ସ୍ୱାମୀଙ୍କୁ ଖୋଜି ଖୋଜି ଶାଶୁଘରେ ପହଞ୍ଚିଲେ ବୋହୂ, ମାଡ଼ ମାରି ତଡ଼ିଦେଲେ!

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସ୍ୱାମୀଙ୍କୁ ଖୋଜି ଖୋଜି ଶାଶୁ ଘରେ ପହଞ୍ଚିଲେ ବୋହୂ। ହେଲେ ଶାଶୁ ଘର ଲୋକ ବୋହୂକୁ ଘରେ ପଶିବାକୁ ଦେଲେନାହିଁ। ମାଡ଼ ମାରି ତଡ଼ି ଦେଲେ! ମାଡ଼ ଖାଇବା ପରେ ଦୁଇ କୁନି ଝିଅଙ୍କୁ ଧରି ଥାନାରେ ପହଞ୍ଚିଥିଲେ ବୋହୂ। ହେଲେ ପୁଲିସ୍‌ ଅଭିଯୋଗ ଶୁଣିଲାନି କି ଏଫ୍‌ଆଇଆର୍‌ ଗ୍ରହଣ କରିନଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ମହିଳା ଜଣକ ଏବେ ଦୁଇ ପିଲାଙ୍କୁ ଧରି ସୋନପୁର ଟାଉନ୍‌ରେ ଘୂରି ବୁଲୁଛନ୍ତି। ପୂରା […]

Sonepur

  • Published: Thursday, 22 September 2022
  • , Updated: 22 September 2022, 09:26 PM IST

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସ୍ୱାମୀଙ୍କୁ ଖୋଜି ଖୋଜି ଶାଶୁ ଘରେ ପହଞ୍ଚିଲେ ବୋହୂ। ହେଲେ ଶାଶୁ ଘର ଲୋକ ବୋହୂକୁ ଘରେ ପଶିବାକୁ ଦେଲେନାହିଁ। ମାଡ଼ ମାରି ତଡ଼ି ଦେଲେ! ମାଡ଼ ଖାଇବା ପରେ ଦୁଇ କୁନି ଝିଅଙ୍କୁ ଧରି ଥାନାରେ ପହଞ୍ଚିଥିଲେ ବୋହୂ। ହେଲେ ପୁଲିସ୍‌ ଅଭିଯୋଗ ଶୁଣିଲାନି କି ଏଫ୍‌ଆଇଆର୍‌ ଗ୍ରହଣ କରିନଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ମହିଳା ଜଣକ ଏବେ ଦୁଇ ପିଲାଙ୍କୁ ଧରି ସୋନପୁର ଟାଉନ୍‌ରେ ଘୂରି ବୁଲୁଛନ୍ତି।

ପୂରା ଘଟଣାଟି ଏମିତି। ୮ ବର୍ଷ ତଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଗାଁର ବୁଧ ମହାନନ୍ଦଙ୍କ ସହିତ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଖମ୍ବଶିରିପାଲି ଗାଁର ଗୁପ୍ତେଶ୍ୱର ସାହୁର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟେ ଘରୁ ରାୟପୁର ପଳାଇଯାଇ ସେଠାରେ ମନ୍ଦିରରେ ବିବାହ କରିଥିଲେ। ବାହାଘର ପରେ ସେଠାରେ ରହୁଥିଲେ। ହେଲେ ବୁଧ ଚାହୁଁଥିଲେ ଶାଶୁ ଘରକୁ ଫେରିବା ପାଇଁ। ପ୍ରତିବନ୍ଧକ ସାଜିଥିଲା ଜାତି ପ୍ରଥା। ବୁଧଙ୍କୁ ଶାଶୁ ଘର ଲୋକେ ଗ୍ରହଣ କଲେନାହିଁ।

ବୁଧ ଓ ଗୁପ୍ତେଶ୍ୱର ରାୟପୁରରୁ ଆସି ସୋନପୁର ସହରରେ ରହୁଥିଲେ। ସେଠାରେ ରହଣୀ ବେଳେ କେତେବେଳେ କେମିତି ଗୁପ୍ତେଶ୍ୱରଙ୍କ ବାପା-ମାଆ ଯିବା ଆସିବା କରୁଥିଲେ। ଶାଶୁ ଓ ଶ୍ୱଶୁରଙ୍କୁ ବୋହୂ ହିସାବରେ ଉଚିତ ସମ୍ମାନ ଜଣାଉଥିଲେ। ତେବେ ସେଠାରେ ଚଳିବାରେ ଅସୁବିଧା ହେବାରୁ କିଛିମାସ ଉଭୟ ସିକନ୍ଦରାବାଦ ଚାଲି ଯାଇଥିଲେ। ସେଠାରେ ଗୁପ୍ତେଶ୍ୱର ଡ୍ରାଇଭର ଭାବେ କାମ କରୁଥିଲେ। ଆଉ ବୁଧ କୁଲି କାମ କରୁଥିଲେ।

ବୁଧ ଓ ଗୁପ୍ତେଶ୍ୱରଙ୍କ ଦାମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଚାଲିଥିଲା। ଉଭୟ ବାପା, ମାଆ ହେଲେ। ଦୁଇ ଝିଅ ଜନ୍ମ ହେବା ପରେ ଉଭୟଙ୍କ ଦାୟୀତ୍ୱ ବଢ଼ି ଯାଇଥିଲେ। ତେବେ ୮ ଦିନ ତଳେ ଗୁପ୍ତେଶ୍ୱର କେଉଁ ଆଡେ ଚାଲିଗଲେ। ବୁଧ ବାରମ୍ୱାର ଫୋନ୍‌ କରୁଥିଲେ। ହେଲେ ତାଙ୍କ ଫୋନ୍‌ ଲାଗି ନଥିଲା। ଦିନେ ତାଙ୍କ ଫୋନ ଲାଗିଥିଲା।  ଗୁପ୍ତେଶ୍ୱର ଫୋନ୍‌ ରିସିଭ୍‌ କରି କହିଥିଲେ, ତୁ ପିଲାଙ୍କୁ ନେଇ ଗାଁକୁ ଚାଲିଯାଆ। ତା’ପରେ ତାଙ୍କର ମୋବାଇଲ ଅପ୍‌ ହୋଇଗଲା।

ବୁଧବାର ଦୁଇ କୁନି ଝିଅଙ୍କୁ ଧରି ବୁଧ ଖମ୍ବଶିରିପାଲି ସ୍ଥିତ ଶାଶୁ ଘରେ ପହଞ୍ଚିଥିଲେ। କିନ୍ତୁ ଶାଶୁଘର ଲୋକ ତାଙ୍କୁ ଘରେ ପୂରାଇ ଦେଲେନି। ମାଡମାରି ତଡି ଦେଇଥିବା ବୁଧ ଅଭିଯୋଗ କରିଛନ୍ତି। ଘର ଲୋକଙ୍କ କଥାରେ ପଡି ସ୍ୱାମୀ ଗୁପ୍ତେଶ୍ୱର ଏବେ ମୋବାଇଲ୍‌ ବନ୍ଦ କରିଦେଇ କୁଆଡେ ଫେରାର ହୋଇ ଯାଇଛନ୍ତି। ତେଣୁ ନ୍ୟାୟ ପାଇଁ ବୁଧ ସୋନପୁର ଥାନାରେ ପହଞ୍ଚିଥି ନିଜର ଦୁଃଖ ଜଣାଇଥିଲେ। ହେଲେ ସୋନପୁର ଥାନା ପୁଲିସ ତାଙ୍କ ଗୁହାରୀ ଶୁଣିନଥିବା ଅଭିଯୋଗ ହୋଇଛି।

ପୁଲିସ୍‌ଠାରୁ ନିରାଶ ହେବା ପରେ ବୁଧ ନ୍ୟାୟ ପାଇଁ ଦୁଇ କୁନି ଛୁଆଁଙ୍କୁ ଧରି କୁଆଡେ ଯିବେ? କେଉଁଠି ରହିବେ? ସେହି ଚିନ୍ତାରେ ସେ ସହର ସାରା ଘୂରି ବୁଲୁଛନ୍ତି। ଆଉ ସ୍ୱାମୀଙ୍କୁ ଖୋଜୁଛନ୍ତି।

Related story