ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି ରାପିଡ୍ ରେସପନ୍ସ ଟିମ୍

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ସହରରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଘରକୁ ଘର ବୁଲି ଏହି ଟିମ୍ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରି ଔଷଧ ବଣ୍ଟନ କରୁଛନ୍ତି। ଶରୀରର ତାପମାତ୍ରା ଏବଂ ଅକ୍ସିଜେନ୍ ସ୍ତର ରେକର୍ଡ କରିବା ସହ ଆବଶ୍ୟକସ୍ଥଳେ ରୋଗୀଙ୍କୁ କୋଭିଡ୍ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରୁଛନ୍ତି। କୋଭିଡ୍ ମୁକାବିଲା କ୍ଷେତ୍ରରେ ତୃଣମୂଳ ସ୍ତରରେ ଆରଆରଟି ପ୍ରମୁଖ […]

700

700

Tapas Behera
  • Published: Saturday, 15 May 2021
  • Updated: 15 May 2021, 06:49 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ସହରରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଘରକୁ ଘର ବୁଲି ଏହି ଟିମ୍ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରି ଔଷଧ ବଣ୍ଟନ କରୁଛନ୍ତି। ଶରୀରର ତାପମାତ୍ରା ଏବଂ ଅକ୍ସିଜେନ୍ ସ୍ତର ରେକର୍ଡ କରିବା ସହ ଆବଶ୍ୟକସ୍ଥଳେ ରୋଗୀଙ୍କୁ କୋଭିଡ୍ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରୁଛନ୍ତି।

କୋଭିଡ୍ ମୁକାବିଲା କ୍ଷେତ୍ରରେ ତୃଣମୂଳ ସ୍ତରରେ ଆରଆରଟି ପ୍ରମୁଖ ଭୂମିକା ଗ୍ରହଣ କରୁଛି। ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରି ଠିକଣା ସମୟରେ ଉଚିତ ପଦକ୍ଷେପ ନେବାରେ ଏହି ଟିମ୍ ପ୍ରଶାସନର ସହାୟତା କରିପାରିଛି। ଫଳରେ କୋଭିଡ୍ ସଂକ୍ରମିତଙ୍କୁ ଚିକିତ୍ସା ଓ ପରାମର୍ଶ ମିଳିବା ସହ କୋଭିଡ୍ ପରିଚାଳନା କ୍ଷେତ୍ରରେ ଆମକୁ ସୁବିଧା ହେଉଛି ବୋଲି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।

ରାଉରକେଲାରେ ବର୍ତ୍ତମାନ ୨୫ଟି ଆରଆରଟି କାମ କରୁଛି। ପ୍ରତି ଟିମରେ ୨ରୁ ୩ ଜଣ ସଦସ୍ୟ ଅଛନ୍ତି। ପାରାମେଡିକାଲ ଷ୍ଟାଫଙ୍କ ସହିତ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ଏହା ଗଠନ କରାଯାଇଛି। ରାଉରକେଲାର ବିଭିନ୍ନ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି, ଆଶା, ଅଙ୍ଗନବାଡ଼ି କର୍ମୀ ମଧ୍ୟ ଆରଆରଟିକୁ ସହଯୋଗ କରୁଛନ୍ତି। ସେହିପରି ଅଣ-ବସ୍ତି ଅଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟମାନେ ଘର ଘର ବୁଲି ସର୍ଭେ କରୁଛନ୍ତି। ଏହି ରିପୋର୍ଟକୁ ଆଧାର କରି ହୋମ୍ ଆଇସୋଲେସନ ବ୍ୟକ୍ତିଙ୍କ ପାଖରେ ଆରଆରଟି ପହଞ୍ଚୁଛନ୍ତି।

ରାପିଡ୍ ରେସପନ୍ସ ଟିମର ସଦସ୍ୟମାନେ ନିୟମିତ ବ୍ୟବଧାନରେ ସହରର ବିଭିନ୍ନ ୱାର୍ଡରେ ହୋମ୍ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କୁ ଭେଟୁଛନ୍ତି। ଯଦି କାହାର ସ୍ୱାସ୍ଥ୍ୟରେ ଜଟିଳତା ପରିଲକ୍ଷିତ ହେଉଛି ସେମାନେ ତୁରନ୍ତ ଆରଏମସିକୁ ଖବର ଦେଉଛନ୍ତି। ଫଳରେ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ କୋଭିଡ୍ କେୟାର ସେଣ୍ଟର କିମ୍ବା କୋଭିଡ୍ ହସ୍ପିଟାଲକୁ ପଠାଯାଉଛି।

ଆରଆରଟି ସହିତ ରାଉରକେଲାରେ ଫାର୍ମାସି ଟିମ୍ ମଧ୍ୟ ରହିଛି।  ଆରଆରଟି ସହିତ ଏହି ଟିମ୍ ଯୋଡ଼ି ହୋଇ ରହୁଛନ୍ତି। ଯେଉଁ ବ୍ୟକ୍ତିଙ୍କର ଔଷଧ ଦରକାର ପଡ଼ୁଛି ସେମାନଙ୍କ ପାଖରେ ଫାର୍ମାସି ଟିମ୍ ମାଗଣାରେ ଆବଶ୍ୟକ ଔଷଧ ପହଞ୍ଚାଉଛନ୍ତି।

ରାଜ୍ୟ ବାହାରୁ ଯେଉଁ ଯାତ୍ରୀମାନେ ଟ୍ରେନରେ ଆସି ରାଉରକେଲା ଷ୍ଟେସନରେ ଓହ୍ଲାଉଛନ୍ତି ସେମାନଙ୍କର ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଟିକା ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଏହି ପ୍ରମାଣପତ୍ର ଦେଖାଉଛନ୍ତି ସେମାନଙ୍କୁ ୧୪ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଛି। ଏହି ବ୍ୟକ୍ତିମାନେ ହୋମ୍ ଆଇସୋଲେସନ ନିୟମ ଠିକ୍ ଭାବେ ପାଳନ କରୁଛନ୍ତି କି ନାହିଁ ତାର ଅନୁଧ୍ୟାନ ଦାୟିତ୍ୱ ଆରଆରଟିକୁ ଦିଆଯାଇଛି।

ରାଉରକେଲା ସହରରେ ଯେଉଁମାନେ ଗୃହସଙ୍ଗରୋଧରେ ଅଛନ୍ତି ବା କୋଭିଡ୍ ସମ୍ପର୍କିତ କୌଣସି ସହାୟତା ଚାହୁଁଛନ୍ତି ସେମାନେ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮ ନମ୍ବରରେ କଲ୍ କରିପାରିବେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/ ୦୧୧-୪୧୧ ୮୨୧୩୮ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos