୮ଟି ମୂଲ୍ୟାୟନ କେନ୍ଦ୍ରରେ କେହି ଶିକ୍ଷକ ଯୋଗଦେଇ ନାହାଁନ୍ତି

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏହା ପୂର୍ବରୁ ଶିକ୍ଷକମାନେ ଖାତା ଦେଖିବେ ନାହିଁ ଧମକ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮ଟି ମୂଲ୍ୟାୟନ କେନ୍ଦ୍ରରେ କେହି ଶିକ୍ଷକ ଯୋଗଦେଇ ନାହାନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ସହିତ ଆଲୋଚନା କରି ଏହାର ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ବୋର୍ଡର ପରୀକ୍ଷା ପରିଚାଳକ ନିହାର ରଞ୍ଜନ ମହାନ୍ତି କହିଛନ୍ତି। ଖାତା ମୂଲ୍ୟାୟନ ପାଇଁ ୧୩,୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି। […]

matric

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 06:41 PM IST

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏହା ପୂର୍ବରୁ ଶିକ୍ଷକମାନେ ଖାତା ଦେଖିବେ ନାହିଁ ଧମକ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮ଟି ମୂଲ୍ୟାୟନ କେନ୍ଦ୍ରରେ କେହି ଶିକ୍ଷକ ଯୋଗଦେଇ ନାହାନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ସହିତ ଆଲୋଚନା କରି ଏହାର ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ବୋର୍ଡର ପରୀକ୍ଷା ପରିଚାଳକ ନିହାର ରଞ୍ଜନ ମହାନ୍ତି କହିଛନ୍ତି।

ଖାତା ମୂଲ୍ୟାୟନ ପାଇଁ ୧୩,୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି। ବିକଳ୍ପ ଭାବେ ୫୦୦୦ ଶିକ୍ଷକଙ୍କୁ ମହଜୁଦ୍‌ ରଖାଯାଇଥିଲା। ଆନ୍ଦୋଳନରତ ଶିକ୍ଷକମାନେ ଖାତା ନଦେଖିଲେ, ମହଜୁଦ୍‌ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯିବ।

Related story