ଟ୍ରେନରେ କଟିଗଲେ ୩ ହରିଣ

କଟକ(ଓଡ଼ିଶା ରିପୋର୍ଟର) ଟ୍ରେନରେ କଟିଗଲେ ୩ ହରିଣ । କଟକ-ପାରାଦୀପ ରେଳପଥର ସାଳିଜଙ୍ଗା ତିନିପୋଲିଆ ନିକଟରେ ୩ଟି ହରିଣ କଟିଯାଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ଟ୍ରେନ ଲାଇନ ପାର ହେଉଥିବାବେଳେ ହରିଣ ୩ଟି ଟ୍ରେନ୍‌ରେ କଟିଯାଇଥିଲେ । ହରିଣମାନେ ନିକଟସ୍ଥ ଧଳତଙ୍ଗଗଡ଼ ଜଙ୍ଗଲରୁ ମୁଗ କିଆରିକୁ ଚରିବା ପାଇଁ ଟ୍ରେନ ଲାଇନ ପାର ହେଉଥବାବେଳେ ଏହି ଅଘଟଣ ଘଟିଥିଲା।  ପୂର୍ବରୁ ମଧ୍ୟ ଅନେକଥର ଟ୍ରେନରେ କଟି ହରିଣଙ୍କ ମୃତ୍ୟୁ ହୋଇଛି । ହରିଣଙ୍କ ସୁରକ୍ଷା ଲାଗି […]

898

Tapas Behera
  • Published: Sunday, 31 January 2021
  • , Updated: 31 January 2021, 03:59 PM IST

କଟକ(ଓଡ଼ିଶା ରିପୋର୍ଟର) ଟ୍ରେନରେ କଟିଗଲେ ୩ ହରିଣ । କଟକ-ପାରାଦୀପ ରେଳପଥର ସାଳିଜଙ୍ଗା ତିନିପୋଲିଆ ନିକଟରେ ୩ଟି ହରିଣ କଟିଯାଇଥିବା ଜଣାପଡିଛି । ବିଳମ୍ବିତ ରାତିରେ ଟ୍ରେନ ଲାଇନ ପାର ହେଉଥିବାବେଳେ ହରିଣ ୩ଟି ଟ୍ରେନ୍‌ରେ କଟିଯାଇଥିଲେ । ହରିଣମାନେ ନିକଟସ୍ଥ ଧଳତଙ୍ଗଗଡ଼ ଜଙ୍ଗଲରୁ ମୁଗ କିଆରିକୁ ଚରିବା ପାଇଁ ଟ୍ରେନ ଲାଇନ ପାର ହେଉଥବାବେଳେ ଏହି ଅଘଟଣ ଘଟିଥିଲା।  ପୂର୍ବରୁ ମଧ୍ୟ ଅନେକଥର ଟ୍ରେନରେ କଟି ହରିଣଙ୍କ ମୃତ୍ୟୁ ହୋଇଛି । ହରିଣଙ୍କ ସୁରକ୍ଷା ଲାଗି ବନବିଭାଗ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି।

Related story