ସମୁଦ୍ରରେ ଛାତ୍ରବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରରେ ଛାତ୍ରବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକମାନେ ହେଲେ ଅମିତ ମହାନ୍ତି, ଅବିନାଶ ପ୍ରଧାନ ଓ ଶୁଭସୌମ୍ୟ ସେନାପତି। ଏମାନେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ପିକ୍‌ନିକ୍‌ ପାଇଁ ଏମାନେ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ସମୁଦ୍ରରେ ଗାଧୋଉ ଥିବାବେଳେ ଲହଡିରେ ୬ ଜଣ ଛାତ୍ର ଭାସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯିବା ପରେ ଚିକିତ୍ସା ପାଇଁ […]

Three-engineering-students-

Manoranjan Sial
  • Published: Sunday, 20 January 2019
  • , Updated: 20 January 2019, 08:10 PM IST

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରରେ ଛାତ୍ରବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକମାନେ ହେଲେ ଅମିତ ମହାନ୍ତି, ଅବିନାଶ ପ୍ରଧାନ ଓ ଶୁଭସୌମ୍ୟ ସେନାପତି। ଏମାନେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ପିକ୍‌ନିକ୍‌ ପାଇଁ ଏମାନେ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।

ସମୁଦ୍ରରେ ଗାଧୋଉ ଥିବାବେଳେ ଲହଡିରେ ୬ ଜଣ ଛାତ୍ର ଭାସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯିବା ପରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କ୍ୟାକିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Related story