ଇଏ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଥିବା ଯୁବକ

ବରଗଡ଼ (ଓଡ଼ିଶା ରିପୋର୍ଟର): ବରପାଲିର କୁମ୍ଭାରୀରେ ଆଜି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜଣେ ଯୁବକ ଜୋତା ଫିଙ୍ଗିଥିଲେ। ତେବେ ଜୋତା ଦୁଇଟି ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନଥିଲା। ଜୋତା ଫିଙ୍ଗି ଥିବା ଯୁବକଙ୍କ ନାଁ କାର୍ତ୍ତିକ ମେହେର ବୋଲି ସୂଚନା ମିଳୁଛି। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଜୋତା ଫିଙ୍ଗା ପରେ ଲୋକଙ୍କ ମାଡ଼ରେ ଅଭିଯୁକ୍ତ ଯୁବକ ଆହତ ହୋଇଛି। ତାକୁ ବରପାଲି ମେଡିକାଲରେ ଭର୍ତ୍ତି କରିଛି ପୋଲିସ୍। […]

cm attack

Rakesh Mallick
  • Published: Tuesday, 20 February 2018
  • , Updated: 20 February 2018, 07:41 PM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ବରପାଲିର କୁମ୍ଭାରୀରେ ଆଜି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜଣେ ଯୁବକ ଜୋତା ଫିଙ୍ଗିଥିଲେ। ତେବେ ଜୋତା ଦୁଇଟି ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜି ନଥିଲା। ଜୋତା ଫିଙ୍ଗି ଥିବା ଯୁବକଙ୍କ ନାଁ କାର୍ତ୍ତିକ ମେହେର ବୋଲି ସୂଚନା ମିଳୁଛି। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଜୋତା ଫିଙ୍ଗା ପରେ ଲୋକଙ୍କ ମାଡ଼ରେ ଅଭିଯୁକ୍ତ ଯୁବକ ଆହତ ହୋଇଛି। ତାକୁ ବରପାଲି ମେଡିକାଲରେ ଭର୍ତ୍ତି କରିଛି ପୋଲିସ୍।

ଅଭିଯୁକ୍ତ ବିଜେପିର ଲୋକ ବୋଲି ବରଗଡ଼ ବିଧାୟକ କହୁଥିବା ବେଳେ  ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ସେ ତାଙ୍କ ଦଳର ନୁହେଁ। ସେ କହିଛନ୍ତି,“ବିଜେପି ଲୋକତନ୍ତ୍ରରେ ବିଶ୍ୱାସ କରେ। ହିଂସାତନ୍ତ୍ରରେ ନୁହେଁ। ଏ ଘଟଣା ନିନ୍ଦନୀୟ। ଆଜିର ଘଟଣାକୁ ବିଜେପି ନିନ୍ଦା କରୁଛି। ସଂପୃକ୍ତ ବ୍ୟକ୍ତି ବିଜେପିର କର୍ମୀ ନୁହଁନ୍ତି।”

ସେ ଆହୁରି କହିଛନ୍ତି ଯେ ଆଜି ଯାହା ଘଟିଲା ସେଥିପାଇଁ ଶାସକ ଦଳ ଦାୟୀ।

Related story