ଚଳିତବର୍ଷ ଯୁକ୍ତ ୩ ଓ ପିଜି ସେମିଷ୍ଟର ପରୀକ୍ଷା ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ଯୋଗୁ ପରୀକ୍ଷା ଓ ପାଠପଢ଼ାରେ ସମସ୍ୟା ଉପୁଜିଥିବାରୁ ରାଜ୍ୟ ସରକାର ଯୁକ୍ତ ତିନି ଓ ପିଜି ଶ୍ରେଣୀରେ ସେମିଷ୍ଟର ପରୀକ୍ଷାକୁ ବାତିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଯୁକ୍ତ ତିନି ଶ୍ରେଣୀର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷ କ୍ଲାସ୍ ପ୍ରମୋସନ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏହାସହିତ ଉଭୟ ଯୁକ୍ତ ତିନି ଓ ପିଜି ଶ୍ରେଣୀର ପାଠ୍ୟକ୍ରମକୁ ପ୍ରଥମଥର ପାଇଁ ୨୫ […]

students

students

Manoranjan Sial
  • Published: Tuesday, 26 May 2020
  • Updated: 26 May 2020, 05:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାଜନିତ ଲକଡାଉନ୍ ଯୋଗୁ ପରୀକ୍ଷା ଓ ପାଠପଢ଼ାରେ ସମସ୍ୟା ଉପୁଜିଥିବାରୁ ରାଜ୍ୟ ସରକାର ଯୁକ୍ତ ତିନି ଓ ପିଜି ଶ୍ରେଣୀରେ ସେମିଷ୍ଟର ପରୀକ୍ଷାକୁ ବାତିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଯୁକ୍ତ ତିନି ଶ୍ରେଣୀର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷ କ୍ଲାସ୍ ପ୍ରମୋସନ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏହାସହିତ ଉଭୟ ଯୁକ୍ତ ତିନି ଓ ପିଜି ଶ୍ରେଣୀର ପାଠ୍ୟକ୍ରମକୁ ପ୍ରଥମଥର ପାଇଁ ୨୫ % ସେଲଫ୍ ଗାଇଡେଡ୍ ଷ୍ଟଡି ଦ୍ୱାରା କଭର କରିବାକୁ ନିଷ୍ପତ୍ତି ନିଆଯାଇଛି।

ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଲେଜର ପାଠପଢ଼ା ଓ ପରୀକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଲକଡାଉନ୍ ଯୋଗୁ ପ୍ରଭାବିତ ହୋଇଥିବା ରାଜ୍ୟର ସମସ୍ତ ୟୁଜି ଓ ପିଜି ସେମିଷ୍ଟର ଓ ଫାଇନାଲ ପରୀକ୍ଷା କିଭଳି କରାଯିବ ତାହା ଉପରେ ବିସ୍ତୃତ ବିଚାରବିମର୍ଶ ହୋଇଥିଲା।

ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଞ୍ଚିଥିଲେ ଯେ, ସମସ୍ତ ୟୁଜି ଓ ପିଜି ସେମିଷ୍ଟର ପରୀକ୍ଷା ସମ୍ପର୍କରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଛି। ବୈଠକ ବୈଠକରେ ରାଜ୍ୟ ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଥମଟି ହେଲା- ଯୁକ୍ତ ତିନି ଶ୍ରେଣୀର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି। ସେହିପରି ପିଜି ସେମିଷ୍ଟର ପରୀକ୍ଷା ମଧ୍ୟ ହେବ ନାହିଁ । ଯୁକ୍ତ ତିନି ଶ୍ରେଣୀରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଏବଂ ପିଜି ପ୍ରଥମ ବର୍ଷର ସମସ୍ତ ଛାତ୍ରଛାତ୍ରୀ ପରବର୍ତ୍ତୀ ବର୍ଷକୁ ଉତ୍ତୀର୍ଣ୍ଣ ହେବେ।

ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରିବାକୁ କୁହାଯାଇଛି। ସେହିପରି ପ୍ରଥମଥର ପାଇଁ ଯୁକ୍ତ ତିିନି ଓ ପିଜି ପାଠ୍ୟକ୍ରମର ୨୫ ପ୍ରତିଶତ ସେଲଫ ଗାଇଡେଡ୍ ଷ୍ଟଡି ଦ୍ୱାରା କଭର କରାଯିବ। ଏହା ଏକ ସମୟୋଚିତ ଯୁଗାନ୍ତକାରୀ ପଦକ୍ଷେପ। ଏଭଳି ଷ୍ଟଡି ବ୍ୟବସ୍ଥା ପାଇଁ ୟୁଜିସି ଗାଇଡଲାଇନରେ ସୁପାରିସ୍ କରାଯାଇଛି। ଛାତ୍ରଛାତ୍ରୀମାନେ ସେଲଫ୍ ଷ୍ଟଡି ମ୍ୟାଟେରିଆଲ ନିଜେ ପଢ଼ିବେ ଓ ଟ୍ୟୁଟୋରିଆଲ କ୍ଲାସରେ ଅଧ୍ୟାପମାନେ ସେମାନଙ୍କର ମନରେ ଦ୍ୱନ୍ଦ୍ୱ ଥିଲେ ତାକୁ ଦୂର କରିବେ। ସେଲଫ ଗାଇଡେଡ୍ ଷ୍ଟଡି ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଙ୍ଗ, ବିଶ୍ଲେଷଣ ଦକ୍ଷତା, ଆତ୍ମନିର୍ଭରଶୀଳତା ଓ ଜିଜ୍ଞାସା ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ତେବେ ମେ’ ୬ ତାରିଖରେ ଅନୁଷ୍ଠିତ କୁଳପତିମାନଙ୍କ ବୈଠକର ନିଷ୍ପତ୍ତି ଅନୁସାରେ ଯୁକ୍ତ ତିନି ଶ୍ରେଣୀର ଷଷ୍ଠ ସେମିଷ୍ଟର ବା ଫାଇନାଲ ପରୀକ୍ଷା ଏବଂ ପିଜି ଶ୍ରେଣୀର ଚତୁର୍ଥ ସେମିଷ୍ଟର ବା ଫାଇନାଲ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଅନୁଷ୍ଠିତ ହେବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଯୁକ୍ତ ତିନି ଫାଇନାଲ ପରୀକ୍ଷା ଜୁନ୍ ୨୦ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ତାରିଖ ସୁଦ୍ଧା ଶେଷ ହେବ ଓ ପରୀକ୍ଷା ଫଳ ଅଗଷ୍ଟ ୩୧ତାରିଖ ସୁଦ୍ଧା ପ୍ରକାଶ ପାଇବ। ସେହିପରି ପିଜି ଫାଇନାଲ ପରୀକ୍ଷା ଅଗଷ୍ଟ ୨୦ତାରିଖ ସୁଦ୍ଧା ଶେଷ ହେବ ଓ ଫଳ ସେପ୍ଟେମ୍ବର ୨୦ତାରିଖ ମଧ୍ୟରେ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos