ଏଥର ବି ହେବ ଭିଡିଓ କ୍ଲାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ପାଇଁ ପୂର୍ବ ବର୍ଷ ଭଳି ଏଥର ବି ହେବ ଭିଡିଓ କ୍ଲାସ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଭିଡିଓ କ୍ଲାସ। ଏନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି  DHSE। ଏଥିପାଇଁ ଆଗ୍ରହୀ ଓ ଅନୁଭବୀ ଶିକ୍ଷକଙ୍କ ତାଲିକା ମାଗିଲା ‌DHSE । ମେ ୨୧ ତାରିଖ ସୁଦ୍ଧା ଶିକ୍ଷକଙ୍କ ତାଲିକା ଦେବାକୁ ‌DHSE କହିଛି। କରୋନା ମହାମାରୀ ଯୋଗୁ ସ୍କୁଲ, କଲେଜ ଖୋଲିବା ନେଇ […]

nmj

Tapas Behera
  • Published: Monday, 17 May 2021
  • , Updated: 17 May 2021, 06:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ପାଇଁ ପୂର୍ବ ବର୍ଷ ଭଳି ଏଥର ବି ହେବ ଭିଡିଓ କ୍ଲାସ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଭିଡିଓ କ୍ଲାସ। ଏନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି  DHSE। ଏଥିପାଇଁ ଆଗ୍ରହୀ ଓ ଅନୁଭବୀ ଶିକ୍ଷକଙ୍କ ତାଲିକା ମାଗିଲା ‌DHSE । ମେ ୨୧ ତାରିଖ ସୁଦ୍ଧା ଶିକ୍ଷକଙ୍କ ତାଲିକା ଦେବାକୁ ‌DHSE କହିଛି।

କରୋନା ମହାମାରୀ ଯୋଗୁ ସ୍କୁଲ, କଲେଜ ଖୋଲିବା ନେଇ ନିଶ୍ଚିତତା ନ ଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଅନ୍‌ଲାଇନରେ କିପରି  ପଢ଼ିବେ ଯୁକ୍ତ ଦୁଇ ଛାତ୍ରୀଛାତ୍ର ସେନେଇ ପଦକ୍ଷେପ ନିଆଯାଇଛି।

ଗତ ବର୍ଷ ମଧ୍ୟ ଏଭଳି ପଦକ୍ଷେପ ନିଆଯାଇଥିଲା। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରୀଛାତ୍ରଙ୍କୁ ନେଇ ହ୍ୱାଟସ୍‌ଆପ ଗ୍ରୁପ୍ କରାଯାଇଥିଲା। ଏହା ମାଧ୍ୟମରେ ଅଧ୍ୟାପକମାନେ ଅନ୍‌ଲାଇନ କ୍ଲାସ ନେଇଥିଲେ । ଶିକ୍ଷକଙ୍କ ଦ୍ୱାରା ସବୁ ବିଷୟର ଶିକ୍ଷାଦାନର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନ ପୋର୍ଟାଲରେ ଅପଲୋଡ୍‌ କରାଯାଇଥିଲା।

Related story