‘କରୋନା’ ମୁକାବିଲା ସହ ଜଡ଼ିତ ବେସରକାରୀ ଲୋକଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ବୀମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟସେବା କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଭାରତ ସରକାର ୯୦ଦିନ ନିମନ୍ତେ ୫୦ଲକ୍ଷ ଟଙ୍କାର ବୀମାରାଶି ଘୋଷଣା କରିଥିବାବେଳେ ଓଡ଼ିଶା ସରକାର ଉଭୟ ସରକାରୀ ଓ ବେସରକାରୀ ବ୍ୟକ୍ତିଙ୍କ ପାଇଁ ଏହି ବୀମାରାଶି ଘୋଷଣା କରିଛନ୍ତି। କୋଭିଡ-୧୯ ମୁକାବିଲା ନିମନ୍ତେ ନିଜର କର୍ତ୍ତବ୍ୟ ସମ୍ପାଦନବେଳେ ପ୍ରାଣ ହରାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆଜି ଏ ସମ୍ପର୍କରେ ନିୟମିତ ପ୍ରେସ୍ ବୁଲେଟିନରେ ସୂଚନା ଦେଇ ରାଜ୍ୟ […]

subrat-3

subrat-3

Manoranjan Sial
  • Published: Wednesday, 22 April 2020
  • Updated: 22 April 2020, 06:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟସେବା କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଭାରତ ସରକାର ୯୦ଦିନ ନିମନ୍ତେ ୫୦ଲକ୍ଷ ଟଙ୍କାର ବୀମାରାଶି ଘୋଷଣା କରିଥିବାବେଳେ ଓଡ଼ିଶା ସରକାର ଉଭୟ ସରକାରୀ ଓ ବେସରକାରୀ ବ୍ୟକ୍ତିଙ୍କ ପାଇଁ ଏହି ବୀମାରାଶି ଘୋଷଣା କରିଛନ୍ତି। କୋଭିଡ-୧୯ ମୁକାବିଲା ନିମନ୍ତେ ନିଜର କର୍ତ୍ତବ୍ୟ ସମ୍ପାଦନବେଳେ ପ୍ରାଣ ହରାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଆଜି ଏ ସମ୍ପର୍କରେ ନିୟମିତ ପ୍ରେସ୍ ବୁଲେଟିନରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଭାରତ ସରକାରଙ୍କ ୫୦ଲକ୍ଷ ଟଙ୍କାର ବୀମାରୁ ବାଦ୍ ପଡ଼ିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ନିଜ ପାଣ୍ଠିରୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କୋଭିଡ-୧୯ ବା କରୋନା ମୁକାବିଲା ସହ ଜଡ଼ିତ ଯେକୌଣସି ବ୍ୟକ୍ତି ଅର୍ଥାତ ସରକାରୀ କର୍ମଚାରୀ, ବେସରକାରୀ ବ୍ୟକ୍ତିବିଶେଷ, ସ୍ୱେଚ୍ଛାସେବୀ, ସହର ଓ ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ସଂସ୍ଥା(ତ୍ରିସ୍ତରୀୟ ପଂଚାୟତରାଜ ସଂସ୍ଥା) ଓ ବୃତ୍ତିଗତ ସଂସ୍ଥାରେ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ନିଜର କର୍ତ୍ତବ୍ୟ ସମ୍ପାଦନ ସମୟରେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ଉପରୋକ୍ତ ବ୍ୟକ୍ତିମାନଙ୍କ ମୃତ୍ୟୁ ଘଟିଲେ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ଅବଶ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଖୁବଶୀଘ୍ର ଏନେଇ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିବ। ସେହିପରି ଆଜି ସମ୍ବଲପୁରଠାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ୩୧ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ସହ ମୋଟ ବେଡ୍ ସଂଖ୍ୟା ୫୧୭୬କୁ ବୃଦ୍ଧି ପାଇଛି।

ଲକଡାଉନ୍ ଜାରି ରହିଥିବାବେଳେ ଖାଦ୍ୟଯୋଗାଣ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏପର୍ଯ୍ୟନ୍ତ ମୋଟ ୮୨,୦୯.୦୪୨ଟି ରାସନକାର୍ଡଧାରୀ ପରିବାରକୁ ଆଗୁଆ ୩ମାସର ଚାଉଳ ଓ ଗହମ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଜିସୁଦ୍ଧା ୮୭.୭୭ଲକ୍ଷ କାର୍ଡଧାରୀ ପରିବାରକୁ ୧୦୦୦ଟଙ୍କା ଲେଖାଏଁ ନଗଦ ରିଲିଫ ଦିଆଯାଇଛି। ଏବାବଦରେ ୮୭୭.୭୭ କୋଟି ଟଙ୍କା ବଣ୍ଟନ କରାଯାଇଛି।

ଶ୍ରୀ ବାଗଚୀ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଓଡ଼ିଶାରେ ମୋଟ ୮୩ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣେ ପ୍ରାଣ ହରାଇଛନ୍ତି। ଅନ୍ୟ ୫୦ଜଣ ପଜେଟିଭ୍ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି। ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜିସୁଦ୍ଧା ମାତ୍ର ୬ଟି ଜିଲ୍ଲାରେ କରୋନା ସକ୍ରିୟ ସଂକ୍ରମିତ ରହିଛନ୍ତି,ଯେଉଁମାନଙ୍କର ଚିକିତ୍ସା ଜାରି ରହିଛି। ଖୋର୍ଦ୍ଧା ଜିଲ୍ଲାରେ ମୋଟ ୪୬ଜଣ ସଂକ୍ରମିତ ହୋଇଥିବାବେଳେ ସେଥିରୁ ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଢେଙ୍କାନାଳ, କଟକ, ପୁରୀ ଓ କଳାହାଣ୍ଡି ଜିଲ୍ଲାର ସଂକ୍ରମିତମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେସୁଦ୍ଧା ଓଡ଼ିଶାରେ ମୋଟ ୧୩୭୭୫ଟି ନମୂନା ପରୀକ୍ଷା ହୋଇଛି। ଭୁବନେଶ୍ୱରରେ ଗତକାଲି ସୁଦ୍ଧା ୪୯୭୫ଜଣଙ୍କର ରାପିଡ୍ ଟେଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story