ପେଟ୍ରୋଲ ଦରକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷ ରଖିଲେ ମନ୍ତ୍ରୀ, ନକମିବାର କାରଣ ବି କହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତୈଳ ଦର ବୃଦ୍ଧି ନେଇ କଂଗ୍ରେସର ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ବେଳେ ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି ଯେ, ୨୦୧୬ରେ ୧୦୧ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଅନୁସାରେ ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ, ଗ୍ୟାସ ଓ ମଦକୁ ଜିଏସ୍‌ଟିରୁ ବାଦ୍ ଦିଆଯାଇଛି । ତୈଳ ବିକ୍ରୟ କଂପାନିର ମୂଳ ଦର, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଅତିରିକ୍ତ ଉତ୍ପାଦ ଶୁଳ୍କ ଓ ମୂଲ୍ୟଯୁକ୍ତ କର ବା […]

Niranjan

Tapas Behera
  • Published: Tuesday, 23 February 2021
  • , Updated: 23 February 2021, 03:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତୈଳ ଦର ବୃଦ୍ଧି ନେଇ କଂଗ୍ରେସର ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ବେଳେ ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେ କହିଛନ୍ତି ଯେ, ୨୦୧୬ରେ ୧୦୧ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଅନୁସାରେ ଅଶୋଧିତ ତୈଳ, ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ, ଗ୍ୟାସ ଓ ମଦକୁ ଜିଏସ୍‌ଟିରୁ ବାଦ୍ ଦିଆଯାଇଛି ।

ତୈଳ ବିକ୍ରୟ କଂପାନିର ମୂଳ ଦର, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଅତିରିକ୍ତ ଉତ୍ପାଦ ଶୁଳ୍କ ଓ ମୂଲ୍ୟଯୁକ୍ତ କର ବା ଭାଟ୍କୁ ଭିତ୍ତି କରି ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ ହୋଇଥାଏ। ଏଣୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ କମ୍ ଟିକସ ଆଦାୟ କରୁଛନ୍ତି । ଏହାସହ ଆଦାୟ ଟିକସ ଜନ ହିତକର କାର୍ଯ୍ୟରେ ବିନିଯୋଗ କରୁଥିବା ସେ କହିଛନ୍ତି ।

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୬ ପଇସା ରହିଛି । ଏଥିରୁ ମୂଳ ଦର ୩୩ ଟଙ୍କା ୬୮ ପଇସା ଏହା ଉପରେ କେନ୍ଦ୍ରୀୟ ଶୁଳ୍କ ୧.୪୦ ଟଙ୍କା, ଅତିରିକ୍ତ ଉତ୍ପାଦ ଶୁଳ୍କ ୧୧ ଟଙ୍କା, ଭିତ୍ତିଭୂମି ସେସ୍ ୧୮ ଟଙ୍କା ଓ କୃଷି ସେସ୍ ୨ ଟଙ୍କା ୫୦ ପଇସା ମିଶାଇ କେନ୍ଦ୍ର ସରକାର ୩୨ ଟଙ୍କା ୯୦ ପଇସା ନେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ୩୨% ଭାଟ୍ ବାବଦରେ ୨୧ ଟଙ୍କା ୪୦ ପଇସା ନେଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି ।

ସେହିପରି ଭୁବନେଶ୍ୱରରେ ଆଜିର ଡିଜେଲ୍ ଦରରେ ମୂଳ ଦର ୩୫ ଟଙ୍କା ୪୩ ପଇସା ଥିବାବେଳେ ବିଭିନ୍ନ ଶୁଳ୍କ ଓ ଭାଟ୍ ବାବଦରେ କେନ୍ଦ୍ର ସରକାର ୩୧ ଟଙ୍କା ୮୦ ପଇସା ଓ ରାଜ୍ୟ ସରକାର ୨୮% ଭାଟ୍ ବାବଦରେ ୧୮ ଟଙ୍କା ୯୦ ପଇସା ନେଉଛନ୍ତି ବୋଲି ନିରଞ୍ଜନ ତାଙ୍କ ଉତ୍ତରରେ କହିଛନ୍ତି।

ସୂଚନାଯୋଗ୍ୟ, ‘ତେଲ ଦର ବଢ଼ିବା ସାମୟିକ। ଏହା ଶୀଘ୍ର ଠିକ୍‌ ହୋଇଯିବ।’ ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ଆଜି ଏହି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Related story