ପୁଣି ବଦଳିଲା ନିୟମ: ଅଫିସ୍ ଆସିବେ ମାତ୍ର ୩୦% କର୍ମଚାରୀ, ଆସିବେନି ସବୁ ଅଫିସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ନିମନ୍ତେ ମଇ ୩ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ରହିଥିଲେ ମଧ୍ୟ ଆଜିଠୁ ରାଜ୍ୟର ସମସ୍ତ ସରକାରୀ ଅଫିସକୁ କାର୍ଯ୍ୟକ୍ଷମ କରିବା ପାଇଁ ନେଇଥିବା ନିଷ୍ପତ୍ତିରେ ରାଜ୍ୟ ସରକାର ପୁଣିଥରେ ପୁନର୍ବିଚାର କରିଛନ୍ତି। ଫଳରେ ଏଣିକି ସମସ୍ତ ‘ଗ୍ରୁପ୍‌-ଏ’ ବର୍ଗର ଅଫିସରମାନେ ଅଫିସ ଆସିବାକୁ ବାଧ୍ୟ ନୁହଁନ୍ତି ଓ ‘କ୍ରିଟିକାଲ ବର୍ଗ’ରେ ଚିହ୍ନଟ ହୋଇଥିବା ୧୧ଟି ବିଭାଗରେ ସର୍ବାଧିକ ୩୦ପ୍ରତିଶତ କର୍ମଚାରୀ ଓ ଅନ୍ୟ ସମସ୍ତ ବିଭାଗରେ ମାତ୍ର ୧୦ପ୍ରତିଶତ କର୍ମଚାରୀ […]

lokasevabhaban

lokasevabhaban

Manoranjan Sial
  • Published: Monday, 20 April 2020
  • Updated: 20 April 2020, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ନିମନ୍ତେ ମଇ ୩ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ରହିଥିଲେ ମଧ୍ୟ ଆଜିଠୁ ରାଜ୍ୟର ସମସ୍ତ ସରକାରୀ ଅଫିସକୁ କାର୍ଯ୍ୟକ୍ଷମ କରିବା ପାଇଁ ନେଇଥିବା ନିଷ୍ପତ୍ତିରେ ରାଜ୍ୟ ସରକାର ପୁଣିଥରେ ପୁନର୍ବିଚାର କରିଛନ୍ତି। ଫଳରେ ଏଣିକି ସମସ୍ତ ‘ଗ୍ରୁପ୍‌-ଏ’ ବର୍ଗର ଅଫିସରମାନେ ଅଫିସ ଆସିବାକୁ ବାଧ୍ୟ ନୁହଁନ୍ତି ଓ ‘କ୍ରିଟିକାଲ ବର୍ଗ’ରେ ଚିହ୍ନଟ ହୋଇଥିବା ୧୧ଟି ବିଭାଗରେ ସର୍ବାଧିକ ୩୦ପ୍ରତିଶତ କର୍ମଚାରୀ ଓ ଅନ୍ୟ ସମସ୍ତ ବିଭାଗରେ ମାତ୍ର ୧୦ପ୍ରତିଶତ କର୍ମଚାରୀ ରୋଷ୍ଟର ବେସିସରେ ଅଫିସ ଆସିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଆଜି ପୁଣିଥରେ ରାଜ୍ୟ ସରକାର ନିଜର ନିଷ୍ପତ୍ତିର ପୁନର୍ବିଚାର କରି ସରକାରୀ କର୍ମଚାରୀଙ୍କ ଅଫିସ ଆସିବା ଉପରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, କ୍ରିଟିକାଲ ବର୍ଗରେ ଥିବା ୧୧ଟି ବିଭାଗର ସର୍ବାଧିକ ୩୦ ପ୍ରତିଶତ ଅଫିସର ଓ କର୍ମଚାରୀମାନେ ରୋଷ୍ଟର ବେସିସରେ ଅଫିସ୍ ଆସିବେ । ଫିଲଡ ଅଫିସରମାନେ କିଭଳି କାର୍ଯ୍ୟ କରିବେ ତାହା ସମ୍ପୃକ୍ତ ପ୍ରଶାସନିକ ବିଭାଗର ମୁଖ୍ୟ ସ୍ଥିର କରିବେ, କିନ୍ତୁ କୌଣସି ପରିସ୍ଥିତିରେ ଅଫିସର ଓ କର୍ମଚାରୀଙ୍କ ଉପସ୍ଥାନ ସଂଖ୍ୟା ୩୦ ପ୍ରତିାତରୁ ଅଧିକ ହେବ ନାହିଁ।
ସେହିପରି ଆଂଶିକ କ୍ରିଟିକାଲ ଘୋଷିତ ହୋଇଥିବା ଅନ୍ୟ ସମସ୍ତ ୩୧ଟି ବିଭାଗରେ ମାତ୍ର ୧୦ପ୍ରତିଶତ ଅଫିସର ଓ କର୍ମଚାରୀମାନେ ଅଫିସ୍ ଆସିବେ। ତା’ପୁଣି ରୋଷ୍ଟର ବେସିସରେ । ଯେଉଁ ସରକାରୀ କର୍ମଚାରୀମାନେ ଅଫିସ୍ ଆସୁନାହାନ୍ତି ସେମାନେ ଘରୁ ରହି କାର୍ଯ୍ୟ କରିବେ । ଏହି ନିର୍ଦ୍ଦେଶନାମା ଏପ୍ରିଲ ୨୧ରୁ ମେ’ ୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ଗତ ୩ଦିନ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ସମସ୍ତ ‘ଗ୍ରୁପ-ଏ’ ବର୍ଗର ଅଫିସରମାନଙ୍କୁ ଅଫିସ୍ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରିଟିକାଲ ବର୍ଗରେ ଥିବା ୧୧ଟି ବିଭାଗରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀ(ଗ୍ରୁପ-ବି,ସି,ଡି)ଙ୍କ ଉପସ୍ଥାନ ଏବଂ ଆଂଶିକ କ୍ରିଟିକାଲ ଥିବା ଅନ୍ୟ ସମସ୍ତ ବିଭାଗରେ ସର୍ବାଧିକ ୩୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନ ସୁନିଶ୍ଚିତ କରିବାକୁ କୁହାଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟ ସରକାର କୋଭିଡ-୧୯ ପରିଚାଳନା ନିମନ୍ତେ ୧୧ଟି ବିଭାଗକୁ କ୍ରିଟିକାଲ ବର୍ଗର ସାମିଲ କରିଛନ୍ତି। ସେହି ବିଭାଗଗୁଡ଼ିକ ହେଲା- ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର ବିଭାଗ, ଏସଆରସି ଓ ଓସଡମା ସମେତ କୃଷି ଓ କୃଷକ କଲ୍ୟାଣ, ସମବାୟ, ମତ୍ସ୍ୟ ଓ ପଶୁପାଳନ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ। ଅନ୍ୟ ସମସ୍ତ ବିଭାଗକୁ ଆଂଶିକ କ୍ରିଟିକାଲ ଭାବେ ଚିହ୍ନଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story