ସିଟ୍‌ କନଫର୍ମ ହେଲାନି, ଟ୍ରେନକୁ ଅଟକାଇଲେ ମହିଳା

ରାଉଲକେଲା(ଓଡ଼ିଶା ରିକପୋର୍ଟର): ମହିଳାଙ୍କ ଅଭିନବ ପ୍ରତିବାଦ। ସିଟ୍ କନଫର୍ମ ନ ହେବାରୁ ଟ୍ରେନ୍‌କୁ ୨୦ମିନିଟ୍ ପର୍ଯ୍ୟନ୍ତ ଅଟକାଇ ଦେଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ଷ୍ଟେସନରେ। ସଂପୃକ୍ତ ମହିଳା ଜଣଙ୍କ ୮ ତାରିଖରେ ଯଶବନ୍ତପୁର ଯିବା ପାଇଁ ଯଶବନ୍ତପୁର-ଟାଟା ଟ୍ରେନରେ ଟିକେଟ ବୁକିଂ କରିଥିଲେ। ହେଲେ ତାଙ୍କ ଟିକେଟ କନଫର୍ମ ହୋଇ ନଥିଲା। ପରେ ମହିଳା ଜଣଙ୍କ ମଙ୍ଗଳବାର ଦିନ ଯଶବନ୍ତପୁର-ଟାଟା ଟ୍ରେନ ଆଗରେ ଅଭିନବ ଢଙ୍ଗରେ  ପ୍ରତିବାଦ କରିଥିଲେ।  ରେଳ ଟ୍ରାକରେ ଠିଆ […]

train

  • Published: Thursday, 10 November 2022
  • , Updated: 10 November 2022, 09:34 AM IST

ରାଉଲକେଲା(ଓଡ଼ିଶା ରିକପୋର୍ଟର): ମହିଳାଙ୍କ ଅଭିନବ ପ୍ରତିବାଦ। ସିଟ୍ କନଫର୍ମ ନ ହେବାରୁ ଟ୍ରେନ୍‌କୁ ୨୦ମିନିଟ୍ ପର୍ଯ୍ୟନ୍ତ ଅଟକାଇ ଦେଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ଷ୍ଟେସନରେ।

ସଂପୃକ୍ତ ମହିଳା ଜଣଙ୍କ ୮ ତାରିଖରେ ଯଶବନ୍ତପୁର ଯିବା ପାଇଁ ଯଶବନ୍ତପୁର-ଟାଟା ଟ୍ରେନରେ ଟିକେଟ ବୁକିଂ କରିଥିଲେ। ହେଲେ ତାଙ୍କ ଟିକେଟ କନଫର୍ମ ହୋଇ ନଥିଲା। ପରେ ମହିଳା ଜଣଙ୍କ ମଙ୍ଗଳବାର ଦିନ ଯଶବନ୍ତପୁର-ଟାଟା ଟ୍ରେନ ଆଗରେ ଅଭିନବ ଢଙ୍ଗରେ  ପ୍ରତିବାଦ କରିଥିଲେ।  ରେଳ ଟ୍ରାକରେ ଠିଆ ହୋଇ  ୨୦ ମିନିଟ୍‌ ପର୍ଯ୍ୟନ୍ତ ଟ୍ରେନକୁ ଅଟକାଇ ଦେଇଥିଲେ। ମୋ ଟିକେଟ୍ କନଫର୍ମ କର ବୋଲି ଅଡ଼ି ବସିଥିଲେ।

ପରେ ଷ୍ଟେସନ ମ୍ୟାନେଜର ଓ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି‌ଥିଲେ। ପରେ ମହିଳା ଜଣଙ୍କ ଟ୍ରେନ୍‌ ଆଗରୁ ଧାରଣାରୁ ଉଠିଥିଲେ। ପରେ ଟ୍ରେନ୍‌ଟି ଷ୍ଟେସନ ଛାଡ଼ିଥିଲା।  ପରେ ଅନ୍ୟ ଏକ ଟ୍ରେନରେ ମହିଳାଙ୍କୁ ଯଶବନ୍ତପୁର  ପଠାଯାଇଥିଲା।

Related story