ଜିଲ୍ଲା ଓ ବ୍ଲକସ୍ତରରେ ସତ୍ୟାଗ୍ରହ କରିବ ରାଜୀବ ଗାନ୍ଧି ପଞ୍ଚାୟତିରାଜ ସଂଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକା ଓ ଜାତୀୟ ଜନ ପଞ୍ଜିକାକୁ ବିରୋଧରେ ରାଜୀବ ଗାନ୍ଧି ଓଡ଼ିଶା ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ପଞ୍ଚାୟତ ଓ ବ୍ଲକସ୍ତରରେ ସତ୍ୟାଗ୍ରହ କରାଯିବ। ମାର୍ଚ୍ଚ ୫ତାରିଖକୁ ପଞ୍ଚାୟତିରାଜ ସୁରକ୍ଷା ଦିବସ ଭାବେ ମଧ୍ୟ ପାଳନ କରିବାକୁ ଓଡ଼ିଶା ପଞ୍ଚାୟତିରାଜ ସଂଗଠନ ଆହ୍ୱାନ ଦେଇଛି। ଆଜି କଂଗ୍ରେସ ଭବନରେ ରାଜୀବ ଗାନ୍ଧି ପଞ୍ଚାୟତିରାଜ ସଂଗଠନ, ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ପଦାଧିକାରୀମାନେ କହିଛନ୍ତି […]

caa

caa

Manoranjan Sial
  • Published: Monday, 02 March 2020
  • Updated: 02 March 2020, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକା ଓ ଜାତୀୟ ଜନ ପଞ୍ଜିକାକୁ ବିରୋଧରେ ରାଜୀବ ଗାନ୍ଧି ଓଡ଼ିଶା ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ପଞ୍ଚାୟତ ଓ ବ୍ଲକସ୍ତରରେ ସତ୍ୟାଗ୍ରହ କରାଯିବ। ମାର୍ଚ୍ଚ ୫ତାରିଖକୁ ପଞ୍ଚାୟତିରାଜ ସୁରକ୍ଷା ଦିବସ ଭାବେ ମଧ୍ୟ ପାଳନ କରିବାକୁ ଓଡ଼ିଶା ପଞ୍ଚାୟତିରାଜ ସଂଗଠନ ଆହ୍ୱାନ ଦେଇଛି।

ଆଜି କଂଗ୍ରେସ ଭବନରେ ରାଜୀବ ଗାନ୍ଧି ପଞ୍ଚାୟତିରାଜ ସଂଗଠନ, ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ପଦାଧିକାରୀମାନେ କହିଛନ୍ତି ଯେ, ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରି ପଞ୍ଚାୟତ ଓ ବ୍ଲକସ୍ତରରେ ସତ୍ୟାଗ୍ରହ କରିବା ନିମନ୍ତେ ଡାକରା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ନାଗରିକ ସତ୍ୟାଗ୍ରହ ସମ୍ମିଳନୀମାନ ଅନୁଷ୍ଠିତ ହେଉଛି। ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଢେଙ୍କାନାଳ ଇତ୍ୟାଦି ଜିଲ୍ଲାରେ ଏହା ସମାପ୍ତ ହୋଇଯାଇଛି। ଆସନ୍ତା ଏପ୍ରିଲ୍ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ଏବଂ ମଇ ମାସ ସୁଦ୍ଧା ରାଜ୍ୟର ସମସ୍ତ ବ୍ଲକରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।

ସେହିପରି ଆସନ୍ତା ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ପଂଚାୟତିରାଜ ଦିବସ ପାଳନ କରୁଛନ୍ତି ।ଓଡ଼ିଶା ସରକାର କେବଳ ଅବମାନନା କରୁନାହାନ୍ତି, ପଂଚାୟତିରାଜ ବ୍ୟବସ୍ଥାକୁ ଅଫିସରରାଜର କବଳରେ କବଳିତ କରି ଏହାର ସ୍ୱାତନ୍ତ୍ର‌୍ୟକୁ ଭୂଲୁଣ୍ଠିତ କରୁଛନ୍ତି। ଗତ ଫେବୃଆରୀ ୧୭ତାରିଖରେ ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡିକେ. ସିଂହ ଜିଲ୍ଲାପାଳମାନଙ୍କୁ ପଠାଇଥିବା ଏକ ଚିଠି ଯେଉଁଥିରେ କୁହାଯାଇଛି ଯେ ବିଡିଓଙ୍କ ଦସ୍ତଖତ ବିନା ପଂଚାୟତର କୌଣସି ପ୍ରକଳ୍ପ ଅନୁମୋଦିତ ହୋଇପାରିବ ନାହିଁ କିମ୍ବା ଅର୍ଥ ରାଶି କାହାକୁ ସେ ବାବଦକୁ ଦିଆଯାଇ ପାରିବ ନାହିଁ । ଏହି ଚିଠି ପଂଚାୟତିରାଜ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାରଙ୍କର ନକରାତ୍ମକ ଆଭିମୁଖ୍ୟ ପ୍ରମାଣ ଦିଏ। ଏହି ଚିଠିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ଦାବି କରୁଛି।

ସେହିପରି ଗ୍ରାମସଭା ଏବଂ ପଲ୍ଲୀସଭା ହେଉଛି ପଂଚାୟତ ବ୍ୟବସ୍ଥାର ମୂଳପିଣ୍ଡ। କିନ୍ତୁ ଦୀର୍ଘଦିନ ଧରି ପଲ୍ଲୀସଭା ହେଉନାହିଁ, ଗ୍ରାମସଭା କେବଳ ଜାନୁଆରୀ ୨୬ ଏବଂ ଅକ୍ଟୋବର ୨ତାରିଖରେ ବ୍ରତ ଭାବରେ ପାଳନ କରାଯାଉଛି । ନିୟମିତ ଭାବରେ ଗ୍ରାମସଭା ଓ ପଲ୍ଲୀସଭାର ଆୟୋଜନ କରିବା ଏବଂ ଗ୍ରାମସଭା ଓ ପଲ୍ଲୀସଭାର ବିନା ଅନୁମୋଦନରେ କୌଣସି କାର୍ଯ୍ୟ ନକରିବା ସହ ସରପଂଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ଭତ୍ତା ବୃଦ୍ଧି କରାଯିବା ସହିତ ସେମାନଙ୍କୁ ଯଥାଯଥ ମର୍ଯ୍ୟାଦା ଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଆବଂଟନରେ ସଂପୃକ୍ତ ୱାର୍ଡ ସଭ୍ୟଙ୍କର ଅନୁମୋଦନକୁ ବାଧ୍ୟତାମୂଳକ କରିବାକୁ ଦାବି କରୁଛୁ।

ଏସବୁ ଦୃଷ୍ଟିରୁ ଆସନ୍ତା ୫ ତାରିଖକୁ ପଂଚାୟତିରାଜ ସୁରକ୍ଷା ଦିବସ ଭାବରେ ପାଳନ କରାଯିବ ଏବଂ ଉପରୋକ୍ତ ଦାବିଗୁଡିକୁ ନେଇ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନର ସାଧାରଣ ସଂପାଦକ ରାଜକୁମାର କିରାଡୁ, ଆବାହକ ସୁଦର୍ଶନ ଦାସ, ପ୍ରଶିକ୍ଷଣ ସଂଯୋଜକ ଶୁଭେନ୍ଦୁ ମହାନ୍ତି, ଓଡିଶା ପଂଚାୟତିରାଜ ସଂଗଠନର ସଭାପତି ପ୍ରଦ୍ୟୁମ୍ନ ଜେନା, ଜ୍ଞାନଦେବ ବେଉରା, ମାନସ ମଲ୍ଲିକ, ସମିତି ସଭ୍ୟ ସଂଘର କାର୍ଯ୍ୟକାରୀ ସଭାପତି ଗୋପବନ୍ଧୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story