ଆସନ୍ତାକାଲି ଗୃହରେ ଆସିବ ୭ ବିଲ୍ ଓ ଗୋଟିଏ ଅଧ୍ୟାଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ୮ଦିନିଆ ମୌସୁମୀ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେଉଥିବାବେଳେ ପ୍ରଥମ ଦିନରେ ୭ଟି ବିଲ୍ ଓ ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହେବ। ମୃତ କରୋନା ଯୋଦ୍ଧାମାନଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆସିବା ସମେତ ୮ଜଣ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଓ ୨ଜଣ ପୁଲିସ କର୍ମୀଙ୍କୁ ମିଶାଇ ମୋଟ ୧୦ଜଣ ଦିବଂଗତଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି। ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହରେ […]

odisha assembly

odisha assembly

Ordigital Desk
  • Published: Tuesday, 31 August 2021
  • Updated: 31 August 2021, 09:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ୮ଦିନିଆ ମୌସୁମୀ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେଉଥିବାବେଳେ ପ୍ରଥମ ଦିନରେ ୭ଟି ବିଲ୍ ଓ ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହେବ। ମୃତ କରୋନା ଯୋଦ୍ଧାମାନଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆସିବା ସମେତ ୮ଜଣ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଓ ୨ଜଣ ପୁଲିସ କର୍ମୀଙ୍କୁ ମିଶାଇ ମୋଟ ୧୦ଜଣ ଦିବଂଗତଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି।

ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହରେ ଶୋକ ପ୍ରସ୍ତାବ ଆସିବା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ। ତା’ପରେ ଗୃହରେ ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ଟ୍ରଷ୍ଟ(ସଂଶୋଧନ) ଅଧ୍ୟାଦେଶ-୨୦୨୧  ଉପସ୍ଥାପନ ହେବ। ସେହିପରି ଏହି ଅଧ୍ୟାଦେଶକୁ ମଧ୍ୟ ବିଲ୍ ଆକାରରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗୃହରେ ଉପସ୍ଥାପନ କରିବେ। ଅନ୍ୟ ଯେଉଁ ୬ଟି ବିଲ୍ ଆସନ୍ତାକାଲି ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି ସେସବୁ ହେଲା, ଓଡ଼ିଶା ବସ୍ତି ବାସିନ୍ଦାମାନଙ୍କର ଭୂମି ଅଧିକାର (ସଂଶୋଧନ) ବିଲ-୨୦୨୧, ଓଡ଼ିଶା ଜିଏସଟି ସଂଶୋଧନ ବିଲ-୨୦୨୧, ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୧, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ସଂଶୋଧନ) ବିଲ୍‌-୨୦୨୧, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ-୨୦୨୧, ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍‌-୨୦୨୧ ଗୃହରେ ଉପସ୍ଥାପନ ହେବ।

ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ଚଳିତ ମୌସୁମୀ ଅଧିବେଶନରେ ୧୨ଟି ବିଲ୍ ଆସିବ। ଗୃହ ଚାଲୁଥିବାବେଳେ ଆହୁରି ଅଧିକ ବିଲ୍ ଆସିବାର ବି ସମ୍ଭାବନା ରହିଛି । ଆସନ୍ତାକାଲି ଆଗତ ହେବାକୁ ଥିବା ୭ଟି ବିଲ୍‌କୁ ବାଦ୍ ଦେଇ ଅନ୍ୟ ଯେଉଁ ବିଲ୍ ଆସିବାର ଅଛି ସେଗୁଡ଼ିକ ହେଲା ଓଡ଼ିଶା ରିପିଲିଂ ବିଲ୍ -୨୦୨୧, ଓଡ଼ିଶା ଆପ୍ରୋପ୍ରିଏସନ୍ ଆକ୍ଟ(ରିପିଲ) ବିଲ-୨୦୨୧, ଓଡ଼ିଆ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ-୨୦୨୧, ଓଡ଼ିଶା କୃଷି ଉତ୍ପାଦ ଓ ପଶୁସମ୍ପଦ ମାର୍କେଟିଂ(ପ୍ରମୋସନ ଓ ସୁବିଧାକରଣ) ବିଲ-୨୦୨୧, ଓଡ଼ିଶା ହାଉସିଂ ବୋର୍ଡ(ସଂଶୋଧନ) ବିଲ-୨୦୨୧ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତାକାଲି ଗୃହରେ ପୂର୍ବତନ ମନ୍ତ୍ରୀ ଦିବଂଗତ ବିଜୟଶ୍ରୀ ରାଉତରାୟ, ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ, ପୂର୍ବତନ ଉପମୁଖ୍ୟ ସଚେତକ ବିବେକାନନ୍ଦ ମେହେର, ପୂର୍ବତନ ବିଧାୟକ ଅରୁଣ ଦେ, ଚନ୍ଦ୍ରାମା ସାନ୍ତା,କମଳାକାନ୍ତ ନାୟକ, ଉମାକାନ୍ତ ମିଶ୍ର ଓ ବିକ୍ରମ କେଶରୀ ବର୍ମାଙ୍କ ସମେତ ଓଡ଼ିଶା ପୁଲିସର ଶହୀଦ ହାବିଲଦାର ସୁନୀଲ କୁମାର ନାଏକ ଓ ଯବାନ ଅନୀଲ ଏକ୍କାଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଆସିବ । ଏହି ଦିବଂଗତଙ୍କ ବ୍ୟତୀତ ରାଜ୍ୟରେ କରୋନା ସଂକ୍ରମଣର ମୁକାବିଲାରେ ନିୟୋଜିତ ମୃତ କରୋନା ଯୋଦ୍ଧାଙ୍କ ସମ୍ମାନରେ ବି ଗୃହରେ ଶୋକ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story