ଦିନକୁ ଗାଏବ ହୋଇଯାଉଛନ୍ତି ୧୨ ପରୀ !

ଭୁବନଶ୍ୱର(ଓଡ଼ିଶା ରିପୋର୍ଟର) ଶିଶୁ ନିଖୋଜ ଘଟଣାରେ ଓଡ଼ିଶାର ସ୍ଥାନ ହେଉଛି ଦେଶରେ ତୃତୀୟ। ମେଡିକାଲ ବେଡ୍ ହେଉ କି ଗାଁ ଦାଣ୍ଡ। ଆଖି ପିଛୁଳାକେ ଗାଏବ୍ ହୋଇଯାଉଛନ୍ତି ପିଲା । ଯାହାର ସଦ୍ୟତମ ଉଦାହରଣ ହେଉଛନ୍ତି ନୟାଗଡ଼ର କୁନିଝିଅ ପରୀ । କେବଳ ଗତବର୍ଷ ରାଜ୍ୟରୁ ୪ ହଜାର ୩୧୫ ଶିଶୁ ନିଖୋଜ ହୋଇଛନ୍ତି।  ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ହିଁ ଏହି ତଥ୍ୟ କହୁଛି। ଅର୍ଥାତ୍ ଦିନକୁ ହଜୁଛନ୍ତି ପ୍ରାୟ ୧୨ ଜଣ ଶିଶୁ ।  […]

minor

Tapas Behera
  • Published: Wednesday, 09 December 2020
  • , Updated: 09 December 2020, 08:36 PM IST

ଭୁବନଶ୍ୱର(ଓଡ଼ିଶା ରିପୋର୍ଟର) ଶିଶୁ ନିଖୋଜ ଘଟଣାରେ ଓଡ଼ିଶାର ସ୍ଥାନ ହେଉଛି ଦେଶରେ ତୃତୀୟ। ମେଡିକାଲ ବେଡ୍ ହେଉ କି ଗାଁ ଦାଣ୍ଡ। ଆଖି ପିଛୁଳାକେ ଗାଏବ୍ ହୋଇଯାଉଛନ୍ତି ପିଲା । ଯାହାର ସଦ୍ୟତମ ଉଦାହରଣ ହେଉଛନ୍ତି ନୟାଗଡ଼ର କୁନିଝିଅ ପରୀ । କେବଳ ଗତବର୍ଷ ରାଜ୍ୟରୁ ୪ ହଜାର ୩୧୫ ଶିଶୁ ନିଖୋଜ ହୋଇଛନ୍ତି।  ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ହିଁ ଏହି ତଥ୍ୟ କହୁଛି।

ଅର୍ଥାତ୍ ଦିନକୁ ହଜୁଛନ୍ତି ପ୍ରାୟ ୧୨ ଜଣ ଶିଶୁ ।  ଆଉ ବେଫିକର୍ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଏବେ ହଠାତ୍ ଚେଇଁଉଠି କହୁଛି ପୋଲିସଠୁ ତଥ୍ୟ ଆଣି ତିନି ମାସିଆ ଆକଳନ କରିବେ। ରାଜ୍ୟରେ  ସମ୍ବଲପୁରରେ, ବ୍ରହ୍ମପୁର ଓ କଟକ ବଡ଼ ମେଡିକାଲରୁ ନବଜାତକ ଚୋରି ହୋଇଛି।

ଏମିତିକି ଗାଁ ଦାଣ୍ଡରେ ଖେଳୁଥିବା ପିଲାଙ୍କୁ ବି ଅପହରଣ ଓ ହତ୍ୟା ଅଭିଯୋଗର ତାଲିକା ବି ରାଜ୍ୟରେ ଯଥେଷ୍ଟ ଲମ୍ବା । ଯାହାର ସଦ୍ୟତମ ଉଦାହରଣ ନୟାଗଡ଼ର କୁନିଝିଅ ପରୀ । ଏଭଳି ଅପରାଧରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ତଳକୁ ତୃତୀୟରେ ରହିଛି ଓଡ଼ିଶା । NCRBର ତଥ୍ୟ କହୁଛି ଓଡ଼ିଶାରେ ପ୍ରତି ୨୪ ଘଣ୍ଟାରେ ଅପହୃତ ହେଉଛନ୍ତି ୧୨ ଜଣ ଶିଶୁ । ଯାହାଙ୍କ ମଧ୍ୟରୁ କେବଳ ଝିଅଙ୍କ ସଂଖ୍ୟା ୧୧ । ଗଲାବର୍ଷ ନିଖୋଜ ହୋଇଛନ୍ତି ୪୩୧୫ ଜଣ । ହେଲେ ପ୍ରତି ୫ଜଣରେ ମାତ୍ର ଜଣକୁ ଉଦ୍ଧାର କରିବାରେ ସଫଳ ହେଉଛି ଆମ ବ୍ୟବସ୍ଥା । ଶିଶୁ ଅଧିକାର କର୍ମୀ ବି ଏହି ତଥ୍ୟକୁ ନେଇ ଆଚମ୍ବିତ ।

କହିଛନ୍ତି ଓଡ଼ିଶାରେ ଶିଶୁ ଚୋରୀର ଏକମାତ୍ର କାରଣ ଦାରିଦ୍ର୍ୟ ନୁହେଁ, ଅଙ୍ଗଚାଲାଣ, ଶ୍ରମିକ ଭାବେ ନିୟୋଜନ, ଯୌନକର୍ମୀ ଭାବେ ବ୍ୟବହାର ସାଙ୍ଗକୁ ଅସାମାଜିକ କର୍ଯ୍ୟରେ ପିଲାଙ୍କୁ ଲଗାଯାଉଛି । ତେଣୁ ଏହାକୁ ରୋକିବାକୁ ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶିଶୁ ଚୋରି ଘଟଣାକୁ ଅପରହଣ ମାମଲା ଭାବେ ଗ୍ରହଣ କରାଯିବା ଉଚିତ୍ । ଯାହାଦ୍ୱାରା ଅଭିଯୁକ୍ତଙ୍କୁ ୭ ବର୍ଷରୁ ଅଧିକ ଜେଲଦଣ୍ଡ ମଧ୍ୟ ହୋଇ ପାରିବ । ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କହିଛନ୍ତି, ଓଡ଼ିଶାରେ ଏଭଳି ଘଟଣା ରୋକିବାକୁ ଆୟୋଗ ଖୁବଶୀଘ୍ର ୩ ମାସିଆ ଆସେସମେଣ୍ଟ କରିବେ।

Related story