ଡ୍ରାଇଭର ସଂଘ ନାଁରେ ୩ କେସ୍: ଗୁଇନ୍ଦାକୁ କ୍ଲିନଚିଟ୍, ଅଡ଼ୁଆରେ କମିଶନରେଟ ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଡ୍ରାଇଭର ମହାସଂଘ ନିଜର ୧୧ ଦଫା ଦାବି ନେଇ ରାଜଧାନୀ ଭୁବନେଶ୍ୱରକୁ ୮ଘଣ୍ଟା ଧରି କବଜା କରି ନିଜର ମନମୁଖୀ କାରବାର କରିବା ଓ କମିଶନରେଟ ପୁଲିସ ଜଳକା ହୋଇ ନିଜର ଅପାରଗତା ପଦାରେ ପକାଇବା ସତ୍ତ୍ୱେ ସରକାର ଚୁପ୍ ବସିଛନ୍ତି । ନିଜର ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭରମାନଙ୍କ ବିଶାଳ ଭିଡ଼ରୁ ସାଧାରଣ ଯାତ୍ରୀ, ରୋଗୀ, ସ୍କୁଲ ପିଲାଙ୍କଠୁ ଆରମ୍ଭ କରି ଅଫିସ କର୍ମଚାରୀ କେହି ବି ନିସ୍ତାର […]

police

police

Ordigital Desk
  • Published: Tuesday, 19 April 2022
  • Updated: 19 April 2022, 08:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଡ୍ରାଇଭର ମହାସଂଘ ନିଜର ୧୧ ଦଫା ଦାବି ନେଇ ରାଜଧାନୀ ଭୁବନେଶ୍ୱରକୁ ୮ଘଣ୍ଟା ଧରି କବଜା କରି ନିଜର ମନମୁଖୀ କାରବାର କରିବା ଓ କମିଶନରେଟ ପୁଲିସ ଜଳକା ହୋଇ ନିଜର ଅପାରଗତା ପଦାରେ ପକାଇବା ସତ୍ତ୍ୱେ ସରକାର ଚୁପ୍ ବସିଛନ୍ତି । ନିଜର ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭରମାନଙ୍କ ବିଶାଳ ଭିଡ଼ରୁ ସାଧାରଣ ଯାତ୍ରୀ, ରୋଗୀ, ସ୍କୁଲ ପିଲାଙ୍କଠୁ ଆରମ୍ଭ କରି ଅଫିସ କର୍ମଚାରୀ କେହି ବି ନିସ୍ତାର ପାଇନଥିଲେ । ପ୍ରାୟ ୬ରୁ ୮ ଘଣ୍ଟା ଡ୍ରାଇଭରମାନଙ୍କ କବଜାରେ ରାଜଧାନୀ ଭୁବନେଶ୍ୱରର ଅନେକ ସମ୍ବେଦନଶୀଳ ଅଂଚଳ ରହିଥିଲେ ମଧ୍ୟ ପୁଲିସ କାହିଁକି ସେମାନଙ୍କୁ ନିୟନ୍ତ୍ରଣ କରିପାରିଲାନି ଓ ରାଜ୍ୟ ଗୁଇନ୍ଦା ବିଭାଗ ଏନେଇ ସତର୍କ କରିବା ସତ୍ତ୍ୱେ ବି କମିଶନରେଟ ପୁଲିସ କିଭଳି ଫେଲ୍ ହେଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି ।

୨୦୧୯ ଫେବୃୟାରୀ ମାସରେ ଚାଷୀଙ୍କୁ ରାଜଧାନୀରେ ପ୍ରବେଶ କରାଇ ଦେଇନଥିବା କମିଶନରେଟ ପୁଲିସ ଏବେ ଡ୍ରାଇଭରଙ୍କ ବେଳକୁ କାହିିଁକି ଚୁପ୍ ରହିଲା ଓ ସେମାନଙ୍କୁ ନିୟନ୍ତ୍ରଣ କରିବା ନେଇ ତତ୍ପରତା କିମ୍ବା ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କଲାନି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏସବୁ ମଧ୍ୟରେ ଗତକାଲିର ଅଚଳାବସ୍ଥା ପାଇଁ ଗୁଇନ୍ଦା ବିଭାଗକୁ ସୁଚିନ୍ତିତ ଢଙ୍ଗରେ କ୍ଲିନଚିଟ୍ ଦିଆଯାଇ କମିଶନରେଟ ପୁଲିସ ଉପରେ ଦୋଷ ଲଦିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ପୁଲିସ ଏସପି ଓ ଡିସିପିଙ୍କୁ ଏପ୍ରିଲ ୧୬ତାରିଖରେ ଗୁଇନ୍ଦା ବିଭାଗ ଦେଇଥିବା ଇନପୁଟ୍ ସଂକ୍ରାନ୍ତ ଚିଠିକୁ ଗଣମାଧ୍ୟମରେ ଲିକ୍ କରାଯାଇଛି । ଆଉ ସରକାରଙ୍କ ଏଭଳି ଆଭିମୁଖ୍ୟର ଟେର୍ ପାଇବା ପରେ କମିଶନରେଟ ପୁଲିସ ଆଜି ଡ୍ରାଇଭର ମହାସଂଘ ନାଁରେ ୩ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୧୮ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ଡ୍ରାଇଭର ମହାସଂଘର ଡାକରାରେ ସମଗ୍ର ରାଜ୍ୟରୁ ପ୍ରାୟ ୭୦ରୁ ୮୦ହଜାର ଡ୍ରାଇଭର ଏକଜୁଟ ହୋଇଛନ୍ତି । ଯଦିଓ ରାଜ୍ୟ ଗୁଇନ୍ଦା ବିଭାଗ ପ୍ରାୟ ୪୦ହଜାର ଡ୍ରାଇଭର ରାଜ୍ୟର ବିଭିନ୍ନ ଭାଗରୁ ରାଜଧାନୀକୁ ଏପ୍ରିଲ ୧୭ତାରିଖ ରାତିରୁ ଆସି ପହଂଚିବେ ବୋଲି ୪୮ଘଣ୍ଟା ପୂର୍ବରୁ ଭୁବନେଶ୍ୱର ଡିସିପିଙ୍କ ସମେତ ସବୁ ଜିଲ୍ଲାର ଏସପିମାନଙ୍କୁ ଅବଗତ କରାଇଥିଲା । କିନ୍ତୁ ଏଭଳି ଇନପୁଟ୍ ଥିବା ସତ୍ତ୍ୱେ କମିଶନରେଟ ପୁଲିସ କାହିଁକି ଡ୍ରାଇଭରମାନଙ୍କ ସମାବେଶକୁ ସୁବ୍ୟବସ୍ଥିତ କରିବା ପାଇଁ ତ୍ୱରିତ୍ ଟ୍ରାଫିକ୍ ପ୍ଲାନ୍ କଲାନି ଓ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକୁ ସେମାନଙ୍କ କବଜାରେ ରହିବାକୁ ଦେଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ଗୁଇନ୍ଦା ଇନପୁଟ୍ ସତ୍ତ୍ୱେ ଡ୍ରାଇଭରଙ୍କ ସମାବେଶକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସର ସ୍ୱଳ୍ପ ପ୍ରସ୍ତୁତି କେବଳ ପିଏମଜି ଛକ ନିକଟରେ ରହିଥିଲା ବୋଲି ଜଣାପଡ଼ିଛି । ଗତକାଲି ଚୁପ୍ ଥିବା କମିଶନରେଟ ପୁଲିସ କିନ୍ତୁ ଆଜି ତତ୍ପରତା ଦେଖାଇ ଓଡ଼ିଶା ଡ୍ରାଇଭର ମହାସଂଘ ବିରୁଦ୍ଧରେ ୩ଟି ମାମଲା ରୁଜୁ କରିଛି ।

[caption id="attachment_728721" align="aligncenter" width="650"]driver strike ଡ୍ରାଇଭରମାନଙ୍କ ବିଶାଳ ଭିଡ଼ରୁ ସାଧାରଣ ଯାତ୍ରୀ, ରୋଗୀ ଓ ସ୍କୁଲ ପିଲାଙ୍କଠୁ ଆରମ୍ଭ କରି ଅଫିସ କର୍ମଚାରୀ କେହି ବି ନିସ୍ତାର ପାଇନଥିଲେ ।[/caption]

ଭୁବନେଶ୍ୱର ପୁଲିସ ଡିସିପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭିଡିଓ ଫୁଟେଜ୍ ଆଧାରରେ ଦୋଷୀ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଡ୍ରାଇଭରମାନଙ୍କ ପ୍ରଦର୍ଶନ ସମ୍ପର୍କରେ କମିଶନରେଟ ପୁଲିସ ପାଖରେ ପୂର୍ବ ସୂଚନା ଥିଲା । ସହର ବାହାରେ ସେମାନେ ପ୍ରଦର୍ଶନ କରିବେ ବୋଲି ମହାସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମହାସଂଘର ନେତାମାନେ ଭୁବନେଶ୍ୱର ଆସି ସେମାନଙ୍କର ଦାବି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାଇଥିଲେ । କିନ୍ତୁ ଡ୍ରାଇଭରମାନଙ୍କ ଉପରେ ମହାସଂଘର କର୍ମକର୍ତ୍ତାମାନେ ନିଜର ନିୟନ୍ତ୍ରଣ ହରାଇଥିଲେ । କେତେକ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ଟ୍ରାଫିକ ସମସ୍ୟା ଯୋଗୁସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡ଼ିଛି । ଡ୍ରାଇଭରମାନେ ବହୁ ସ୍ଥାନରେ ବେଆଇନ ଭାବେ ଗାଡ଼ି ମୋଟର ଅଟକାଇ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିବାରୁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ୟପକ୍ଷରେ ରାଜ୍ୟ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଡ୍ରାଇଭରମାନେ କେତେ ସଂଖ୍ୟାରେ ଭୁବନେଶ୍ୱରରେ ଏକଜୁଟ ହେବେ ସେ ନେଇ ଜିଲ୍ଲାୱାରି ଆକଳନ ଗୁଇନ୍ଦା ବିଭାଗ କରିଥିଲା । ଡ୍ରାଇଭରମାନେ ଭୁବନେଶ୍ୱରରେ ଏପ୍ରିଲ ୧୮ତାରିଖରେ ଏକଜୁଟ ହେବାକୁ ନେଇ ପ୍ରସ୍ତୁତି କରୁଥିବାର ସୂଚନା ଗତମାସରୁ ଗୁଇନ୍ଦା ବିଭାଗ ପାଖରେ ଥିଲା । ୨୦୨୧ ଅକ୍ଟୋବର ୨୧ତାରିଖରେ ଓଡ଼ିଶା ଡ୍ରାଇଭର ମହାସଂଘ ଅନୁରୂପ ଭାବେ ଭୁବନେଶ୍ୱରରେ ନିଜର ଉପସ୍ଥିତି ଜାହିର କରି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିବାରୁ ଗୁଇନ୍ଦା ବିଭାଗ ଏନେଇ ସତର୍କ କରାଇଥିଲା । ମାତ୍ର ମହାସଂଘର କର୍ମକର୍ତ୍ତାମାନଙ୍କ ସହ ଟେଲିଫୋନରେ କଥା ହୋଇ ସେମାନଙ୍କ ଭରସାରେ କମିଶନରେଟ ପୁଲିସ ଚୁପ୍ ବସିଯାଇଥିଲା । ଯାହାକି ଆଦୌ ଗ୍ରହଣୀୟ ନୁହେଁ । ରାଜଧାନୀରେ ଟ୍ରାଫିକ ସମସ୍ୟା ସୃଷ୍ଟି ନହେବା ଓ ସାଧାରଣ ଜନଜୀବନକୁ ପ୍ରଭାବିତ ନକରିବା ଓ ସୁରକ୍ଷା ଯୋଗାଇବା ଦାୟିତ୍ୱ କମିଶନରେଟ ପୁଲିସର ହୋଇଥିଲେ ମଧ୍ୟ ଡ୍ରାଇଭର ଆନ୍ଦୋଳନର ମୁକାବିଲାକୁ ନେଇ ପୂର୍ବପ୍ରସ୍ତୁତି ନକରାଯିବା ନିଶ୍ଚିତ ଭାବେ କମିଶନରେଟ ପୁଲିସର ବିଫଳତାକୁ ପଦାରେ ପକାଇଛି । ରାଜଧାନୀ ଭୁବନେଶ୍ୱରରେ ପୁଲିସର ଏଭଳି ବିଫଳତା ନିଶ୍ଚିତ ଭାବେ ରାଜ୍ୟ ପୁଲିସର ଦକ୍ଷତା ଓ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story