ଥାନାବାବୁ ଚା' ପିଉଥିଲେ, ଗାଡ଼ିରେ ବସିଥିବା ଚୋର ଚମ୍ପଟ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପୁଲିସ୍‌ ହେପାଜତରୁ ଛୁ’ ମାରିଲା ଚୋର। ଆଜି ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ବିଦ୍ୟୁତ ତାର ଚୋରି ଅଭିଯୋଗରେ ଗିରଫ ଅଭିଯୁକ୍ତକୁ ଗାଡ଼ିରେ ବସାଇ ପୁଲିସ କର୍ମଚାରୀମାନେ ଚାହା ପିଉଥିବା ବେଳେ ଚମ୍ପଟ ମାରିଛି। ଅଭିଯୁକ୍ତର ନାଁ ଗୁଲୁଠୁ ଭରାସାଗର। ଗତକାଲି ରାତିରେ ବିଦ୍ୟୁତ୍ ତାର ଚୋରି ମାମଲାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଆଇଆଇସି ଲୋକନାଥ ଭୋଇଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍‌ ସମ୍ୱଲପୁର ଜିଲ୍ଲା ଗୁଣ୍ଡେପୁର ଗାଁରୁ ଗୁଲୁଠୁକୁ ଗିରଫ […]

sonpur

sonpur

Jyoshna Pradhan
  • Published: Saturday, 27 July 2019
  • Updated: 27 July 2019, 02:41 PM IST

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପୁଲିସ୍‌ ହେପାଜତରୁ ଛୁ' ମାରିଲା ଚୋର। ଆଜି ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ବିଦ୍ୟୁତ ତାର ଚୋରି ଅଭିଯୋଗରେ ଗିରଫ ଅଭିଯୁକ୍ତକୁ ଗାଡ଼ିରେ ବସାଇ ପୁଲିସ କର୍ମଚାରୀମାନେ ଚାହା ପିଉଥିବା ବେଳେ ଚମ୍ପଟ ମାରିଛି। ଅଭିଯୁକ୍ତର ନାଁ ଗୁଲୁଠୁ ଭରାସାଗର।

ଗତକାଲି ରାତିରେ ବିଦ୍ୟୁତ୍ ତାର ଚୋରି ମାମଲାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଆଇଆଇସି ଲୋକନାଥ ଭୋଇଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍‌ ସମ୍ୱଲପୁର ଜିଲ୍ଲା ଗୁଣ୍ଡେପୁର ଗାଁରୁ ଗୁଲୁଠୁକୁ ଗିରଫ କରିଥିଲା। ତାକୁ ପୁଲିସ ସୋନପୁର ଦେଇ ଦେଓଗାଁ ଆଣୁଥିଲା। ତେବେ ସୁବର୍ଣ୍ଣପୁର ବ୍ଲକ୍‌ ଛକରେ ଚା’ ପିଇ‍ବା ପାଇଁ ପୁଲିସ କର୍ମଚାରୀମାନେ ଅଟକିଥିଲେ। ପୁଲିସ କର୍ମଚାରୀମାନେ ଚାହା ପିଉଥିବାର ସୁଯୋଗ ନେଇ ଗାଡ଼ିରେ ବସିଥିବା ଅଭିଯୁକ୍ତ ଗୁଲୁଠୁ ହ୍ୟାଣ୍ଡକଫ ସହ ଫେରାର ହୋଇଯାଇଛି।

ପୁଲିସ୍‌ ତାକୁ ଗିରଫ କରିବା ପାଇଁ ଆଖପାଖ ଅଞ୍ଚଳରେ ଚଢ଼ଉ ଜାରି ରଖିଛି, ମାତ୍ର ଅଭିଯୁକ୍ତର ପତ୍ତା ପାଇନି। ଶେଷରେ ପୁଲିସ୍‌ ଖାଲି ହାତରେ ଦେଓଗାଁ ଫେରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos