କାହିଁକି କହିଥିଲେ ଏୟାରପୋର୍ଟ ଉଡେଇଦେବେ ! ପଢନ୍ତୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର):  କାଲି ଦିନବେଳା ଭୁବନେଶ୍ୱର ବିମାନ ବନ୍ଦରକୁ ଆସିଥିବା ସନ୍ଦିଗ୍ଧ ଫୋନ୍‌ କଲ୍‌ର ଗୁମର ଫିଟିଛି । କିଏ ଫୋନ୍‌ କରିଥିଲେ ଆଉ କାହିଁକି ସେ କଥା ଜଣାପଡିଛି। ତା ହେଲେ ଆସନ୍ତୁ ଜାଣିବା ଏୟାରପୋର୍ଟକୁ କ’ଣ ଆସିଥିଲା ଫୋନ୍‌ ଆଉ କ’ଣ କହିଥିଲେ ଦୁର୍ବୃର୍ତ୍ତ। “ କ୍ରିଂ କ୍ରିଂ… କର୍ତ୍ତୃପକ୍ଷ: ହ୍ୟାଲୋ- କିଏ କହୁଛନ୍ତି ? ସନ୍ଦିଗ୍ଧ: ମୁଁ ଖଣ୍ଡଗିରିରୁ କହୁଛି, ପରିଡା ବାବୁ କର୍ତ୍ତୃପକ୍ଷ: ଆଜ୍ଞା କୁହନ୍ତୁ ସନ୍ଦିଗ୍ଧ: ଶଃ.. ଗୋଟେ ଖେଳ […]

khand

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 10:51 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର):  କାଲି ଦିନବେଳା ଭୁବନେଶ୍ୱର ବିମାନ ବନ୍ଦରକୁ ଆସିଥିବା ସନ୍ଦିଗ୍ଧ ଫୋନ୍‌ କଲ୍‌ର ଗୁମର ଫିଟିଛି । କିଏ ଫୋନ୍‌ କରିଥିଲେ ଆଉ କାହିଁକି ସେ କଥା ଜଣାପଡିଛି। ତା ହେଲେ ଆସନ୍ତୁ ଜାଣିବା ଏୟାରପୋର୍ଟକୁ କ’ଣ ଆସିଥିଲା ଫୋନ୍‌ ଆଉ କ’ଣ କହିଥିଲେ ଦୁର୍ବୃର୍ତ୍ତ।

“ କ୍ରିଂ କ୍ରିଂ...

କର୍ତ୍ତୃପକ୍ଷ: ହ୍ୟାଲୋ- କିଏ କହୁଛନ୍ତି ?

ସନ୍ଦିଗ୍ଧ: ମୁଁ ଖଣ୍ଡଗିରିରୁ କହୁଛି, ପରିଡା ବାବୁ

କର୍ତ୍ତୃପକ୍ଷ: ଆଜ୍ଞା କୁହନ୍ତୁ

ସନ୍ଦିଗ୍ଧ: ଶଃ.. ଗୋଟେ ଖେଳ ଲଗେଇଚ, କହୁଛି ଚୁପ୍‌ଚାପ୍‌ ଟିକେଟ୍‌ଟା ଦେଇଦିଅ

କର୍ତ୍ତୃପକ୍ଷ: କ’ଣ ଆପଣ କହୁଛନ୍ତି, କୋଉ ଟିକେଟ୍

ସନ୍ଦିଗ୍ଧ: କିଛି କଥା ନାଇଁ...। ମୋ ଟିକେଟ ନ ହେଲା ଉଡେଇଦେବି ....”

ବାସ୍‌ ଏମିତି ଢଙ୍ଗରେ ଫୋନ୍‌ ପାଇ ହଡବଡେଇ ଯାଇଥିଲେ ବିମାନ ବନ୍ଦର କର୍ତ୍ତୃପକ୍ଷ। କାରଣ ଏହି ଧମକପୂର୍ଣ୍ଣଆ ଫୋନ୍‌ କଲ୍‌ରେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ଭୁବନେଶ୍ୱର ବିମାନ ବନ୍ଦର ଉଡାଇ ଦେବାକୁ କହି ଧମକ ଦେଇଥିଲେ। କେବଳ କାଲି ନୁହେଁ ଏହା ପୂର୍ବରୁ ମଧ୍ୟ ଏଭଳି ଧମକ୍‌ପୂର୍ଣ୍ଣ ଫୋନ୍‌ କଲ ଆସିଥିଲା। ଯାହାକୁ ନେଇ ଚିନ୍ତିତ ହୋଇପଡିଥିଲେ କର୍ତ୍ତୃପକ୍ଷ। କାରଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ କମ୍‌ ଦିନ ଭିତରେ ଓଡିଶା ଆସୁଛନ୍ତି। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସବୁଆଡେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଏମିତି କଲ୍‌ ପାଇ ହରଡଘଣାରେ ପଡିଥିଲେ ବିମାନବନ୍ଦର କର୍ତ୍ତୃପକ୍ଷ।

ଆରମ୍ଭ ହୋଇଥିଲା ଖୋଲତାଡ୍‌। ଶେଷର ଆଜି ଧରାପଡିଛି ସତ। ସନ୍ଦିଗ୍ଧ ବ୍ୟକ୍ତି ଜଣକ କାହିଁକି ଫୋନ୍‌ କରିଥିଲେ ସେ କଥା ଜଣାପଡିଛି। ହେଲେ କାରଣ ଜାଣିବା ପରେ ଆପଣ ବି ନିଜ ହସ ରୋକିପାରିବେନି। ବାସ୍ତବ କଥାଟି ହେଉଛି, ଯେଉଁ ବ୍ୟକ୍ତି ଜଣକ ଏଭଳି ଫୋନ୍‌ କରୁଥିଲେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲି ଯାଇଛନ୍ତି। ଏଣୁ ସେ ପୁରା ଟେନ୍‌ସନ୍‌ରେ ଥିଲେ। ପତ୍ନୀଙ୍କ ବିରହର ରାଗ କାହା ଉପରେ ସୁଝାଇବେ ବୋଲି ଘାରି ହେଉଥିଲେ। ଆଉ ଶେଷରେ ଲ୍ୟାଣ୍ତ ଫୋନ୍‌ରେ ଡାଏଲ କରିଥିଲେ ବିମାନ ବନ୍ଦର ନମ୍ବର।

ଏୟାରଫିଲ୍ଡ ଥାନା ପୋଲିସ ଅଭିଯୁକ୍ତଙ୍କୁ ଠାବ କରିଛି। ସନ୍ଦିଗ୍ଧ ଜଣକ ବାସ୍ତବରେ ପରିଡା ବାବୁ ନୁହଁନ୍ତି ସେ ହେଉଛନ୍ତି ପୃଷ୍ଟି ବାବୁ ଓରଫ୍‌ ବସନ୍ତ ପୃଷ୍ଟି। ଘର ତାଙ୍କର ନୟାଗଡରେ। ନିକଟରେ ତାଙ୍କ ସ୍ତ୍ରୀ ଘର ଛାଡି କେଉଁଆଡେ ଫେରାର ହୋଇ ଯାଇଛନ୍ତି। ଯାହାକୁ ନେଇ ସେ ଏକ ରକମ ମାନସିକ ବିକୃତ ହୋଇ ଯାଇଛନ୍ତି। ଆଉ ଏଇ ବିକୃତି ତାଙ୍କୁ ଏମିତି ଗୋଟେ ଅଖାଡୁଆ କାମ କରେଇ ଦେଇଛି ବୋଲି କହିଛି ପୋଲିସ୍‌।

Related story