ରାତିରେ ଭିକାରୀ, ଅସହାୟ ଲୋକଙ୍କୁ ଉଠାଇ ନେଲା ମହାନଗର ନିଗମ

ରାଉରକେଲା (ପବନ ତିୱାରୀ): ରାସ୍ତା ପାର୍ଶ୍ୱରେ ବସୁଥିବା ଭିକାରୀ ଓ ଅସହାୟ ଲୋକଙ୍କୁ ଆଜି ରାତିରେ ଉଠାଇ ନେଇଛି ରାଉରକେଲା ମହାନଗର ନିଗମ। ଯେଉଁମାନେ ଯିବାକୁ ରାଜି ହେଉନାହାନ୍ତି, ସେମାନଙ୍କୁ ବଳ ପୂର୍ବକ ଉଠାଇ ନିଆଯାଇ ରାତ୍ର ଆଶ୍ରୟସ୍ଥଳୀରେ ରଖାଯାଇଛି। ‘କରୋନା’ ପାଇଁ ଏପରି କରାଯାଉଥିବା ଆଲୋଚନା ହେଉଛି। ‘କରୋନା’ ପାଇଁ ରାଉରକେଲାରେ ଭିକାରୀ ଓ ଅସହାୟ ଲୋକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ତେଣୁ ସେମାନେ ପେଟ ଚାଖଣ୍ଡକ ପାଇଁ ରାଉରକେଲା ମେନ୍‌ ରୋଡ୍‌, ରିଙ୍ଗ ରୋଡ୍‌ […]

rkll

rkll

Manoranjan Sial
  • Published: Monday, 20 April 2020
  • Updated: 20 April 2020, 09:37 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ରାସ୍ତା ପାର୍ଶ୍ୱରେ ବସୁଥିବା ଭିକାରୀ ଓ ଅସହାୟ ଲୋକଙ୍କୁ ଆଜି ରାତିରେ ଉଠାଇ ନେଇଛି ରାଉରକେଲା ମହାନଗର ନିଗମ। ଯେଉଁମାନେ ଯିବାକୁ ରାଜି ହେଉନାହାନ୍ତି, ସେମାନଙ୍କୁ ବଳ ପୂର୍ବକ ଉଠାଇ ନିଆଯାଇ ରାତ୍ର ଆଶ୍ରୟସ୍ଥଳୀରେ ରଖାଯାଇଛି। ‘କରୋନା’ ପାଇଁ ଏପରି କରାଯାଉଥିବା ଆଲୋଚନା ହେଉଛି।

‘କରୋନା’ ପାଇଁ ରାଉରକେଲାରେ ଭିକାରୀ ଓ ଅସହାୟ ଲୋକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ତେଣୁ ସେମାନେ ପେଟ ଚାଖଣ୍ଡକ ପାଇଁ ରାଉରକେଲା ମେନ୍‌ ରୋଡ୍‌, ରିଙ୍ଗ ରୋଡ୍‌ ଓ ଷ୍ଟେସନ୍‌ ବଜାର ଅଞ୍ଚଳ ରାସ୍ତା ପାର୍ଶ୍ୱକୁ ଚାଲି ଆସୁଛନ୍ତି। ଆଉ ବଦାନ୍ୟ ବ୍ୟକ୍ତିଙ୍କଠାରୁ ଖାଦ୍ୟ ଗ୍ରହଣ କରି ପେଟ ପୋଷୁଛନ୍ତି। ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ପରଠାରୁ ରାସ୍ତା ପାର୍ଶ୍ୱରେ ଏମିତି ପ୍ରତିଦିନ ଭିଡ଼ ଜମାଉଛନ୍ତି ଭିକାରୀ ଓ ଅସହାୟ ଲୋକ। ସେମାନେ ଦିନରେ ଖାଇସାରିବା ପରେ ସେହି ରାସ୍ତା ପାର୍ଶ୍ୱରେ ରାତିରେ ଶୋଇ ପଡ଼ୁଛନ୍ତି।

ସବୁଦିନ ପରି ଆଜି ରାତିରେ ମଧ୍ୟ ଭିକାରୀ ଓ ଅସହାୟ ଲୋକମାନେ ରାସ୍ତା ପାର୍ଶ୍ୱରେ ଶୋଇଥିଲେ। ତେବେ ହଠାତ୍‌ ରାଉରକେଲା ମହାନଗର ନଗମର କର୍ମକର୍ତ୍ତାମାନେ ପୁଲିସ ଉପରେ ସେମାନଙ୍କୁ ଉଠାଇ ନେଉଛି। ଯେଉଁମାନେ ଯିବାକୁ ରାଜି ନହେଉଛନ୍ତି, ସେମାନଙ୍କୁ ବଳପୂର୍ବକ ଉଠାଇ ନିଆଯାଇ ପାୱାର ହାଉସ୍‌, ନୂଆ ବସ୍‌ ଷ୍ଟାଣ୍ଡା ଓ ପ୍ଲାଣ୍ଟସାଇଡ୍‌ ଛକରେ ନିର୍ମିତ ରାତ୍ରୀ ଆଶ୍ରୟସ୍ଥଳୀରେ ରଖାଯାଉଛି। ସେଠାରେ ସେମାନଙ୍କ ଶୋଇବା ଓ ଖାଇବା-ପିଇବାର ବ୍ୟବସ୍ଥା କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, କରୋନା ଲକ୍‌ଡାଉନ୍‌ ହେବାକୁ ୨୦ରୁ ଅଧିକ ଦିନ ହେଲାଣି, ହେଲେ ଆଜି ରାତି ଅଧିଆ କାହିଁକି ମହାନଗର ନଗମର କର୍ଯ୍ୟକର୍ତ୍ତା ଉଠାଇ ନେଉଛି? ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି କି? ନା ଭୁବନେଶ୍ୱରରୁ ଯାଉଥିବା ବଡ଼ ବାବୁଙ୍କ ଗସ୍ତକୁ ଦେଖି ରାଉରକେଲା ମହାନଗର ନିଗମ ଏପରି କାର୍ଯ୍ୟ କରିଛି କି? ତେବେ ଭିକାରୀ ଓ ଅସହାୟ ଲୋକଙ୍କୁ କାହିଁକି ରାତି ଅଧିଆ ଉଠାଇ ଅଣାଗଲା, ତାହାର ପ୍ରକୃତ ରହସ୍ୟ ଭବିଷ୍ୟତରେ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story