ଫେସ୍‌ବୁକ୍‌ରେ ଜାଲ ବିଛାଇ ଫସାଇଦେଲେ ନେକେଡ୍ ନାୟିକା

କଟକ(ଓଡ଼ିଶା ରିପୋର୍ଟର) ଫେସ୍‌ବୁକ୍‌ରେ ଫ୍ରେଣ୍ଡସିପ୍‌। ପରେ ମିଠା ମିଠା କଥା ସାଙ୍ଗକୁ କେତେ କ’ଣ ଗପସପ୍‌। ଆଉ ତା’ରି ଭିତରେ ବିଶ୍ୱାସର ଜାଲ ବିଛାଇ ହାତେଇ ନେଲେ ପର୍ସନାଲ ଡାଟା। ତା’ପରେ ସିଧା ବିଷ। ମାନେ ବ୍ଲାକମେଲିଂ। ୩୦,୦୦୦ ଟଙ୍କା ଦିଅ ନହେଲେ ତୁମ ଭିଡିଓ ଭାଇରାଲ କରିଦେବି।  ଅଜଣା ଯୁବତୀଙ୍କ ସହ ଫେସ ବୁକ୍ ରେ ସାଙ୍ଗ ହେବା ପରେ ଅଡୁଆରେ ପଡ଼ିଛନ୍ତି ଜଣେ ଯୁବକ। କଟକର ଯୁବକଙ୍କ ଅଭିଯୋଗ ମୁତାବକ ତାଙ୍କୁ ଏକ ଅଜଣା […]

890

890

Tapas Behera
  • Published: Thursday, 05 August 2021
  • Updated: 05 August 2021, 07:02 PM IST

କଟକ(ଓଡ଼ିଶା ରିପୋର୍ଟର) ଫେସ୍‌ବୁକ୍‌ରେ ଫ୍ରେଣ୍ଡସିପ୍‌। ପରେ ମିଠା ମିଠା କଥା ସାଙ୍ଗକୁ କେତେ କ’ଣ ଗପସପ୍‌। ଆଉ ତା’ରି ଭିତରେ ବିଶ୍ୱାସର ଜାଲ ବିଛାଇ ହାତେଇ ନେଲେ ପର୍ସନାଲ ଡାଟା। ତା’ପରେ ସିଧା ବିଷ। ମାନେ ବ୍ଲାକମେଲିଂ। ୩୦,୦୦୦ ଟଙ୍କା ଦିଅ ନହେଲେ ତୁମ ଭିଡିଓ ଭାଇରାଲ କରିଦେବି।  ଅଜଣା ଯୁବତୀଙ୍କ ସହ ଫେସ ବୁକ୍ ରେ ସାଙ୍ଗ ହେବା ପରେ ଅଡୁଆରେ ପଡ଼ିଛନ୍ତି ଜଣେ ଯୁବକ। କଟକର ଯୁବକଙ୍କ ଅଭିଯୋଗ ମୁତାବକ ତାଙ୍କୁ ଏକ ଅଜଣା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଲା । ପରେ ସେ ତାହାକୁ ଗ୍ରହଣ କରି ନେଲେ ।

ପରେ ଭିଡିଓ କଲ୍ କରି ଯୁବତୀ ଜଣକ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇଲେ। ଆଉ ସେହି ସମୟ ରେ ସେସବୁ ରେକର୍ଡ କରି ଯୁବକ ଜଣକୁ ବ୍ଲାକ ମେଲ୍ କରିବାକୁ ଆରମ୍ଭ କରିଛନ୍ତି। ୩୦ହଜାର ଟଙ୍କା ନ ଦେଲେ ସେହି ଭିଡିଓକୁ ଭାଇରାଲ କରି ଦେବେ ବୋଲି ଯୁବକ ଙ୍କୁ ଧମକ ଦେଇଛନ୍ତି।

ଯୁବକ ଜଣକ କହିଛନ୍ତି ଯେ, ଫେସବୁକ୍‌ରେ ବନ୍ଧୁତା ପରେ ସେ ମୋର ସବୁ ଡାଟା ନେଇଗଲେ। ମୋ ଫୋନ ନମ୍ବର ନେଇ ଭିଡିଓ କଲେ କଲେ। ଭିଡିଓ କଲରେ ସେ ଉଲଗ୍ନ ହୋଇଗଲେ। କିଛି ସମୟ ଭିଡିଓ ଚଳାଇଲେ। ସେଥିରେ ସ୍କ୍ରିନସଟ ମାଧ୍ୟମରେ ମୋତେ କ୍ୟାପଚର କରିନେଲେ। ତାପରେ ହ୍ୱାଟସଆପରେ ବ୍ଲାକମେଲିଂ ଆରମ୍ଭ କଲେ। ୩୦,୦୦୦ ଟଙ୍କା ନଦେଲେ ତୁମ ଭିଡିଓ ଭାଇରାଲ କରିଦେବି ବୋଲି କହିଲେ। ଏନେଇ  ଯୁବକ ଜଣକ ଏବେ କ୍ରାଇମବ୍ରାଞ୍ଚ ସାଇବର ସେଲର ଦ୍ଵାରସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos