ଭଉଣୀକୁ ଅପହରଣ କରି ବନ୍ଧା ହେଲେ ଭଉଣୀ,ଭିଣୋଇ

ରାଉରକେଲା(ଓଡ଼ିଶା ରିପୋର୍ଟର):ରାଉରକେଲା ଲାଠିକଟା ଥାନା ଅଂଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରି ରାଜସ୍ଥାନରେ ବିକ୍ରି କରିଥିବା ଅଭିଯୋଗରେ ଉକ୍ତ ନାବାଳିକାର ଭଉଣୀ ଓ ଭିଣୋଇକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ ମଣ୍ଡଳ ଓ ତାଙ୍କ ସ୍ତ୍ରୀ ଶୋଭା ମଣ୍ଡଳ। ଏହି ଘଟଣାରେ ଅନ୍ୟ ଜଣେ ଭଉଣୀ ସୁମନ ମଣ୍ଡଳଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଦ୍ଧାର  ନାବାଳିକାଙ୍କୁ CWC ହେପାଜତରେ ଏକ ସେଲଟର ହୋମରେ ରଖାଯାଇଛି । ପୂରା ଘଟଣା ଏମିତି। ନାବାଳିକାଙ୍କ ବାପା ଜଣେ […]

delhi

delhi

Tapas Behera
  • Published: Saturday, 27 July 2019
  • Updated: 27 July 2019, 04:57 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର):ରାଉରକେଲା ଲାଠିକଟା ଥାନା ଅଂଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରି ରାଜସ୍ଥାନରେ ବିକ୍ରି କରିଥିବା ଅଭିଯୋଗରେ ଉକ୍ତ ନାବାଳିକାର ଭଉଣୀ ଓ ଭିଣୋଇକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ ମଣ୍ଡଳ ଓ ତାଙ୍କ ସ୍ତ୍ରୀ ଶୋଭା ମଣ୍ଡଳ। ଏହି ଘଟଣାରେ ଅନ୍ୟ ଜଣେ ଭଉଣୀ ସୁମନ ମଣ୍ଡଳଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଦ୍ଧାର  ନାବାଳିକାଙ୍କୁ CWC ହେପାଜତରେ ଏକ ସେଲଟର ହୋମରେ ରଖାଯାଇଛି ।

ପୂରା ଘଟଣା ଏମିତି। ନାବାଳିକାଙ୍କ ବାପା ଜଣେ ରେଳ କର୍ମଚାରୀ। ଚାକିରିରୁ ଅବସର ନେବା ପରେ ସେ ଲାଠିକଟା ଥାନା ଅଞ୍ଚଳରେ ଘର କରି ରହୁଥିଲେ। ହସଖୁସିରେ ଚାଲୁଥିଲା ପରିବାର। ଦିନେ ତାଙ୍କ ଅନୁପସ୍ଥିତିରେ ଦିନେ ଜଣେ ପଡ଼ୋଶୀ ନାବାଳିକା ଝିଅଙ୍କୁ ନେଇ ତାଙ୍କ ବଡ଼ ଭଉଣୀ ଓ ଭିଣୋଇଙ୍କ ପାଖରେ ରଖିଥିଲେ। ରେଳ କର୍ମଚାରୀ ଜଣକ ଦିନେ ଘରକୁ ଫେରି ଦେଖନ୍ତି ଝିଅ ନାହିଁ। ତେଣୁ ସେ ଏନେଇ ଲାଠିକଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ନାବାଳିକାକୁ ଅପହରଣ କରାଯାଇଥିବା ବେଳେ ୨୦୧୯ ଫେବୃଆରୀ ମାସରେ ଦିଲ୍ଲୀ ମହିଳା କମିଶନ ତାଙ୍କୁ ଗର୍ଭବତୀ ଅବସ୍ଥାରେ ରାଜସ୍ଥାନରୁ ଉଦ୍ଧାର କରିଥିଲା।

ଲାଠିକଟା ଥାନାରେ ପୂର୍ବରୁ ମାମଲା ଥିବାରୁ ରାଉରକେଲା ପୁଲିସ ନାବାଳକାକୁ ଦିଲ୍ଲୀରୁ CWC ମାଧ୍ୟମରେ ଆଣିବାକୁ ଯାଇଥିଲେ। ହେଲେ ନାବାଳିକା ଜଣକ ଓଡିଶା ଆସିବାକୁ ରାଜି ନ ହେବାରୁ  ତା’ର ବାପାକୁ ଦିଲ୍ଲୀ ମହିଳା କମିଶନ ଜିମା ଦେଇଥିଲେ । ଏବେ ଝିଅର ବୟାନକୁ ଆଧାର କରି ପୁଲିସ ତିନି ଜଣଙ୍କୁ ଗିରଫ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos