ମକର ସଂକ୍ରାନ୍ତିରେ ମା’ତାରିଣୀଙ୍କ ଦର୍ଶନ କରିବାକୁ ବାହାରିଥିଲେ, କିନ୍ତୁ ରାସ୍ତାରେ…

<p>ଆନନ୍ଦପୁର: ମକର ସଂକ୍ରାନ୍ତି ପାଇଁ ସାରାରାଜ୍ୟ ଚଳଚଞ୍ଚଳ ଥିବା ବେଳେ ସକାଳୁ ସକାଳୁ ନିଶ୍ଚିହ୍ନ ହୋଇଯାଇଛି ଗୋଟିଏ ପରିବାର। ସଂକ୍ରାନ୍ତି ଥିବାରୁ ମା&rsquo;ତାରିଣୀଙ୍କ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ବାଇକ୍&zwnj;ରେ ଘଟଗାଁ ଅଭିମୁଖେ ବାହାରି ପଡ଼ିଥିଲେ କେନ୍ଦୁଝର ଜିଲ୍ଲା ସୁଆଁପଦାର ଦୀନବନ୍ଧୁ ତ୍ରିପାଠୀ। ସାଙ୍ଗରେ ଥିଲେ ସ୍ତ୍ରୀ ଓ ୧୦ ବର୍ଷର ଶିଶୁପୁତ୍ର। ହେଲେ ବିଧିର ବିଧାନ ଥିଲା ଅଲଗା। ମନ୍ଦିର ଯାଏଁ ସେମାନେ ପହଞ୍ଚିପାରିଲେ ନାହିଁ। ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ନିକଟରେ ସେମାନଙ୍କୁ ଅପେକ୍ଷା କରି ରହିଥିଲେ ଯମରାଜ। ସେଠାରେ ଏକ ଟ୍ରେଲର ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଆଉ ସେଇଠି ହିଁ ଉଡ଼ିଯାଇଥିଲା ସେମାନଙ୍କ ପ୍ରାଣବାୟୁ। ଦୁର୍ଘଟଣା ପରେ ପରେ ସେଠାରେ ପହଞ୍ଚିଥିବା କିଛି ଲୋକ କହିଛନ୍ତି ଯେ ଦୀନବନ୍ଧୁଙ୍କର କିଛି ସମୟ ପାଇଁ ନିଶ୍ୱାସପ୍ରଶ୍ୱାସ ଚାଲିଥିଲା। ସେମାନେ ଆମ୍ବୁଲାନ୍ସକୁ ଫୋନ୍ କରି ଜଣାଇଥିଲେ। ତେବେ ଆମ୍ବୁଲାନ୍ସ ଆସିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।</p> <p>ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବାରୁ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।</p>

Ordigital Desk
  • Published: Sunday, 14 January 2018
  • Updated: 14 January 2018, 11:17 AM IST

Sports

Latest News

<p>ଆନନ୍ଦପୁର: ମକର ସଂକ୍ରାନ୍ତି ପାଇଁ ସାରାରାଜ୍ୟ ଚଳଚଞ୍ଚଳ ଥିବା ବେଳେ ସକାଳୁ ସକାଳୁ ନିଶ୍ଚିହ୍ନ ହୋଇଯାଇଛି ଗୋଟିଏ ପରିବାର। ସଂକ୍ରାନ୍ତି ଥିବାରୁ ମା&rsquo;ତାରିଣୀଙ୍କ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ବାଇକ୍&zwnj;ରେ ଘଟଗାଁ ଅଭିମୁଖେ ବାହାରି ପଡ଼ିଥିଲେ କେନ୍ଦୁଝର ଜିଲ୍ଲା ସୁଆଁପଦାର ଦୀନବନ୍ଧୁ ତ୍ରିପାଠୀ। ସାଙ୍ଗରେ ଥିଲେ ସ୍ତ୍ରୀ ଓ ୧୦ ବର୍ଷର ଶିଶୁପୁତ୍ର। ହେଲେ ବିଧିର ବିଧାନ ଥିଲା ଅଲଗା। ମନ୍ଦିର ଯାଏଁ ସେମାନେ ପହଞ୍ଚିପାରିଲେ ନାହିଁ। ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ନିକଟରେ ସେମାନଙ୍କୁ ଅପେକ୍ଷା କରି ରହିଥିଲେ ଯମରାଜ। ସେଠାରେ ଏକ ଟ୍ରେଲର ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଆଉ ସେଇଠି ହିଁ ଉଡ଼ିଯାଇଥିଲା ସେମାନଙ୍କ ପ୍ରାଣବାୟୁ। ଦୁର୍ଘଟଣା ପରେ ପରେ ସେଠାରେ ପହଞ୍ଚିଥିବା କିଛି ଲୋକ କହିଛନ୍ତି ଯେ ଦୀନବନ୍ଧୁଙ୍କର କିଛି ସମୟ ପାଇଁ ନିଶ୍ୱାସପ୍ରଶ୍ୱାସ ଚାଲିଥିଲା। ସେମାନେ ଆମ୍ବୁଲାନ୍ସକୁ ଫୋନ୍ କରି ଜଣାଇଥିଲେ। ତେବେ ଆମ୍ବୁଲାନ୍ସ ଆସିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।</p><p>ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବାରୁ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos