୩ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗ୍ରୀଷ୍ମ ପ୍ରବାହ ନେଇ ୩ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।   ନୟାଗଡ଼, କଟକ, ଖୋର୍ଦ୍ଧା ଜିଲ୍ଲାକୁ  ୱାର୍ଣ୍ଣିଂ ଜାରି କରାଯାଇଛି।  ଏହି ସମୟରେ ଶିଶୁ, ବୟସ୍କ ଓ ରୋଗୀଙ୍କୁ ମଧ୍ୟାହ୍ନ ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିପରି  ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରୁଥିଲେ ସତର୍କତା ମୂଳକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଗତକାଲି ରାଜ୍ୟରେ ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ […]

Temperature-crosses-40-degree-Celsius-mark-in-6-places

Tapas Behera
  • Published: Sunday, 25 April 2021
  • , Updated: 25 April 2021, 04:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗ୍ରୀଷ୍ମ ପ୍ରବାହ ନେଇ ୩ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।   ନୟାଗଡ଼, କଟକ, ଖୋର୍ଦ୍ଧା ଜିଲ୍ଲାକୁ  ୱାର୍ଣ୍ଣିଂ ଜାରି କରାଯାଇଛି।  ଏହି ସମୟରେ ଶିଶୁ, ବୟସ୍କ ଓ ରୋଗୀଙ୍କୁ ମଧ୍ୟାହ୍ନ ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି  ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରୁଥିଲେ ସତର୍କତା ମୂଳକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଗତକାଲି ରାଜ୍ୟରେ ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା । ଭୁବନେଶ୍ୱରର ୪୨.୧ ଡିଗ୍ରୀ ସେଲସିୟସ ତାପାମାତ୍ରା ସହ ସବୁଠାରୁ ଉତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ଭୁବନେଶ୍ୱର ପଛକୁ ବୌଦ୍ଧ ସର୍ବାଧିକ ତାପମାତ୍ରା ୪୨ଡିଗ୍ରୀ  ରେକର୍ଡ କରାଯାଇ ଥିଲା।  ଆଗାମୀ କିଛି ଦିନରେ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। କିଛି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Related story