଇଁ ରାୟ ଶୁଣାଇଥିଲେ। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟ ସରକାରଙ୍କ ଦୁର୍ବଳ ଯୁକ୍ତିକୁ ଗଜପତି ମହାରାଜା ନାପସନ୍ଦ କରିଥିଲେ।

ଅନ୍ୟପକ୍ଷରେ ରାୟର ପୁନର୍ବିଚାର କରିବା ସହିତ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟଙ୍କ ପାଖରେ ଏକାଧିକ ପିଟିସନ୍‌ ଦାଖଲ ହୋଇଥିଲା। ଆଜି ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍‌.ଏ ବୋବଡେଙ୍କ ଅଧ୍ୟକ୍ଷତାର ବସିଥିବା ୩ ଜଣିଆ ଖଣ୍ଡପିଠ ବିଚାର କରି କିଛି ସର୍ତ୍ତରେ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଦେଇଥିଲେ। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଅନ୍ୟପକ୍ଷରେ ରଥଯାତ୍ରା ଆୟୋଜନକୁ ନେଇ ପ୍ରଶାସନ ତତ୍ପର ହୋଇଛି।

Related story