Advertisment

କାଇରୁ ଆବିଷ୍କାର ହେଲା କରୋନା ଔଷଧ, ମାନ୍ୟତା ପାଇଁ ହାଇକୋର୍ଟରେ ଆବେଦନ

ବାରିପଦା(ମାଣିକଲାଲ୍‌ ପାଣି): ଜଙ୍ଗଲରେ ମିଳୁଥିବା କାଇ ପିମ୍ପୁଡିର ଚଟଣି କମ୍ବା ସୁପ୍‌ କରୋନା ଚିକିତ୍ସା ପାଇଁ ଏକ ଉପାଦେୟ ଔଷଧ! ଏହାକୁ ସେବନ କରି ଅନେକ ଲୋକ କରୋନାରୁ ଆରୋଗ୍ୟ ହେଉଛନ୍ତି। ତେଣୁ କାଇ ପିମ୍ପୁଡ଼ିକୁ କାହିଁକି ଔଷଧ ମାନ୍ୟତା ଦିଆନଯିବ? ଏ ନେଇ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ବାରିପଦା ଯନ୍ତ୍ରୀ ନୟାଧର ପଢିଆଳ। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନାଲି ପିମ୍ପୁଡି ପ୍ରବଳ ମାତ୍ରାରେ ମିଳିଥାଏ। ଏହାକୁ କେହି କେହି କାଇ ପିମ୍ପୁଡି ମଧ୍ୟ […]

author-image
Manoranjan Sial
କାଇରୁ ଆବିଷ୍କାର ହେଲା କରୋନା ଔଷଧ, ମାନ୍ୟତା ପାଇଁ ହାଇକୋର୍ଟରେ ଆବେଦନ

odisha-high

ବାରିପଦା(ମାଣିକଲାଲ୍‌ ପାଣି): ଜଙ୍ଗଲରେ ମିଳୁଥିବା କାଇ ପିମ୍ପୁଡିର ଚଟଣି କମ୍ବା ସୁପ୍‌ କରୋନା ଚିକିତ୍ସା ପାଇଁ ଏକ ଉପାଦେୟ ଔଷଧ! ଏହାକୁ ସେବନ କରି ଅନେକ ଲୋକ କରୋନାରୁ ଆରୋଗ୍ୟ ହେଉଛନ୍ତି। ତେଣୁ କାଇ ପିମ୍ପୁଡ଼ିକୁ କାହିଁକି ଔଷଧ ମାନ୍ୟତା ଦିଆନଯିବ? ଏ ନେଇ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ବାରିପଦା ଯନ୍ତ୍ରୀ ନୟାଧର ପଢିଆଳ।

Advertisment

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନାଲି ପିମ୍ପୁଡି ପ୍ରବଳ ମାତ୍ରାରେ ମିଳିଥାଏ। ଏହାକୁ କେହି କେହି କାଇ ପିମ୍ପୁଡି ମଧ୍ୟ କହିଥା’ନ୍ତି। ଏହି ପିମ୍ପୁଡିକୁ କାହିଁ କେଉଁ କାଳରୁ ଆଜି ଯାଏଁ ଲୋକେ ଥଣ୍ଡା କାଶ ପ୍ରତିଷେଧକ ପାଇଁ ବ୍ୟବହାର କରିଥାନ୍ତି। କାଇ ପିମ୍ପୁଡିକୁ କରୋନା ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇଛି।

ଏ ସମ୍ପର୍କରେ ନୟାଧର ପଢିଆଳ ପୃଥକ୍‌ ଭାବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ପତ୍ରାଳପ କରିଥିଲେ। ମାତ୍ର ସେମାନଙ୍କଠାରୁ କୌଣସି ଉତ୍ତର ମିଳିନଥିଲା। ଶେଷରେ ଅକ୍ଟୋବର ୨୨ ତାରିଖରେ ନୟାଧର ପଢିଆଳ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ନୟାଧର ପଢିଆଳଙ୍କ ମାମଲାକୁ ଗ୍ରହଣ କରି ଆୟୁଷ ମନ୍ତ୍ରଣାଳୟ ସମେତ ସ୍ୱାସ୍ଥ୍ୟ ବିଭାଗର ୩ଟି ବିଭାଗକୁ ନୋଟିସ୍‌ କରିଛନ୍ତି। ୩୦ ଦିନ ଭିତରେ ଉତ୍ତର ରଖିବାକୁ କୋର୍ଟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment