ଟିକ୍‌ଟକ୍‌ ଭିଡିଓ ତିଆରି କରୁଥିବା ବେଳେ ଗଲା ଛାତ୍ରଙ୍କ ଜୀବନ!

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଟିକ୍‌ଟକ୍‌ ନିଶାରେ ଗଲା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ଼ ସହର ଉପକଣ୍ଠ ଅରବିନ୍ଦ ନଗରରେ ଘଟିଛି। ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ନୟାଗଡ଼ ଅରବିନ୍ଦ ନଗରର ଆନନ୍ଦ ସାହୁଙ୍କ ପୁଅ ପ୍ରେମାନନ୍ଦ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ‘କରୋନା’ ପାଇଁ ସ୍କୁଲ ବନ୍ଦ ଥିବାରୁ ସେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଗତକାଲି ରାତିରେ ସେ […]

tiktak

Manoranjan Sial
  • Published: Friday, 17 April 2020
  • , Updated: 17 April 2020, 04:03 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଟିକ୍‌ଟକ୍‌ ନିଶାରେ ଗଲା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ଼ ସହର ଉପକଣ୍ଠ ଅରବିନ୍ଦ ନଗରରେ ଘଟିଛି। ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ନୟାଗଡ଼ ଅରବିନ୍ଦ ନଗରର ଆନନ୍ଦ ସାହୁଙ୍କ ପୁଅ ପ୍ରେମାନନ୍ଦ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ‘କରୋନା’ ପାଇଁ ସ୍କୁଲ ବନ୍ଦ ଥିବାରୁ ସେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଗତକାଲି ରାତିରେ ସେ ଟିକ୍‌ଟକ୍‌ ପାଇଁ ଭିଡିଓ ତିଅରି କରୁଥିଲେ। ସେ ପ୍ରଥମେ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। ତା’ପରେ ମୋବାଇଲ୍‌ କ୍ୟାମେରାକୁ ଭିଡିଓ ମୋଡ୍‌ରେ ରଖି ଷ୍ଟୁଲ ଉପରେ ଛିଡ଼ା ହୋଇ ଫ୍ୟାନ୍‌ରେ ଓଢ଼ଣୀ ଦେଇ ନିଜ ବେକରେ ଗୋଡ଼ାଇ ଦେଇଥିଲେ। ଝୁଲିବା ପୂର୍ବରୁ ପ୍ରମାନନ୍ଦ ଛିଡ଼ା ହୋଇଥିବା ଷ୍ଟୁଲ୍‌କୁ ନିଜ ଗୋଡ଼ରେ ଠେଲିଦେଇ ଝୁଲି ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳିଛି।

ତେବେ ଦୀର୍ଘ ସମୟ ଧରି ପ୍ରେମାନନ୍ଦ କବାଟ ଖୋଲିନଥିଲେ। ସମ୍ପର୍କୀୟମାନେ ଏନେଇ ପ୍ରେମାନନ୍ଦଙ୍କ ବଡ଼ ଭାଇଙ୍କୁ ଖବର ଦିଆଯାଇଥିଲେ। ସେ ଆସି କବାଟ ଭାଙ୍ଗି ପ୍ରେମାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story