ରାଜନୈତିକ ସଫଳତା ଶିଖରରେ ଥାଇ ନବୀନଙ୍କ ତୃତୀୟ ପରାଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଉପନିର୍ବାଚନ ଇତିହାସରେ ତୃତୀୟ ଥର ପାଇଁ ପରାଜିତ ହୋଇଛି । ନବୀନଙ୍କ ନେତୃତ୍ୱରେ ବିଜେଡି ୨୦୦୦ ମସିହାରୁ ମୋଟ ୧୫ଟି ଉପନିର୍ବାଚନର ସମ୍ମୁଖୀନ ହୋଇଥିବାବେଳେ ସେଥିରୁ ୩ଟିରେ ପରାଜିତ ହୋଇଛନ୍ତି । ତେବେ ବିଜେଡି ଏବେ ସଫଳତାର ଶିଖରରେ ଥିବା ସତ୍ତ୍ୱେ ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ଉଭୟ ବିଜେଡିର […]

Naveen

Naveen

Ordigital Desk
  • Published: Sunday, 06 November 2022
  • Updated: 06 November 2022, 06:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଉପନିର୍ବାଚନ ଇତିହାସରେ ତୃତୀୟ ଥର ପାଇଁ ପରାଜିତ ହୋଇଛି । ନବୀନଙ୍କ ନେତୃତ୍ୱରେ ବିଜେଡି ୨୦୦୦ ମସିହାରୁ ମୋଟ ୧୫ଟି ଉପନିର୍ବାଚନର ସମ୍ମୁଖୀନ ହୋଇଥିବାବେଳେ ସେଥିରୁ ୩ଟିରେ ପରାଜିତ ହୋଇଛନ୍ତି । ତେବେ ବିଜେଡି ଏବେ ସଫଳତାର ଶିଖରରେ ଥିବା ସତ୍ତ୍ୱେ ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ଉଭୟ ବିଜେଡିର ସାଂଗଠନିକ ପରିଚାଳନା ଓ ଦଳୀୟ ନେତୃତ୍ୱଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତଥ୍ୟ ସୂଚନା ଅନୁସାରେ, ୨୦୦୦ ମସିହାରେ ନବୀନ ପଟ୍ଟନାୟକ କ୍ଷମତାସୀନ ହେବାପରଠୁ ରାଜ୍ୟରେ ଆଜିସୁଦ୍ଧା ମୋଟ ୧୫ଟି ଉପନିର୍ବାଚନ ହୋଇଛି । ସେଥିରୁ ୨ଟିରେ ବିଜେପି, ୨ଟିରେ କଂଗ୍ରେସ ଓ ଅନ୍ୟ ୧୧ଟିରେ ବିଜେଡି ବିଜୟୀ ହୋଇଛି । ୨୦୦୦-୦୪ ମସିହା ମଧ୍ୟରେ ରାଜ୍ୟରେ ମୋଟ ୪ଟି ଉପନିର୍ବାଚନ ହୋଇଛି । ରେଢାଖୋଲ ବିଧାନସଭା ଆସନରେ ବିଜେଡି ବିଧାୟକ ଦୁର୍ଯ୍ୟୋଧନ ସୋହେଲାଙ୍କ ମୃତ୍ୟୁରେ ଉପନିର୍ବାଚନରେ ବିଜେଡିର ସନାତନ ବିଶି ବିଜୟୀ ହୋଇଥିଲେ । ସେହିପରି ବୀରମହାରାଜପୁରରେ ବିଜେଡିର ବିଧାୟକ ବୈଷ୍ଣବ ପ୍ରଧାନଙ୍କ ମୃତ୍ୟୁରେ ହୋଇଥିବା ଉପନିର୍ବାଚନରେ ବିଜେଡିର ସଞ୍ଜିବ କୁମାର ସାହୁ, ନୟାଗଡ଼ର ବିଜେଡି ବିଧାୟକ ଭାଗବତ ବେହେରାଙ୍କ ମୃତ୍ୟୁରେ ତାଙ୍କ ପତ୍ନୀ ବିଜେଡିର ମନ୍ଦାକିନୀ ବେହେରା ବିଜୟୀ ହୋଇଥିଲେ । ସେହିପରି ଭଦ୍ରକର କଂଗ୍ରେସ ବିଧାୟକ ବୀରେନ ପଲେଇଙ୍କ ମୃତ୍ୟୁରେ ବିଜେଡିର ପ୍ରଫୁଲ୍ଲ ସାମଲ ଜିତିଥିଲେ।

୨୦୦୪-୦୯ ମସିହା ମଧ୍ୟରେ ରାଜ୍ୟରେ ମୋଟ ୩ଟି ଉପନିର୍ବାଚନ ହୋଇଛି । ସୁନ୍ଦରଗଡ଼ର ବିଜେପି ବିଧାୟକ ସୁଦର୍ଶନ ନାଏକଙ୍କ ମୃତ୍ୟୁ ପରେ ବିଜେପିର ସୁଷମା ପଟେଲ ବିଜୟୀ ହୋଇଥିଲେ । ସେହିପରି ତଳସରା କଂଗ୍ରେସ ବିଧାୟକ ଗଦାଧର ମାଝୀଙ୍କ ମୃତ୍ୟୁରେ କଂଗ୍ରେସର ପ୍ରଫୁଲ୍ଲ ମାଝୀ ଓ ଲକ୍ଷ୍ମୀପୁର ବିଧାୟକ ଅର୍ନ୍ତଯାମୀ ମାଝୀଙ୍କ ମୃତ୍ୟୁରେ କଂଗ୍ରେସର ପୂର୍ଣ୍ଣଚନ୍ଦ୍ର ମାଝୀ ବିଜୟୀ ହୋଇଥିଲେ । ଏହି ଅବଧିରେ ବିଜେଡି ଗୋଟିଏ ବି ଆସନ ଜିତିବାରେ ସକ୍ଷମ ହୋଇପାରିନଥିଲା । ଯଦିଓ ନବୀନଙ୍କ ନେତୃତ୍ୱରେ ରାଜ୍ୟରେ ବିଜେଡି ଓ ବିଜେପିର ମେଣ୍ଟ ସରକାର ଚାଲିଥିଲା।

ସେହିପରି ବିଜେପିର ହାତ ଛାଡ଼ି ୨୦୦୯ରୁ ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜେଡି ଏକାକୀ ସରକାର ଗଠନ କଲା । ସେବେଠୁ ବିଜେଡି ଆଉ ନିର୍ବାଚନୀ ପରାଜୟ ସ୍ୱାଦ ଚାଖିନଥିଲା । ମାତ୍ର ଏହି ଟ୍ରେଣ୍ଡ ଧାମନଗରରେ ଭାଙ୍ଗିଛି । ୨୦୦୯ରୁ ୨୦୧୪ ମସିହା ମଧ୍ୟରେ  କେବଳ ଉମରକୋଟରେ ଉପନିର୍ବାଚନ ହୋଇଥିଲା । ବିଜେଡିର ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ପରେ ବିଜେଡିର ସୁବାସ ଗଣ୍ଡ ବିଜୟୀ ହୋଇଥିଲେ।

୨୦୧୪-୧୯ ମସିହା ମଧ୍ୟରେ ରାଜ୍ୟରେ ବିଜେପୁରରେ ଗୋଟିଏ ଉପନିର୍ବାଚନ ହୋଇଥିଲା । ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ।

ସେହିପରି ୨୦୧୯-ଆଜି ସୁଦ୍ଧା(ଧାମନଗରକୁ ମିଶାଇ) ରାଜ୍ୟରେ ମୋଟ ୬ଟି ଉପନିର୍ବାଚନ ହୋଇଛି ।  ବିଜେପୁର ଆସନରୁ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଯୋଗୁ ବିଜେଡି ପ୍ରାର୍ଥୀ ଭାବେ ରୀତା ସାହୁ ବିଜୟୀ ହୋଇଥିଲେ । ସେହିପରି ବାଲେଶ୍ୱର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ଯୋଗୁ ବିଜେଡିର ସ୍ୱରୂପ କୁମାର ଦାସ, ତିର୍ତ୍ତୋଲ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ଯୋଗୁ ତାଙ୍କ ପୁଅ ବିଜେଡିର ବିଜୟ ଶଙ୍କର ଦାସ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁ ତାଙ୍କ ପୁଅ ବିଜେଡିର ରୁଦ୍ରପ୍ରତାପ ମହାରଥୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ଯୋଗୁ ତାଙ୍କ ପତ୍ନୀ ବିଜେଡିର ଅଳକା ମହାନ୍ତି ଉପନିର୍ବାଚନରେ ବିଜୟୀ ହୋଇଥିଲେ। ସେହିପରି ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ଯୋଗୁ ହୋଇଥିବା ଉପନିର୍ବାଚନରେ ତାଙ୍କ ପୁଅ ବିଜେପିର ସୂର୍ଯ୍ୟବଂଶୀ ସୂରଜ ବିଜେଡିକୁ ବାଜିମାତ୍ କରି ବିଜୟୀ ହୋଇଛନ୍ତି । ଏହାସହିତ ନବୀନ ପଟ୍ଟନାୟକ ଯାହାକୁ ବି ପ୍ରାର୍ଥୀ କଲେ ସେ ଜିତିଯିବେ ବୋଲି ବିଜେଡି ସୃଷ୍ଟି କରିଥିବା ଭ୍ରମରେ ବି ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଆଗକୁ ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ସେଠାରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କରର ଆଭାସ ଏବେଠୁ ମିଳସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story