ଅଟୋକୁ ପିଟିଲା ହାଇୱା: ୩ ମୃତ

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡ଼ପଡ଼ା ଛକ ନିକଟରେ ଏକ ଅଟୋକୁ ହାଇୱାଟିଏ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ସାତକୋଶିଆରୁ ୪ ଜଣ ଯାତ୍ରୀଙ୍କୁ ନେଇ ଜାବିନିପୁର ଆସୁଥିବା ଏହି ଅଟୋକୁ ହାଇୱାଟି ଧକ୍କା ଦେଇଥିଲା। ହାଇୱାଟି […]

Accident

Jitendra Garnayak
  • Published: Thursday, 21 April 2022
  • , Updated: 21 April 2022, 09:45 PM IST

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡ଼ପଡ଼ା ଛକ ନିକଟରେ ଏକ ଅଟୋକୁ ହାଇୱାଟିଏ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ସାତକୋଶିଆରୁ ୪ ଜଣ ଯାତ୍ରୀଙ୍କୁ ନେଇ ଜାବିନିପୁର ଆସୁଥିବା ଏହି ଅଟୋକୁ ହାଇୱାଟି ଧକ୍କା ଦେଇଥିଲା। ହାଇୱାଟି ଓସ୍ତପୁରାରୁ ଚିପ୍ସ ବୋଝେଇ କରି ସାତକୋଶିଆ ଯାଉଥିଲା। ଅଟୋକୁ ଧକ୍କା ଦେବା ପରେ ହାଇୱାଟି ମଧ୍ୟ ଓଲଟି ପଡ଼ିଥିଲା।

ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୩ ଜଣ ଯାକ ମୃତକ ଜାବିନିପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଆହତ ମହିଳାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଅଟୋ ଡ୍ରାଇଭର ସୁସ୍ଥ ଅଛନ୍ତି।

ହାଇୱା ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଏହାର ହେଲପରକୁ ଧରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Related story