ମୋବାଇଲ ଛଡ଼ାଇ ପଳାଉଥିଲେ, ବୁଲେଟ ଚଢ଼ି ଫିଲ୍ମ ଷ୍ଟାଇଲରେ କାବୁ କଲେ ରିନୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାହସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ଦୁର୍ବୃତ୍ତଙ୍କୁ ନ ଡରି ପୂରା ଫିଲ୍ମ ଷ୍ଟାଇଲ୍‌ରେ ସେ ଗୋଡ଼େଇ ଗୋଡ଼େଇ ଧରିଲେ। ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ନିଜ କାମ ସାରି ଘରକୁ ବୁଲେଟରେ ଫେରୁଥିଲେ ରିନୁ। ତାଙ୍କୁ ପିଛା କରିଥିଲେ ୨ ଜଣ ଯୁବକ । ଏହା ଅନୁଭବ କରିବା ପରେ ରିନୁ ଟିକେ ସାଇଡ୍ ହୋଇ ଅଟକି ଥିଲେ […]

yio

Tapas Behera
  • Published: Sunday, 28 February 2021
  • , Updated: 28 February 2021, 01:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାହସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ଦୁର୍ବୃତ୍ତଙ୍କୁ ନ ଡରି ପୂରା ଫିଲ୍ମ ଷ୍ଟାଇଲ୍‌ରେ ସେ ଗୋଡ଼େଇ ଗୋଡ଼େଇ ଧରିଲେ। ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ।

ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ନିଜ କାମ ସାରି ଘରକୁ ବୁଲେଟରେ ଫେରୁଥିଲେ ରିନୁ। ତାଙ୍କୁ ପିଛା କରିଥିଲେ ୨ ଜଣ ଯୁବକ । ଏହା ଅନୁଭବ କରିବା ପରେ ରିନୁ ଟିକେ ସାଇଡ୍ ହୋଇ ଅଟକି ଥିଲେ । ଏହି ସମୟରେ ଫୋନ୍ ଆସିବାରୁ ସେ ପକେଟରୁ ମୋବାଇଲ ଫୋନ୍ ବାହାର କରିଥିଲେ।

ଏହି ସମୟରେ ଆଖିପିଛୁଳାକେ ସେହି ଦୁଇ ଯୁବକ ଆସି ତାଙ୍କ ମୋବାଇଲ ଛଡ଼ାଇ ନେଇ ଦ୍ରୁତ ଗତିରେ ପଳାଇଥିଲେ । ରିନୁ ଏହା ପରେ ନିଜ ବୁଲେଟରେ ସେହି ଦୁର୍ବତ୍ତଙ୍କୁ ଗୋଡ଼ାଇଥିଲେ । ଆଗ ଛକରେ ୟୁ ଟର୍ଣ୍ଣ ମାରି ସେମାନେ ପଳାଇବାକୁ ଚେଷ୍ଟା କରିବା ବେଳେ ଚଳନ୍ତା ବୁଲେଟରୁ ହିଁ ସେ ବାଇକ ପଛରେ ବସିଥିବା ଜଣେ ଦୁର୍ବୃତ୍ତର ସାର୍ଟ କଲର ଧରି ପକାଇଥିଲେ।

ଏହା ପରେ ଉଭୟେ ପଡ଼ି ଯାଇଥିଲେ । ବାଇକ୍ ଚଳାଉଥିବା ଦୁର୍ବୃତ୍ତ ଜଣକ ଗାଡ଼ି ଛାଡ଼ି ପଳାଇଥିବା ବେଳେ ଆର ଜଣକୁ ଆଦୌ ଛାଡ଼ି ନଥିଲେ ରିନୁ। ସେ ଲୁଟେରା ତାଙ୍କୁ ଲାତ ଗୋଇଠା ମାରିଥିଲେ ମଧ୍ୟ ତାକୁ ନ ଛାଡ଼ି ପାଟି କରିଥିଲେ ରିନୁ। ଏହା ପରେ ଆଖପାଖରେ ଥିବା ଲୋକେ ଜମା ହୋଇଥିଲେ ଓ ସେହି ଲୁଟେରାକୁ କାବୁ କରିଥିଲେ।

Related story