ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ବୋହିନେଲେ ବତକ

ନବରଙ୍ଗପୁର (ନବଘନ ବିଷୋୟୀ): ରାସ୍ତାରେ ଓଲଟି ପଡ଼ିଲା ବତକ ବୋଝେଇ ଟ୍ରକ୍‌। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରେ ଫସିଥିବା ଡ୍ରାଇଭର ଓ ହେଲ୍‌ପରଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ବତକ ବୋହି ନେଇଥିଲେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଆନ୍ଧ୍ରପ୍ରଦେଶରୁ ଏକ ବତକ ବୋଝେଇ ଟ୍ରକ୍‌ ଝାରଖଣ୍ଡ ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୧୦ଟା ବେଳେ ବତକ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ପାପଡାହାଣ୍ଡି […]

Duck

  • Published: Friday, 23 September 2022
  • , Updated: 23 September 2022, 07:54 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ରାସ୍ତାରେ ଓଲଟି ପଡ଼ିଲା ବତକ ବୋଝେଇ ଟ୍ରକ୍‌। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରେ ଫସିଥିବା ଡ୍ରାଇଭର ଓ ହେଲ୍‌ପରଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ବତକ ବୋହି ନେଇଥିଲେ। ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଆନ୍ଧ୍ରପ୍ରଦେଶରୁ ଏକ ବତକ ବୋଝେଇ ଟ୍ରକ୍‌ ଝାରଖଣ୍ଡ ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୧୦ଟା ବେଳେ ବତକ ବୋଝେଇ ଟ୍ରକ୍‌ଟି ଭାରସାମ୍ୟ ହରାଇ ପାପଡାହାଣ୍ଡି ବ୍ଲକ ସେମଳା ଗାଁ ନିକଟରେ ରାସ୍ତାକଡରେ ଓଲଟି ପଡ଼ିଥିଲା। ଟ୍ରକ୍‌ ଭିତରେ ଫସି ଯାଇଥିଲେ ଡ୍ରାଇଭର ଓ ହେଲ୍‌ପର। ସ୍ଥାନୀୟ ଲୋକେ ଡ୍ରାଇଭର ଓ ହେଲ୍‌ପରଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଟ୍ରକ୍‌ ଖାଲି କରୁଥିଲେ।

ବୋହି ନେଉଥିଲେ ବତକ। କିଏ ଗୋଟିଏ ତ ଆଉ କିଏ ଦୁଇଟି ବା ତିନିଟି ଲେଖାଏଁ ଧରି ପଳାଇ ଯାଇଥିଲେ। ଯାଉଥିବାର ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି l ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓ ଗୁଡ଼ିକ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲିଛି।

Related story