୫ ଜିଲ୍ଲାରେ ଗୋଟିଏ ଲେଖାଏଁ ଇନଡୋର ଷ୍ଟାଡ଼ିୟମ, ଗଞ୍ଜାମରେ ସର୍ବାଧିକ ୧୫ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟର ୮୯ଟି ସହରାଂଚଳରେ ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ କରିବାକୁ ଗତ ସପ୍ତାହରେ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫ଟି ଷ୍ଟାଡ଼ିୟମ ନିର୍ମାଣ ହେବ। ତେବେ ଯାଜପୁର, ମୟୂରଭଞ୍ଜ, ନବରଙ୍ଗପୁର, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଗୋଟିଏ ଲେଖାଏଁ ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ହେବ ବୋଲି ରାଜ୍ୟ କ୍ରୀଡ଼ା ବିଭାଗ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୮୯ଟି ସହରାଂଚଳରେ ୬୯୩.୩୫କୋଟି […]

stadium

stadium

Tapas Behera
  • Published: Tuesday, 17 August 2021
  • Updated: 17 August 2021, 10:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟର ୮୯ଟି ସହରାଂଚଳରେ ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ କରିବାକୁ ଗତ ସପ୍ତାହରେ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫ଟି ଷ୍ଟାଡ଼ିୟମ ନିର୍ମାଣ ହେବ। ତେବେ ଯାଜପୁର, ମୟୂରଭଞ୍ଜ, ନବରଙ୍ଗପୁର, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଗୋଟିଏ ଲେଖାଏଁ ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ହେବ ବୋଲି ରାଜ୍ୟ କ୍ରୀଡ଼ା ବିଭାଗ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୮୯ଟି ସହରାଂଚଳରେ ୬୯୩.୩୫କୋଟି ଟଙ୍କା ବ୍ୟୟରେ ଏହି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୦କିମି ପବନକୁ ସହ୍ୟ କରିପାରୁଥିବା ଏହି ଷ୍ଟାଡ଼ିୟମର ନିର୍ମାଣ କାର୍ଯ୍ୟ ୧୮ମାସ ମଧ୍ୟରେ ସରିବ। ଏହି ଷ୍ଟାଡ଼ିୟମକୁ କ୍ରୀଡ଼ା, ବିପର୍ଯ୍ୟୟ ଆଶ୍ରୟସ୍ଥଳ,  ଚିକିତ୍ସାଳୟ ଓ ସଭାସମିତି ଆଦି ପାଇଁ ଉପଯୋଗ କରାଯିବ। ତେବେ ଏସବୁ ଷ୍ଟାଡ଼ିୟମ କେଉଁଠି ନିର୍ମାଣ ହେବ ଓ କେଉଁ ଯୋଜନାରେ ଏହାକୁ ସରକାର ନିର୍ମାଣ କରିବେ ସେନେଇ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଗତ କିଛିଦିନ ତଳେ ପ୍ରଶ୍ନ କରାଯାଇଥିଲା।
ତେବେ ସୂଚନା ଅନୁସାରେ, ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଅଧୀନରେ ଏହି ସବୁ ଷ୍ଟାଡ଼ିୟମ ନିର୍ମାଣ କରାଯିବ। କଟକ, ଭୁବନେଶ୍ୱର ଓ ରାଉରକେଲା ମହାନଗର ନିଗମରେ ଗୋଟିଏ ଲେଖାଏଁ ଷ୍ଟାଡ଼ିୟମ ନିର୍ମାଣ ପାଇଁ ସ୍ଥିର ହୋଇଥିବାବେଳେ ଯାଜପୁରର ବ୍ୟାସନଗର, ମୟୂରଭଞ୍ଜର ଉଦଳା, ନବରଙ୍ଗପୁରର ଉମରକୋଟ, କନ୍ଧମାଳର ଜି.ଉଦୟଗିରି ଓ ଗଜପତିର କାଶୀନଗର ଏନଏସିରେ ଏହି ଷ୍ଟାଡ଼ିୟମ ନିର୍ମାଣ କରାଯିବ । ସେହିପରି ଜଗତସିଂହପୁର ଜିଲ୍ଲାର ପାରାଦୀପ ଓ ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା, ମାଲକାନଗିରି ଜିଲ୍ଲାର ବାଲିମେଳା ଓ ମାଲକାନଗିରି, କୋରାପୁଟର କୋଟପାଡ଼ ଓ ସୁନାବେଡ଼ା, କଳାହାଣ୍ଡିର ଧର୍ମଗଡ଼ ଓ କେସିଙ୍ଗା, ଭଦ୍ରକର ବାସୁଦେବପୁର, ଧାମନଗର, ଚାନ୍ଦବାଲି ଓ ଭଦ୍ରକ, ବଲାଙ୍ଗିରର କଣ୍ଟାବାଞ୍ଜି ଓ ତୁଷୁରା, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ବଡ଼ବିଲ, ଯୋଡ଼ା ଓ ଚମ୍ପୁଆ, ଖୋର୍ଦ୍ଧା ଜିଲ୍ଲାର ବାଣପୁର, ବାଲୁଗାଁ, ଜଟଣୀ ଓ ଖୋର୍ଦ୍ଧା, ସୋନପୁରର ବିନିକା ଓ ତରଭା, ଝାରସୁଗୁଡ଼ାର ବେଲପାହାଡ଼ ଓ ବ୍ରଜରାଜନଗର, ଢେଙ୍କାନାଳର ଭୁବନ ଓ ହିନ୍ଦୋଳ, ଅନୁଗୁଳର ଆଠମଲ୍ଲିକ ଓ ତାଳଚେର, ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼, ବରପାଲି, ବିଜେପୁର ଓ ପଦ୍ମପୁର ଏନଏଏସି, ପୁରୀ ଜିଲ୍ଲାର ପିପିଲି, କୋଣାର୍କ ଓ ନିମାପଡ଼ା, ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଓଡଗାଁ, ଖଣ୍ଡପଡ଼ା, ନୟାଗଡ଼ ଓ ରଣପୁର, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଢ଼ାଖୋଲରେ ଏହି ଷ୍ଟାଡ଼ିୟମ ନିର୍ମାଣ କରାଯିବ।
ରାଜ୍ୟର ମୋଟ ୮୯ଟି ସହରାଂଚଳ ମଧ୍ୟରୁ ୫୨ଟି ଏନଏସି ଓ ୩୦ଟି ପୌରାଂଚଳରେ ଏହି ଷ୍ଟାଡ଼ିୟମ ନିର୍ମାଣ କରାଯିବ। ବାକି ୭ଟି ଷ୍ଟାଡ଼ିୟମ ମହାନଗର ନିଗମ ଅଂଚଳରେ ନିର୍ମାଣ କରାଯିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story