ସାମାଜିକ ଦୂରତ୍ୱ ନମାନିଲେ ଭୁବନେଶ୍ୱରରେ ସ୍ଥିତି ବିସ୍ଫୋରକ ହେବ: ବାଗଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିଲେ ମଧ୍ୟ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଲୋକମାନେ ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଉଲ୍ଳଘଂନ କରୁଥିବାରୁ କରୋନା ହଟସ୍ପଟ୍ ‘ଭୁବନେଶ୍ୱର’ରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ଆଗ୍ନେୟଗିରି ଭଳି ବିସ୍ଫୋରକ ହେବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଇନ୍ଦୋର ଓ ଭୁବନେଶ୍ୱର ସହରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବା ସହ ଲୋକମାନେ ଯଦି ନିଜେ […]

subrat-3

subrat-3

Manoranjan Sial
  • Published: Monday, 20 April 2020
  • Updated: 20 April 2020, 06:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିଲେ ମଧ୍ୟ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଲୋକମାନେ ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଉଲ୍ଳଘଂନ କରୁଥିବାରୁ କରୋନା ହଟସ୍ପଟ୍ ‘ଭୁବନେଶ୍ୱର’ରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ଆଗ୍ନେୟଗିରି ଭଳି ବିସ୍ଫୋରକ ହେବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଇନ୍ଦୋର ଓ ଭୁବନେଶ୍ୱର ସହରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବା ସହ ଲୋକମାନେ ଯଦି ନିଜେ ସଚେତନ ନହେବେ ତା’ହେଲେ ଭୁବନେଶ୍ୱର ସହରର ସ୍ଥିତି ଖୁବଶୀଘ୍ର ଇନ୍ଦୋର ସହର ଭଳି ହୋଇଯିବ ବୋଲି ସତର୍କ କରାଇ ଦେଇଛନ୍ତି।

ଆଜି ନିୟମିତ ବୁଲେଟିନରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଲୋକମାନେ ସାମାଜିକ ଦୂରତ୍ୱକୁ ବେଶ୍ ଭଲଭାବେ ପାଳନ କରୁଛନ୍ତି। କିନ୍ତୁ ସହରରେ କିଛି ଲୋକ ସାମାଜିକ ଦୂରତ୍ୱ ପାଳନକୁ ନେଇ ବିଶେଷ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳୁଛି। ଗଣମାଧ୍ୟମରେ ପ୍ରକାଶିତ ୪ଟି ଫଟୋଚିତ୍ରର ଉଦାହରଣ ଦେଇ ଶ୍ରୀ ବାଗଚୀ କହିଛନ୍ତି ଯେ, ଗ୍ରାମାଞ୍ଚଳର ଲୋକମାନେ କରୋନାକୁ ନେଇ ସଚେତନ ଥିବାବେଳେ ସହରର ଲୋକମାନେ ଏଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ଉଦବେଗର ବିଷୟ। ସେ ଇନ୍ଦୋର ଓ ଭୁବନେଶ୍ୱର ସହରରେ କରୋନାର ସ୍ଥିତି ସମ୍ପର୍କରେ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି କହିଥିଲେ ଯେ, ଦେଶର ଏକ ନମ୍ବର ସ୍ୱଚ୍ଛ ସହର ହେଉଛି ଇନ୍ଦୋର। ସେହିଭଳି ଦେଶର ଏକନମ୍ବର ସ୍ମାର୍ଟସିଟି ହେଉଛି ଭୁବନେଶ୍ୱର । ଇନ୍ଦୋରର ଜନସଂଖ୍ୟା ୨୦ଲକ୍ଷ ଥିବାବେଳେ ଭୁବନେଶ୍ୱରରେ ପ୍ରାୟ ୧୦ଲକ୍ଷ। ଦେଶର ୧୭୦ଟି କରୋନା ହଟସ୍ପଟ ସହର ମଧ୍ୟରେ ଉଭୟ ଇନ୍ଦୋର ଓ ଭୁବନେଶ୍ୱର ରହିଛନ୍ତି। ଭୁବନେଶ୍ୱରରେ ମାର୍ଚ୍ଚ ୧୬ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଇନ୍ଦୋରରେ ମାର୍ଚ୍ଚ ୨୫ତାରିଖରେ ପ୍ରଥମ ସଂକ୍ରମିତ ଜଣାପଡ଼ିଥିଲେ। ଭୁବନେଶ୍ୱରରେ ଲକଡାଉନ୍ ମାର୍ଚ୍ଚ ୨୨ରୁ ଓ ଇନ୍ଦୋରରେ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିଲା । କିନ୍ତୁ ଏପ୍ରିଲ ୨୦ତାରିଖ ସୁଦ୍ଧା ଭୁବନେଶ୍ୱରରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୬ ଥିବାବେଳେ ଇନ୍ଦୋରରେ ଏହା ବିସ୍ପୋରକ ସ୍ଥିତି ଧାରଣ କରି ୮୯୨ରେ ପହଂଚିଛି। ସେହିପରି ଏହି ଅବଧି ମଧ୍ୟରେ ଭୁବନେଶ୍ୱରରେ ମାତ୍ର ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି, ମାତ୍ର ଇନ୍ଦୋରରେ ୪୯ଜଣ ପ୍ରାଣ ହରାଇଲେଣି।

ତେଣୁ ଏହି କାରଣରୁ ଯଦି ସହରର ଲୋକମାନେ ନିଜେ ସତର୍କ ଓ ସଚେତନ ନହେବେ ତା’ହେଲେ ଇନ୍ଦୋର ଭଳି ଏଠାରେ ବିସ୍ଫୋରକ ସ୍ଥିତି ହୋଇ ଆଗ୍ନେୟଗିିରି ଆକାର ଧାରଣ କରିବ। ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ କରୁଛନ୍ତି, ସଂକ୍ରମଣ ଜୋନ୍ ଓ ଟେଷ୍ଟିଂ କିଟ୍ ଯୋଗାଇ ଦେଉଛନ୍ତି ସତ। କିନ୍ତୁ ପ୍ରତ୍ୟେକ ଲୋକଙ୍କୁ ନିଜର ଶ୍ୱାସନଳୀ ଓ ଫୁସଫୁସର ଯତ୍ନ ନିଜେ ହିଁ ନେବାକୁ ପଡ଼ିବ। କରୋନାର କୌଣସି ପ୍ରତିଷେଧକ ନାହିଁ। କେବଳ ସାମାଜିକ ଦୂରତ୍ୱ ହିଁ କରୋନାର ପ୍ରତିରୋଧକ। ତେଣୁ ସରକାରଙ୍କୁ ଏଦିଗରେ ସହଯୋଗ କରି କଡ଼ାକଡ଼ି ଭାବେ ସାମାଜିକ ଦୂରତ୍ୱ ପାଳନ କରିବା ପାଇଁ ଯତ୍ନବାନ ହେବା ଉଚିତ୍। ଶ୍ରୀ ବାଗଚୀ ଏହି ଅବସରରେ ବିଦେଶରେ କରୋନା ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ଫୁସଫୁସର ଚିତ୍ର ଓ କରୋନା ଭୂତାଣୁ କିଭଳି ମନୁଷ୍ୟ ଶରୀରରେ ପ୍ରବେଶ କରି ସେଠାରେ ଥିବା ଜୀବକୋଷଗୁଡ଼ିକ ଉପରେ ନିଜର ପ୍ରଭାବ ବିସ୍ତାର କରିବା ସହ ଭାଇରସ୍ ତିଆରି ଫ୍ୟାକ୍ଟ୍ରି ପାଲଟେ ତା’ର ଥ୍ରୀ-ଡି ଚିତ୍ର ଉପସ୍ଥାପନ କରିଥିଲେ।

ଶ୍ରୀ ବାଗଚୀ କହିଥିଲେ ଯେ, ଆଜି ସମଗ୍ର ଦେଶରେ ମୋଟ ୧୭୨୬୫ଜଣ ସଂକ୍ରମିତ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୫୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୪୩ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଓଡ଼ିଶାରେ ଆଜିସୁଦ୍ଧା ୧୦୬୪୧ଜଣଙ୍କ ନମୂନା ପରୀକ୍ଷା ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଂଚିଛି। ସେମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ପ୍ରାଣ ହରାଇଛନ୍ତି। ଅନ୍ୟ ୪୯ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story