ପୁଣି ବାଘ ଚମଡ଼ା ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୁଣି ବାଘ ଚମଡ଼ା ଜବତ। କ୍ରାଇମବ୍ରାଞ୍ଚ STF କବ୍ଜାରେ ବାଘ ଚମଡ଼ା ସ୍ମଗଲର। ବିକ୍ରି ପାଇଁ ଡିଲ୍ ବେଳେ ବୌଦ୍ଧ ମନମୁଣ୍ଡାରୁ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ STF ଗିରଫ କରିଛି।  ଗିରଫ ସ୍ମଗଲର ପାଖରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପକ୍ଷରୁ ବୌଦ୍ଧ ମନମୁଣ୍ଡା ବନ୍ଧନଝୁଲି ଗାଁରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ଅଭିଯୁକ୍ତଠାରୁ କଲରାପତରିଆ ବାଘ ଛାଲ ସହ ଅନ୍ୟ […]

tiger-skin

Tapas Behera
  • Published: Thursday, 29 April 2021
  • , Updated: 29 April 2021, 08:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୁଣି ବାଘ ଚମଡ଼ା ଜବତ। କ୍ରାଇମବ୍ରାଞ୍ଚ STF କବ୍ଜାରେ ବାଘ ଚମଡ଼ା ସ୍ମଗଲର। ବିକ୍ରି ପାଇଁ ଡିଲ୍ ବେଳେ ବୌଦ୍ଧ ମନମୁଣ୍ଡାରୁ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ STF ଗିରଫ କରିଛି।  ଗିରଫ ସ୍ମଗଲର ପାଖରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପକ୍ଷରୁ ବୌଦ୍ଧ ମନମୁଣ୍ଡା ବନ୍ଧନଝୁଲି ଗାଁରେ ଚଢ଼ଉ କରାଯାଇଥିଲା ।

ଏହି ସମୟରେ ଅଭିଯୁକ୍ତଠାରୁ କଲରାପତରିଆ ବାଘ ଛାଲ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହାକୁ ମିଶାଇ ବର୍ଷକ ଭିତରେ ୧୪ଟି କଲରାପତରିଆ ବାଘର ଚମଡ଼ା ଜବତ କଲାଣି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଏଥିସହ ବର୍ଷେ ଭିତରେ ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୩ଟି ଜୀବନ୍ତ ପାଙ୍ଗୋଲିନ ଉଦ୍ଧାର କରାଯିବା ସହ ୨୮ ଜଣଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍।

Related story