ଝିନ୍‌ଝଟରୁ ମୁକ୍ତି, କୋଟାରେ ଆଡମିଶନ୍ ଲାଗି ସହଜ କଲେ ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଆନୁଷ୍ଠାନିକ ଭାବେ RTE ପାରଦର୍ଶୀ.ODISHA.GOV.IN ପୋର୍ଟାଲ୍ ଲଞ୍ଚ ହୋଇଛି । ଆର୍ଥିକ ଅନଗ୍ରସର ବର୍ଗ କୋଟାରେ ଆଡମିଶନ୍ ଲାଗି ଏଣିକି ଆଉ ସ୍କୁଲରେ ଆବେଦନ କରିବାକୁ ପଡ଼ିବନି । RTE PARADARSHI.ODISHA.GOV.IN ପୋର୍ଟାଲରେ ଆର୍ଥିକ ଅନଗ୍ରସର ବର୍ଗ ବା EWS କୋଟାରେ ଛାତ୍ରଛାତ୍ରୀମାନେ ତାଲିକାରେ ଥିବା ସ୍କୁଲରେ ଆବେଦନ କରିବେ।  ଫେବୃଆରୀ ୨୫ ଅର୍ଥାତ ଆସନ୍ତାକାଲିଠାରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ସ୍କୁଲଗୁଡିକ ପୋର୍ଟାଲରେ ପଞ୍ଜିକରଣ କରିପାରିବେ । ସ୍କୁଲ ରେଜିଷ୍ଟେସନ୍ […]

bjb-college

Tapas Behera
  • Published: Wednesday, 24 February 2021
  • , Updated: 24 February 2021, 06:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଆନୁଷ୍ଠାନିକ ଭାବେ RTE ପାରଦର୍ଶୀ.ODISHA.GOV.IN ପୋର୍ଟାଲ୍ ଲଞ୍ଚ ହୋଇଛି । ଆର୍ଥିକ ଅନଗ୍ରସର ବର୍ଗ କୋଟାରେ ଆଡମିଶନ୍ ଲାଗି ଏଣିକି ଆଉ ସ୍କୁଲରେ ଆବେଦନ କରିବାକୁ ପଡ଼ିବନି ।

RTE PARADARSHI.ODISHA.GOV.IN ପୋର୍ଟାଲରେ ଆର୍ଥିକ ଅନଗ୍ରସର ବର୍ଗ ବା EWS କୋଟାରେ ଛାତ୍ରଛାତ୍ରୀମାନେ ତାଲିକାରେ ଥିବା ସ୍କୁଲରେ ଆବେଦନ କରିବେ।  ଫେବୃଆରୀ ୨୫ ଅର୍ଥାତ ଆସନ୍ତାକାଲିଠାରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ସ୍କୁଲଗୁଡିକ ପୋର୍ଟାଲରେ ପଞ୍ଜିକରଣ କରିପାରିବେ ।

ସ୍କୁଲ ରେଜିଷ୍ଟେସନ୍ ଭେରିଫିକେସନ୍ କରିବା ପାଇଁ BEO ଏବଂ DEOଙ୍କୁ ଫେବୃଆରୀ ୨୫ରୁ ମାର୍ଚ୍ଚ ୨୫ ତାରିଖ ଯାଏଁ ସମୟ ଦିଆଯାଇଛି। କେବଳ ପ୍ରଥମ ଶ୍ରେଣୀରୁ ଆଡମିଶନ ଲାଗି ୨୫ ପ୍ରତିଶତ EWS କୋଟାରେ ଆଡମିଶନ ପାଇଁ ଗାଇଡ ଲାଇନ୍ ରହିଛି । ମାତ୍ର ପୂର୍ବରୁ ସ୍କୁଲସ୍ତରରେ ଆଡମିଶନ ହେଉଥିବାରୁ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଥିଲା । ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ଗଣଶିକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି।

Related story