ଦୁଇ ‘କରୋନା’ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲା ରାଜ୍ୟ ସରକାର  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ‘କରୋନା’ ଆକ୍ରାନ୍ତ ୪୯ ଓ ୫୦ ନମ୍ବର ରୋଗୀଙ୍କ ଚିହ୍ନଟ ହୋଇଥିଲେ। ଜଣେ ୩୫ ବର୍ଷୀୟ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ୨୩ ବର୍ଷର ଯୁବକ। ଆଜି ସେମାନଙ୍କ ତଥ୍ୟ ପ୍ରକାଶ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ଉଭୟଙ୍କ ଘର ରାଜଧାନୀ ଭୁବନେଶ୍ୱରର। ଉଭୟ ମଧୁସୂଦନ ନଗର ‘କରୋନା’ ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ ବୋଲି ସ୍ପଷ୍ଟ କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏବେ ଉଭୟଙ୍କୁ ଆଇସୋଲେସନ୍‌ରେ […]

corona

corona

Manoranjan Sial
  • Published: Saturday, 11 April 2020
  • Updated: 11 April 2020, 06:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ‘କରୋନା’ ଆକ୍ରାନ୍ତ ୪୯ ଓ ୫୦ ନମ୍ବର ରୋଗୀଙ୍କ ଚିହ୍ନଟ ହୋଇଥିଲେ। ଜଣେ ୩୫ ବର୍ଷୀୟ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ୨୩ ବର୍ଷର ଯୁବକ। ଆଜି ସେମାନଙ୍କ ତଥ୍ୟ ପ୍ରକାଶ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ଉଭୟଙ୍କ ଘର ରାଜଧାନୀ ଭୁବନେଶ୍ୱରର। ଉଭୟ ମଧୁସୂଦନ ନଗର ‘କରୋନା’ ଆକ୍ରାନ୍ତଙ୍କ ନିକଟ ସଂପର୍କୀୟ ବୋଲି ସ୍ପଷ୍ଟ କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏବେ ଉଭୟଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ଏହି ଦୁଇ ଜଣଙ୍କ କଣ୍ଟାକ୍ଟ ଲିଷ୍ଟ୍‌ ଖୋଜା ଚାଲିଛି

ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୪୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୩୭ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଆଇସୋଲେସନ୍‌ରେ ଥିବା ୩୭ ଜଣଙ୍କ ଭିତରୁ ୩୫ ଜଣଙ୍କ ପାଖରେ ‘କରୋନା’ ଲକ୍ଷଣ ନାହିଁ। ସେମାନଙ୍କ ପାଖରେ କାଶ, ଥଣ୍ଡା, ଜ୍ୱର ଆଦିର ଲକ୍ଷଣ ନାହିଁ। ତେଣୁ ସେମାନଙ୍କୁ ହସ୍ପିଟାଲ୍‌ କେୟାର ଦରକାର ନାହିଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos