ସ୍କୁଲ-କଲେଜରୁ ହଟିବ ଟିଏମସି, ଏଣିକି ପ୍ରତି ପଞ୍ଚାୟତରେ ରହିବ ମାତ୍ର ୧୦ଟି ବେଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପଂଚାୟତରେ ସ୍ଥାପନ କରିଥିବା ୧୬୮୨୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମସି)କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ମାସ ଆରମ୍ଭରୁ ପ୍ରତ୍ୟେକ ପଂଚାୟତରେ ମାତ୍ର ୧୦ଟି ବେଡ୍ ବିଶିଷ୍ଟ କୋଭିଡ୍ କେୟାର ହୋମ୍ (ସିସିଏଚ) ସୁବିଧା ଉପଲବ୍ଧ ହେବ। ଏହି କୋଭିଡ୍ କେୟାର ହୋମ ପଂଚାୟତର ଜନଗହଳି ନଥିବା ସ୍ଥାନରେ ସ୍ଥାପନ ହେବ ଓ ଏବାବଦରେ ପଂଚାୟତଗୁଡ଼ିକୁ ୫୦ହଜାର […]

school

school

Manoranjan Sial
  • Published: Tuesday, 23 June 2020
  • Updated: 23 June 2020, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପଂଚାୟତରେ ସ୍ଥାପନ କରିଥିବା ୧୬୮୨୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମସି)କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ମାସ ଆରମ୍ଭରୁ ପ୍ରତ୍ୟେକ ପଂଚାୟତରେ ମାତ୍ର ୧୦ଟି ବେଡ୍ ବିଶିଷ୍ଟ କୋଭିଡ୍ କେୟାର ହୋମ୍ (ସିସିଏଚ) ସୁବିଧା ଉପଲବ୍ଧ ହେବ। ଏହି କୋଭିଡ୍ କେୟାର ହୋମ ପଂଚାୟତର ଜନଗହଳି ନଥିବା ସ୍ଥାନରେ ସ୍ଥାପନ ହେବ ଓ ଏବାବଦରେ ପଂଚାୟତଗୁଡ଼ିକୁ ୫୦ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ।

ରାଜ୍ୟ ପଂଚାୟତରାଜ ସଚିବ ଦେଓରଞ୍ଜନ ସିଂ ଗତକାଲି ସମସ୍ତ ଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓଙ୍କୁ ଚିଠି ଲେଖି କହିଛନ୍ତି ଯେ, କରୋନା ଲକ୍ଷଣ ନଥିବା ସଂକ୍ରମିତ ରୋଗୀ ଓ ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପ୍ରତ୍ୟେକ ପଂଚାୟତରେ ୧୦ଟି ବେଡ୍ ବିଶିଷ୍ଟ କୋଭିଡ୍ କେୟାର ହୋମ୍ ସ୍ଥାପନ ହେବ। ଏହି ସିସିଏଚ୍ ପଂଚାୟତର ରାଜୀବ ଗାନ୍ଧି ସେବା କେନ୍ଦ୍ର, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, କମ୍ୟୁନିଟି ହଲ, କଲ୍ୟାଣ ମଣ୍ଡପ ଅବା ଅନ୍ୟ କୌଣସି ଅଣଶିକ୍ଷାନୁଷ୍ଠାନ କୋଠାରେ ସ୍ଥାପନ ହେବ। ଯାହାକି ଜନଗହଳି ଅଂଚଳ ମଧ୍ୟରେ ନଥିବ। ଏହି ସିସିଏଚଗୁଡ଼ିକ ସନ୍ଦିଗ୍ଧ ସଂକ୍ରମିତଙ୍କ ପାଇଁ ଆଇସୋଲେସନ ଅବା ଟ୍ରାନଜିଟ୍ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଘରଘର ବୁଲି ଆଶା ଓ ଏଏନଏମ୍ କର୍ମୀମାନେ କରୁଥିବା ସର୍ଭେବେଳେ ଯେଉଁମାନଙ୍କ ଦେହରେ ଏଭଳି ଲକ୍ଷଣ ମିଳିବ ସେମାନଙ୍କୁ ତୁରନ୍ତ ଏହି ସିସିଏଚକୁ ସ୍ଥାନାନ୍ତର କରାଯିବ। ଯାହାଫଳରେ ସେମାନେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବେ ନାହିଁ ଓ ଅନ୍ୟମାନେ ତାଙ୍କ ଯୋଗୁ ସଂକ୍ରମଣ ହେବାର ଆଶଙ୍କା ବି ରହିବନାହିଁ।

କୋଭିଡ୍ ପରୀକ୍ଷା ପରେ ଯଦି ସେମାନଙ୍କ ଦେହରେ ଲକ୍ଷଣ ଆସିଲେ ସେମାନଙ୍କୁ ସଙ୍ଗେସଙ୍ଗେ କୋଭିଡ୍ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏହି ସିସିଏଚଗୁଡ଼ିକରେ ଟେଲି ମେଡିସିନ୍ ସୁବିଧା ଓ ସ୍ଥାନୀୟ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଚିକିତ୍ସା ସୁବିଧା ଯୋଗାଇବେ।

ପଂଚାୟତଗୁଡ଼ିକ ଏହି କୋଭିଡ୍ କେୟାର ହୋମ(ସିସିଏଚ)କୁ ପରିଚାଳନା କରିବେ। ଏସବୁ ସିସିଏଚରେ ଖାଦ୍ୟ, ପରିଷ୍କାର ଓ ପରିଚ୍ଛନ୍ନତା, ରକ୍ଷଣାବେକ୍ଷଣ ଓ ଅନ୍ୟ ସମସ୍ତ ପ୍ରକାରର ସେବା ଯୋଗାଇବା ନିମନ୍ତେ ସର୍ଭିସ୍ ପ୍ରୋଭାଇଡରଙ୍କୁ ନିଯୁକ୍ତି ଦେବେ।
ପଂଚାୟତରେ ବନ୍ଦ ହୋଇଥିବା ସମସ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମସି)ରେ ଥିବା ବେଡ୍‌, ମାଟ୍ରେସ୍ , ୱାଟର ପ୍ୟୁରିଫାୟର, ଇନର୍ଭଟର ଆଦିଗୁଡ଼ିକୁ ଏହି କୋଭିଡ୍ ହୋମ କେୟାରକୁ ସ୍ଥାନାନ୍ତର କରାଯିବ। ଏସବୁ ଉପକରଣ ସ୍ଥାନୀୟ ବିଡିଓ, ପଂଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ତଦାରଖରେ ସ୍ଥାନାନ୍ତର କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋଭିଡ୍ କେୟାର ହୋମ୍ ସ୍ଥାପନ ଓ ସେବା ଯୋଗାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନଙ୍କ ଅନୁଦାନରୁ ପଂଚାୟତକୁ ୫୦ହଜାର ଟଙ୍କା ଯୋଗାଇ ଦିଆଯିବ।

ଜୁନ୍ ମାସ ପରେ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ହ୍ରାସ ପାଇବାକୁ ଥିବାରୁ କ୍ଲଷ୍ଟରସ୍ତରୀୟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମସି) ସ୍ଥାପନ ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାକୁ ଆସୁଥିବା ପ୍ରବାସୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ପଂଚାୟତକୁ ନିମନ୍ତେ ଗୋଟିଏ ଲେଖାଏ କ୍ଲଷ୍ଟର ଟିଏମସି କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବାତ୍ୟ ଓ ବନ୍ୟା ଆଶ୍ରୟସ୍ଥଳୀରେ ଏବେ କାର୍ଯ୍ୟକ୍ଷମ ଥିବା ଟିଏମସିକୁ ଏହି କ୍ଲଷ୍ଟର ଟିଏମସି ଭାବେ ଜିଲ୍ଲାପାଳମାନେ ପରିବର୍ତ୍ତିନ କରିପାରିବେ ବୋଲି କୁହାଯାଇଛି। କରୋନା ପରିଚାଳନା ନିମନ୍ତେ ତୁରନ୍ତ ସିସିଏଚ୍ ଓ କ୍ଲଷ୍ଟରସ୍ତରୀୟ ଟିଏମସି ସ୍ଥାପନ କରିବାକୁ ଜିଲ୍ଲା, ବ୍ଲକ ଓ ପଂଚାୟତସ୍ତରର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି ବୋଲି ଶ୍ରୀ ସିଂ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ପଚାୟତିରାଜ ବିଭାଗ ଗତକାଲି ଅନ୍ୟ ଏକ ଚିଠିରେ ଟିଏମସି କେନ୍ଦ୍ରଗୁଡ଼ିକର ଖର୍ଚ୍ଚର ହିସାବ ଦେବାକୁ ଜିଲ୍ଲାପାଳ ଓ ବିଡିଓମାନଙ୍କୁ ତାଗିଦ୍ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story