ମୋ ଜ୍ୱାଇଁ ଖାଇବେ ୬୭ ପ୍ରକାର ଆଇଟମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜ୍ୱାଇଁ ଚର୍ଚ୍ଚା କଥା ଆସିଲେ ଆମେ ଓଡ଼ିଆ ସିନେମା ‘ଋଣଭୂମି’ର ଏ ଦୃଶ୍ୟ କଥା ମନେ ପଡ଼େ। ଏବେ କିନ୍ତୁ ଏମିତି ଜ୍ୱାଇଁ ଚର୍ଚ୍ଚାକୁ ଆସିଛନ୍ତି। ତା’ପୁଣି ଲକ୍ଡାଉନ୍ ସମୟର। ଆଜ୍ଞା ହଁ ଆନ୍ଧ୍ରପ୍ରଦେଶର ଜଣେ ମହିଳା ନିଜ ଜ୍ୱାଇଁ ପାଇଁ ୬୭ ପ୍ରକାର ଆଇଟମ୍ ପ୍ରସ୍ତୁତ କରି ଏବେ ଚର୍ଚ୍ଚାରେ। ଜ୍ୱାଇଁଙ୍କ ଭବ୍ୟ ସ୍ୱାଗତ ପାଇଁ ମହିଳାଙ୍କ ଏପରି ପ୍ରସ୍ତୁତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଇଟମ୍ରେ ରହିଛି ପାନୀୟ, ଷ୍ଟାର୍ଟର, ଚାଟ୍, ମେନ୍ କୋର୍ସ ଏବଂ ଡେଜର୍ଟ।
This lady has prepared a 67-item Andhra five-course lunch for her visiting son-in-law, consisting of a welcome drink, starters, chaat, main course and desserts! Wow! #banquet pic.twitter.com/Li9B4iNFvc
— Ananth Rupanagudi (@rananth) July 8, 2020
ଏଇ ଭିଡିଓଟି ଟ୍ୱିଟରରେ ଅପଲୋଡ୍ ହେବା ପରେ ହଜାର ହଜାର ଲୋକ ଦେଖିସାରିଲେଣି। ଆଉ ଏମତି ଶାଶୁଙ୍କୁ ବେଶ କିଛି ଲୋକ ପ୍ରଶଂସା ସହ ବ୍ୟଙ୍ଗ ମଧ୍ୟ କରୁଛନ୍ତି। କହୁଛନ୍ତି, ଏ ହେଉଛନ୍ତି ମଦର ଇନ୍ ଲ’ ଇଣ୍ଡିଆ। ଅନ୍ୟପକ୍ଷରେ ଆଉ କିଛି ଲୋକ କହୁଛନ୍ତି, ବାହାଘରର ପ୍ରଥମ ବର୍ଷରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।