ବୌଦ୍ଧରେ ହାତୀ ଉପଦ୍ରବ; ଲୋକେ ଆତଙ୍କିତ

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ସହର ଉପକଣ୍ଠରେ ହାତୀପଲ ଉପଦ୍ରବ କରୁଛନ୍ତି।  ସହରର ବୁଟୁପାଲି ନିକଟରେ ୩ଟି ହାତୀ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୋଟିଏ ଦନ୍ତା ହାତୀ ଓ ଦୁଇଟି ମାଈ ହାତୀ ଅଛନ୍ତି। ଏହି ହାତୀପଲ ଆଜି ସକାଳୁ ହଠାତ୍ ନିକଟସ୍ଥ ବଘିଆପଡ଼ା ଜଙ୍ଗଲରୁ ପଳାଇ ଆସିଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ ହାତୀପଲକୁ ଘଉଡ଼ାଇବାକୁ  ଉଦ୍ୟମ ଜାରି ରଖିଛନ୍ତି। ଏବେ ହାତୀ ଗୁଡ଼ିକ ରାମଜଙ୍ଗୀ ପୋଲ ନିକଟରେ ଅଛନ୍ତି।