କମିଲା ତାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଆଜି ବହୁ ସ୍ଥାନରେ ତାପମାତ୍ରା କମିଛି। ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି କେବଳ ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଜି ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ସେଲ୍‌ସିୟସ୍ ରହିଥିବା ବେଳେ ହୀରାକୁଦରେ ୪୨.୧, ସୋନପୁରରେ ୪୨ ଓ ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର […]

rain1

Jitendra Garnayak
  • Published: Thursday, 06 June 2019
  • , Updated: 06 June 2019, 07:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଆଜି ବହୁ ସ୍ଥାନରେ ତାପମାତ୍ରା କମିଛି। ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି କେବଳ ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

ଆଜି ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ସେଲ୍‌ସିୟସ୍ ରହିଥିବା ବେଳେ ହୀରାକୁଦରେ ୪୨.୧, ସୋନପୁରରେ ୪୨ ଓ ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱର ଓ କଟକରେ ଯଥାକ୍ରମେ ତାପମାତ୍ରା ୩୪.୬ ଏବଂ ୩୫ ଡିଗ୍ରୀ ସେଲସିୟସ୍ ରହିଥିଲା।

ଗତକାଲି ସମ୍ବଲପୁର ତାପମାତ୍ରା ୪୩.୨ ଡିଗ୍ରୀ ରହିଥିବା ବେଳେ ହୀରାକୁଦରେ ୪୨.୯, ସୋନପୁରରେ ୪୧.୨ ଓ ଝାରସୁଗୁଡ଼ାରେ ୪୫.୨ ଡିଗ୍ରୀ ରହିଥିଲା। ସେହିପରି ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୭.୨ ଏବଂ ୩୬.୫ ଡିଗ୍ରୀ ରହିଥିଲା। ଆଜି ଏ ସବୁ ସ୍ଥାନରେ ତାପମାତ୍ରା କମିଛି।

ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ସହ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲାରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଏହା ସହିତ ବଜ୍ରପାତ ମଧ୍ୟ ହୋଇଥିଲା।

Related story