ବଜ୍ରପାତରେ ଟଳି ପଡ଼ିଲେ ୩ ଚାଷୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଜ୍ରପାତରେ ଗଲା ୩ ମହିଳା ଚାଷୀଙ୍କ ଜୀବନ। ଆଜି ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ବଡ଼ତେଲେନପାଲ୍ଲୀ ଗାଁରେ ଘଟିଛି। ମାତ୍ର ୧୦ ଚାଷୀ ଚାଷୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଆଜି ବଡ଼ତେଲେନପାଲ୍ଲୀ ଗାଁର ଚବିନ ଦରୁଆଙ୍କ ଚାଷ ଜମିରେ ୧୮ରୁ ଅଧିକ ଚାଷୀ(ମହିଳା ଓ ପୁରୁଷ) କାମ କରୁଥିଲେ। ମଧ୍ୟାହ୍ନରେ ବଲାଙ୍ଗିର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଦିନ ପ୍ରାୟ ୨ରୁ ୩ଟା ଭିତରେ ହଠାତ୍‌ […]

Lightning

Manoranjan Sial
  • Published: Tuesday, 28 July 2020
  • , Updated: 28 July 2020, 04:08 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଜ୍ରପାତରେ ଗଲା ୩ ମହିଳା ଚାଷୀଙ୍କ ଜୀବନ। ଆଜି ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ବଡ଼ତେଲେନପାଲ୍ଲୀ ଗାଁରେ ଘଟିଛି। ମାତ୍ର ୧୦ ଚାଷୀ ଚାଷୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

ଆଜି ବଡ଼ତେଲେନପାଲ୍ଲୀ ଗାଁର ଚବିନ ଦରୁଆଙ୍କ ଚାଷ ଜମିରେ ୧୮ରୁ ଅଧିକ ଚାଷୀ(ମହିଳା ଓ ପୁରୁଷ) କାମ କରୁଥିଲେ। ମଧ୍ୟାହ୍ନରେ ବଲାଙ୍ଗିର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଦିନ ପ୍ରାୟ ୨ରୁ ୩ଟା ଭିତରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଚାଷ ଜମିରେ କାମ କରୁଥିବା ବେଳେ ଜଣେ ମହିଳା ଚାଷୀ ଟଳି ପଡ଼ିଥିଲେ। ଅନ୍ୟ ଚାଷୀମାନଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ ଜଣ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଛି। ଆଉ ଚାଷୀ ଗୁରୁତର ଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ମୃତ ଓ ଗୁରୁତର ଚାଷୀଙ୍କ ନାଁ ଜଣାପଡ଼ି ନାହିଁ।

Related story