କ୍ୱାରେଣ୍ଟାଇନ ଅବଧି ୨୮ ଦିନକୁ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କ୍ୱାରେଣ୍ଟାଇନ ଅବଧିକୁ ୧୪ଦିନରୁ ୨୮ଦିନକୁ ବୃଦ୍ଧି କରିଛନ୍ତି। ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆମାନେ ଏଣିକି ୨୧ଦିନ ସରକାରୀ କ୍ୱାରେଣ୍ଟାଇନ ଓ ୭ଦିନ ଘରୋଇ କ୍ୱାରେଣ୍ଟାଇନରେ ରହିବେ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆମାନଙ୍କ ସର୍ବନିମ୍ନ ୨୧ଦିନ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡ଼ିବ। ତା’ପରେ ସେମାନେ ନିଜ ଘରେ ଯାଇ ୭ଦିନ କ୍ୱାରେଣ୍ଟାଇନରେ ରହିବେ। […]

quri

quri

Manoranjan Sial
  • Published: Friday, 08 May 2020
  • Updated: 08 May 2020, 05:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କ୍ୱାରେଣ୍ଟାଇନ ଅବଧିକୁ ୧୪ଦିନରୁ ୨୮ଦିନକୁ ବୃଦ୍ଧି କରିଛନ୍ତି। ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆମାନେ ଏଣିକି ୨୧ଦିନ ସରକାରୀ କ୍ୱାରେଣ୍ଟାଇନ ଓ ୭ଦିନ ଘରୋଇ କ୍ୱାରେଣ୍ଟାଇନରେ ରହିବେ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆମାନଙ୍କ ସର୍ବନିମ୍ନ ୨୧ଦିନ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡ଼ିବ। ତା’ପରେ ସେମାନେ ନିଜ ଘରେ ଯାଇ ୭ଦିନ କ୍ୱାରେଣ୍ଟାଇନରେ ରହିବେ। ସେଥିପାଇଁ ରାଜ୍ୟ ସରକାର କ୍ୱାରେଣ୍ଟାଇନ କେନ୍ଦ୍ର ଓ ସେଠାରେ ରହୁଥିବା ଅନ୍ତେବାସୀଙ୍କ ପାଇଁ କେତେକ ନୂଆ ପଦକ୍ଷେପ ନେଇଛନ୍ତି।

କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକରେ ରହୁଥିବା ଅନ୍ତେବାସୀ ଏହାକୁ ଏନସିସି ଓ ଏନଏସଏସ୍ କ୍ୟାମ୍ପ ଭଳି ଉପଭୋଗ କରିପାରିବେ। ସେମାନେ ଆବଶ୍ୟକ ପରିଷ୍କାର ପରିଚ୍ଛନ୍ନତା ସହ ସେଠାରେ ନିଜେ ରୋଷେଇ କରିବା, ଖାଇବା, ଯୋଗ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଟିଭି ଆଦି ଦେଖିପାରିବେ। ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯିବ। କ୍ୱାରେଣ୍ଟାଇନ ସେଣ୍ଟର ଭିତରକୁ ବାହାର ଲୋକ(ଦାୟିତ୍ୱରେ ଥିବା)ଙ୍କ ଯାତାୟତକୁ କମ୍ କରାଯିବ। କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକୁ ଅଧିକ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେଠାରେ ସିସିଟିଭି କ୍ୟାମେରା ଲଗାଯିବା ସହ ଏସବୁ ସ୍ଥାନରେ ୧୪୪ଧାରା ଜାରି ହେବ। ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ପରିଷ୍କାର ପରିଛନ୍ନତା ଉପରେ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ବାଗଚୀ କହିଛନ୍ତି।
ସୂଚନାଯୋଗ୍ୟ, କ୍ୱାରେଣ୍ଟାଇନ ଅବଧି ବୃଦ୍ଧି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା କେ.ଶ୍ରୀନାଥ ରେଡ୍ଡୀ ଗତକାଲି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story